Posted inଫୁରସତ

କଇଁଚି ବଦଳରେ ଦାନ୍ତରେ ଫିତା କାଟିଲେ ପାକିସ୍ତାନର ଏହି ମନ୍ତ୍ରୀ; ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସାରା ବିଶ୍ୱରେ ପାକିସ୍ତାନର ଛବି କିଭଳି ସେ ବିଷୟରେ ସମସ୍ତେ ଅବଗତ। ଅନେକ ଥର ଦେଶର ନେତାମାନେ ଏପରି କିଛି କାର୍ଯ୍ୟ କରିଥାନ୍ତି, ଯାହା ହସର ଖୋରାକ ଯୋଗାଇଥାଏ। ତାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ଏହି କ୍ରମରେ ଏବେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ମନ୍ତ୍ରୀ କୌଣସି ଏକ ଶୋ’ ରୁମ୍‌ର ଉଦ୍‌ଘାଟନରେ ପହଞ୍ଚିଛନ୍ତି। ସେଠାରେ ସେ କଇଁଚି ବଦଳରେ ଦାନ୍ତରେ ଫିତା କାଟିଥିବା ଦେଖାଯାଉଛି।

କୁହାଯାଉଛି ମନ୍ତ୍ରୀଜଣଙ୍କ ହେଉଛନ୍ତି ଫାୟାଜ ଅଲ ହାସନ। ସେ ପଞ୍ଜାବ ପ୍ରଦେଶର ଜେଲ ମନ୍ତ୍ରୀ। କେବଳ ଏତିକି ନୁହେଁ ଫୟାଜ ପଞ୍ଜାବ ସରକାରଙ୍କ ମୁଖପାତ୍ର ମଧ୍ୟ। ସେ ଏକ ଶୋ’ ରୁମ୍‌ର ଉଦ୍‌ଘାଟନ କରିବାକୁ ଆସିଥିଲେ। ହେଲେ ମନ୍ତ୍ରୀ ଲାଲ ଫିତାକୁ କଇଁଚିରେ କାଟି ପାରି ନ ଥିଲେ। ଶେଷରେ ସେ ଦାନ୍ତରେ କାଟି ଉଦ୍‌ଘାଟନ କରିବାକୁ ପଛାଇ ନ ଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଜୋର୍‌ରେ ହସିବାକୁ ଲାଗିଥିଲେ। କେହି କେହି ପୁରା ଘଟଣାକ୍ରମକୁ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ବ୍ୟବହାରକାରୀମାନେ ଭିଡିଓକୁ ଉପଭୋଗ କରୁଥିବା ବେଳେ ପରିହାସ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ

ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ...

ପ୍ଲାଷ୍ଟିକର ପଞ୍ଝାରେ ପାଣି, ପବନ ଓ ପ୍ରାଣୀ

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକର ସଙ୍କଟ ଘନେଇ ଆସୁଛି। ତା’ ପୂର୍ବରୁ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। ହେଲେ ଯେଉଁ ହାରରେ ଏହାର ବ୍ୟବହାର ପୂର୍ବରୁ...

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ...

ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି

ବଲିଉଡ୍‌ ହେଉ କି ହଲିଉଡ୍‌ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ।  ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼...

ଗୋଡ଼ରେ ମହମବତି ଜଳାଇ ରେକର୍ଡ

ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍‌ ଇରେନେ ମୈସିଆସ୍‌ ହର୍ନାଣ୍ଡେଜ୍‌।...

ବାଲ୍ୟବିବାହ ରୋକିଛି କରୋନା

ଯୋଧପୁର: ଏବେ କରୋନା ଭାଇରସ୍‌ ସଂକ୍ରମଣ ହିଁ ମଣିଷକୁ ବଞ୍ଚିବାର ନୂଆ ଷ୍ଟାଇଲ୍‌ ଶିଖାଇ ଦେଇଛି। ଏମିତି ଅନେକ ସମସ୍ୟା ଥିଲା, ଯାହାକୁ କୋଟିକୋଟି ଟଙ୍କା...

ଟ୍ରାଫିକ୍‌ ଜାମ୍‌ରେ ଫଶିବାରୁ ଏହି ବ୍ୟକ୍ତି ନିଜେ ତିଆରି କଲେ ହେଲିକପ୍ଟର

ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଲୋକେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏଥିରୁ ରକ୍ଷା ପାଇବା...

Advertisement
Archives

Model This Week