Posted inଖେଳ

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ କୋହଲି; କିଛି ଏଭଳି ଅଛି ରେକର୍ଡ

ନୂଆଦିଲ୍ଲୀ,୯।୯: ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷଣା କରାଯାଇଛି। ୧୫ ସଦସ୍ୟ ଥିବା ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବିରାଟ କୋହଲି। ବିରାଟ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ଏମ୍‌ଏସ୍‌ ଧୋନୀ ଅଧିନାୟକ ରହିଥିଲେ। ହେଲେ ଚଳିତ ଥର ମେଣ୍ଟର ଭାବେ ସେ ଖେଳାଳିଙ୍କ ସହ ରହିବେ।

ବିରାଟଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛି। ହେଲେ ରବି ଶାସ୍ତ୍ରୀଙ୍କ ସହ ତାଙ୍କ ଯୋଡ଼ି ଆଇସିସି ଟ୍ରଫି ଜିତି ପାରିନାହିଁ। ଏଣୁ ୟୁଏଇରେ ହେବାକୁ ଥିବା ବିଶ୍ୱକପ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ତରାଷ୍ଟ୍ରୀୟ ଟି୨୦ରେ ବିରାଟଙ୍କ ଅଧିନାୟକତ୍ୱର ରେକର୍ଡକୁ ଯଦି ଦେଖାଯାଏ ତେବେ ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଏଯାବତ ମୋଟ ୪୫ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୨୭ଟିରେ ଦଳ ବିଜେତା ହୋଇଥିବା ବେଳେ ୧୪ରେ ପରାସ୍ତ ହୋଇଛି। ୨ ମ୍ୟାଚ୍‌ ଡ୍ର ହୋଇଥିବା ବେଳେ ୨ଟିର ଫଳାଫଳ ବାହାରି ନ ଥିଲା। ଅପରପକ୍ଷେ ଧୋନୀଙ୍କ ନେତୃତ୍ୱରେ ଦଳ ୭୨ ମ୍ୟାଚ୍‌ ଖେଳିଥିବା ବେଳେ ୪୧ରେ ବିଜୟ ଏବଂ ୨୮ରେ ପରାଜିତ ହୋଇଛି। ସେଥିରୁ ଗୋଟିଏ ଡ୍ର ଥିବା ବେଳେ ୨ଟିର ଫଳାଫଳ ବାହାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କୁଲ ଚେସ: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ ଆସୋସିଏଶନ(ଓଏସସିଏ) ଓ ଟିଏଏସ ଇନ୍ସପିରେଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ ଓପନ ଚେସ ଚାମ୍ପିୟନଶିପରେ କଟକର ହର୍ଷିତ...

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି।...

ପ୍ରଥମ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୭୬

ସେଞ୍ଚୁରିଆନ,୨୯।୧୨(ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ପ୍ରଥମ ଇନିଂସରେ ୧୦୩ ରନର...

ଓଡ଼ିଶାରୁ ରେୟାନ, ଦଣ୍ଡପତି ମନୋନୀତ

ଭୁବନେଶ୍ୱର, ୧୬ା୫ (ସ୍ପୋଟର୍‌ସ ବ୍ୟୁରୋ): ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ କ୍ୟାମ୍ପ ୨୦୨୩ ପାଇଁ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରରୁ ଦୁଇ...

ଖେଳରତ୍ନ ପୁରସ୍କାର ପାଇବାରେ ପ୍ରଥମ ମହିଳା ହକି ଖେଳାଳି: କାନ୍ଦ ରୋକିପାରି ନ ଥିଲେ ରାଣୀ

ନୂଆଦିଲ୍ଲୀ, ୨୭।୮(ପି.ଟି.)- ଚଳିତ ବର୍ଷ ରାଣୀ ରାମପାଲଙ୍କ ସମେତ ୫ ଖେଳାଳି ଦେଶର ସର୍ବୋଚ୍ଚ ରାଜୀବଗାନ୍ଧୀ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଥମ...

ପିଏସ୍‌ଜି ସହ ୪ ବର୍ଷଆ ଚୁକ୍ତି କଲେ ଇକାର୍ଡି

ମିଲାନ,୨।୬(ପି.ଟି.): ଆର୍ଜେଣ୍ଟିନ ଫୁଟବଲର ତଥା ଇଣ୍ଟର ମିଲାନ ଷ୍ଟ୍ରାଇକର ମାଉରୋ ଇକାର୍ଡି ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହ ଏକ ୪ ବର୍ଷଆ...

‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’

ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି...

ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର...

Advertisement
Archives

Model This Week