କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ପ୍ରଶଂସକ ବେଶ୍‌ ଆଗ୍ରହୀ ଥାଆନ୍ତି। ପଡିଆରେ ବିରାଟଙ୍କୁ ଅନେକ ଛକା ଓ ଚୌକା ମାରିଥିବା ଦେଖିଥିବେ, କିନ୍ତୁ ଆପଣ ଜାଣନ୍ତି କି ବିରାଟଙ୍କର ମଧ୍ୟରେ ଏକ ଲୁକ୍କାୟିତ ପ୍ରତିଭା ଅଛି, ଯାହା ସେ ଅନୁଷ୍କାଙ୍କ ଆଗରେ ଦେଖାଇଛନ୍ତି। ବିରାଟ କୋହଲି କେବଳ ରୋମାଣ୍ଟିକ ନୁହଁନ୍ତି ସେ ଅନୁଷ୍କା ଶର୍ମାଙ୍କ ପାଇଁ ଗୀତ ମଧ୍ୟ ଗାଉଛନ୍ତି। ଆଜିକାଲି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିରାଟ ଅନୁଷ୍କାଙ୍କ ପାଇଁ ‘ମେରେ ମେହବୁବ କୟାମତ ହୋଗି’ ଗୀତ ଗାଉଛନ୍ତି। ଏହି ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହାକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି। ଏହି ଭିଡିଓ ଏକ ବିବାହ ଭୋଜିରେ ଅଛି, ଯେଉଁଥିରେ ବିରାଟ କୋହଲି ଅନୁଷ୍କାଙ୍କ ପାଇଁ ଗୀତ ଗାଇଥିଲେ। ଭିଡିଓରେ ଅନୁଷ୍କା ମଧ୍ୟ ଭାବପ୍ରବଣ ଦେଖାଯାଉଛନ୍ତି। ବିରାଟ ତାଙ୍କ ଗୀତ ସମାପ୍ତ କରିବା ମାତ୍ରେ ପାର୍ଟିରେ କରତାଳି ଶୁଣିବାକୁ ଲାଗିଲା। ବିରୁଷ୍କା ୨୦୧୭ ଇଟାଲୀରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ଶେଷରେ କ୍ଷମା ମାଗିଲେ ଅଭିଜିତ୍‌ ଦୀପକେ: କହିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ଦଳର ମୁଖ୍ୟ ଅଭିଜିତ୍‌ ଦୀପକେ ମଙ୍ଗଳବାର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କ୍ଷମା ମାଗିଛନ୍ତି। Xରେ ସେ ଲେଖିଛନ୍ତି, ମୁଁ…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri