ଏହି ଭାରତୀୟ କ୍ରିକେଟର୍‌ଙ୍କ ଖେଳ ଦେଖିବାକୁ ପାଗଳ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍‌ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି ବଢିଥିଲା। ମ୍ୟାଚ୍‌ ଚାଲିଥିବାବେଳେ ସିଟ୍‌ରୁ ଉଠିରେ ଭାରତୀୟ ଖେଳାଳି ଛକା ମାରୁଥିବାରୁ ମୁଁ ପ୍ରାୟତଃ ଛିଡା ହୋଇ ମ୍ୟାଚ୍‌ ଦେଖିଥାଏ ବୋଲି ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ। ଏବେକାର ଭାରତୀୟ ଦଳରେ ଯେଉଁ ଖେଳାଳି ଖେଳୁଛନ୍ତି, ସେମାନଙ୍କ ମଧ୍ୟରେ ତାଙ୍କ ପସନ୍ଦର ଖେଳାଳି କିଏ ବୋଲି ପଚରାଯିବାରୁ ସେ କହିଥିଲେ, ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଖେଳ ଦେଖିବାକୁ ତାଙ୍କୁ ପସନ୍ଦ ଆସିଥାଏ। ଏହି ଦୁଇ ଜଣଙ୍କ ବ୍ୟାଟିଂ ଦେଖିବାକୁ ଚାତକ ପରି ଚାହିଁଥାନ୍ତି ପ୍ରିୟଙ୍କା। ବ୍ୟକ୍ତିଗତ ଭାବରେ ମଧ୍ୟ ଏହି ଦୁଇ ଖେଳାଳି ବେଶ୍‌ ଭଲ ବୋଲି ସେ କହିଛନ୍ତି। ଆମ ପରିବାର କ୍ରିକେଟ ଦେଖିବାକୁ ପସନ୍ଦ କରୁଥିବା ମୋ ବାହାଘରରେ ଏକ କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା। ଯେଉଁଥିରେ ନିକ୍‌ ଏବଂ ପ୍ରିୟଙ୍କାଙ୍କ ପରିବାର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ...

‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ...

ଏହି ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ କିଏ ବା ନ ଜାଣେ। ସେ ନିଜର ଲୁକ୍‌ ଓ ଅଭିନୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଯଦି...

‘ମୁଁ ଆତ୍ମହତ୍ୟା କରିବି ନାହିଁ’

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର...

‘ଦବଙ୍ଗ-୩’ରେ ଖଳନାୟକ ଭୂମିକାରେ ନଜର ଆସିବେ କିଚ୍ଚା ସୁଦୀପ

ବମ୍ବେ: ସୁପରଷ୍ଟାର ସଲମାନ ଖାନ୍‌ ଅଭିନିତ ଫିଲ୍ମ ‘ଦବଙ୍ଗ’ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘ଦବଙ୍ଗ-୨’ ପରଦାକୁ ଆସିଥିଲା। ଏହା ମଧ୍ୟ ବକ୍ସ ଅଫିସରରେ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

ଦୟା କରନାହିଁ ଅନନ୍ୟା

ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ...

Advertisement
Archives

Model This Week