ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ

ଖଜୁରିପଡ଼ା,୪।୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଜଣା ବ୍ୟକ୍ତି ଜଣକ ଗ୍ରାମରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ ତାଙ୍କୁ ପିଲା ଚୋର ବୋଲି ସେନ୍ଦହ କରିଥିଲେ। ପରେ ସମସ୍ତେ ମିଶି ଅଚିହ୍ନା ବ୍ୟକ୍ତିକୁ କାବୁ ଗ୍ରାମ ମଝିରେ ଏକ ଖୁଣ୍ଟିରେ ବାନ୍ଧି ଖଜୁରିପଡା ପୋଲିସକୁ ଖବର ଦେଇଥିଲେ। ପୋଲିସ କୁରୁପାଡି ଗ୍ରାମରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେହି ବ୍ୟକ୍ତିଙ୍କ ପାଖରେ ଥିବା ଆଧାର କାର୍ଡରେ ନାମ ବୁଧୁ ମୁର୍ମୁ ଲେଖାଥିବା ବେଳେ ବୟସ ୨୦ବର୍ଷ ହେବ। ତାଙ୍କ ପରିବାର ସହିତ ପୋଲିସ ଯୋଗାଯୋଗ କରି କରିଛି। ପରିବାର ଲୋକ ଆସିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ପିଲା ଚୋର ନା ମାନସିକ ବିକାରଗ୍ରସ୍ତ ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ଦିଲ୍ଲୀର ପ୍ଲେଅଫ୍‌ ଆଶା ଉଜ୍ଜୀବିତ

ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…

ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ

ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

ଶେଷ ହେବ ଗ୍ରୀଷ୍ମର ଯନ୍ତ୍ରଣା: ହେଲାଣି ପ୍ରବଳ ବର୍ଷା; ମାତ୍ର ୮ ଦିନ ମଧ୍ୟରେ ଦେଶରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ,୧୮।୫: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଦକ୍ଷିଣ ଅଞ୍ଚଳରେ ବାୟୁମଣ୍ଡଳୀୟ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri