Posted inଫୁରସତ

ଫ୍ଲାଇଟ୍‌ ଅପେକ୍ଷାରେ ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ

ବିମାନ ବନ୍ଦରରେ ପହଞ୍ଚିବା ପରେ, ଯଦି ଆପଣ ଜାଣିବେ ଯେ ବିମାନଟି କିଛି ଘଣ୍ଟା ବିଳମ୍ବ ଅଛି। ତା’ହେଲେ ଆପଣ ବିମାନକୁ ଅପେକ୍ଷା କରି ବସି ରହନ୍ତି ନଚେତ୍‌ ବସି ବସି ଶୋଇଯାନ୍ତି। ଫ୍ଲୋରିଡାର ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତି ସମାନ କାମ କରିଛନ୍ତି। ବିମାନକୁ ଅପେକ୍ଷା କରି ସେ ତାଙ୍କ ବ୍ୟାଗ ଉପରେ ହାତ ଦେଇ ଶୋଇଯାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବ୍ୟକ୍ତି ଜଣଙ୍କ ପ୍ରାୟ ୪୦ ବର୍ଷ ହେଲା ଶୋଇଛନ୍ତି। ହେଲେ ଏହା କିପରି ସମ୍ଭବ, ଜଣେ ବ୍ୟକ୍ତି ୪୦ ବର୍ଷ ହେଲା କିଭଳି ଶୋଇ ପାରିବ? ଆପଣ ହୁଏତ ଭାବୁଥିବେ ଯେ ଏହା ଅନ୍ୟ କିଛି, କାରଣ ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ସମାନ ସ୍ଥାନରେ ଶୋଇବା ସମ୍ଭବ ନୁହେଁ, କେବଳ ଗୋଟିଏ ପ୍ରତିମାକୁ ଗୋଟିଏ ସ୍ଥାନରେ ଏତେ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଯଦି ଆପଣ ଏହିପରି ଚିନ୍ତା କରୁଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଠିକ୍‌ । ବିମାନକୁ ଅପେକ୍ଷା କରୁଥିବା ସମୟରେ ବିମାନବନ୍ଦରରେ ଶୋଇଥିବା ବ୍ୟକ୍ତି ପ୍ରକୃତରେ ଏକ ହାଇପର ବାସ୍ତବବାଦୀ ପ୍ରତିମୂର୍ତ୍ତି।

ଏହି ପ୍ରତିମୂର୍ତ୍ତିର ଏକ ଭିଡିଓ ହେଇଟସନଭା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ କରିବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାକୁ ୬.୭ ନିୟୁତ ଇନଷ୍ଟାଗ୍ରାମ ୟୁଜର୍ସ ଦେଖିସାରିଲେଣି। ବିଶେଷ କଥା ହେଉଛି ଅନେକ ଉପଭୋକ୍ତା ତଥାପି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ବାସ୍ତବ ବୋଲି ଭାବୁଛନ୍ତି। ଏ ପୂରା ଦ୍ୱନ୍ଦ ଏଥିପାଇଁ ଯେ ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ରଖାଯାଇଥିବା ଏହି ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଉଛି। ଦ ଟ୍ରାଭେଲର୍‌ ନାମକ ଏହି ପ୍ରତିମୂର୍ତ୍ତିକୁ ବିମାନବନ୍ଦରରେ କାଚ ମଧ୍ୟlରେ ରଖାଯାଇଛି । ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦର ୧୯୮୬ରେ କଳାକାର ଡୁଏନ ହାନସନଙ୍କଠାରୁ ଏହି ପ୍ରତିମୂର୍ତ୍ତି କ୍ରୟ କରିଥିଲା । ବିମାନବନ୍ଦରର ପୂର୍ବ ଏବଂ ପଶ୍ଚିମ ସୁରକ୍ଷା ପ୍ଲାଣ୍ଟ ମଧ୍ୟରେ ଟର୍ମିନାଲ ଏ ନିକଟରେ ଆପଣ ଏହି ପ୍ରତିମୂର୍ତ୍ତିକୁ ଦେଖିପାରିବେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri