
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ଅନେକ ସମୟରେ ପ୍ରାଣୀଙ୍କ ମଜାଳିଆ ଭିଡିଓ ଭାଇରରାଲ ହୋଇଥାଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଅନେକ ପଶୁ ପ୍ରେମୀଙ୍କୁ ଅଧିକ ଆଘାତ ଦେଇଛି। ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ପଶ୍ଚିମବଙ୍ଗ ମାଲବଜାର ରେଞ୍ଜ ଅଞ୍ଚଳରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଲୋକ ଏକ ଖୋଲା ଜମିରେ ବୁଲୁଥିବା ହାତୀକୁ ଘଉଡାଉଛନ୍ତି । ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ତେବେ ଏହାର ପ୍ରତି ଆକ୍ରମଣରେ ହାତୀଟି ମଧ୍ୟ ବୁଲଡୋଜରକୁ ହାତୀ ମଧ୍ୟ ଶୁଣ୍ଢରେ ପିଟୁଥିବା ଦେଖିବାକୁ ମିଳିଛି । ପ୍ରବଳ ହୋହଲ୍ଲା କରି ଲୋକମାନେ ହାତୀଟିକୁ ଚିଡାଇ ଦେଇଥିଲେ। ଫଳରେ ହାତୀଟି ସାମ୍ନାରେ ଥିବା ବୁଲଡୋଜରକୁ ଶୁଣ୍ଢରେ ଜୋରରେ ଧକ୍କା ଦେଇଥିଲା। ଯେଉଁଥିରେ ହାତୀର ଶୁଣ୍ଢରେ ଆଘାତ ଲାଗିଥିଲା ।
ପରେ ହାତୀଟି ପାଖରେ ଥିବା ୱାଚ ଟାୱାରକୁ ଧକ୍କା ଦେଇଥିଲା । ଏହି ସମୟରେ ୱାଚ ଟାୱାରରେ କିଛି ପର୍ଯ୍ୟଟକ ମଧ୍ୟ ରହିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କେତେକ ପରିବେଶବିତ୍ମାଲବଜାର ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ମାମଲାର ତଦନ୍ତ କରି ବୁଲଡୋଜରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ବନ୍ୟଜନ୍ତୁଙ୍କ ପ୍ରତି ଏମିତ ବ୍ୟବହାର ପଶୁପ୍ରେମୀଙ୍କୁ ଆଘାତ ଦେଇଛି ।