Posted inଜାତୀୟ

କାନପୁରରେ ହିଂସା: ୬ ଆହତ

କାନପୁର୍‌,୪।୬: ଭାଜପା ନେତା ନୁପୂର ଶର୍ମା ଏକ ଟେଲିଭିଜନ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଏକ ମୁସଲମାନ ସଂଗଠନ ଉତ୍ତରପ୍ରଦେଶ କାନପୁରସ୍ଥିତ ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ପରେଡ୍‌ ଚୌକରେ ଗୋଷ୍ଠୀସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି। ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ଶୁକ୍ରବାର ନମାଜପାଠ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବଜାର ବନ୍ଦ କରିବାକୁ ଆସିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା। ଉତ୍ତେଜନା ଲାଗିରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଟିଭି ବିତର୍କରେ ବିବାଦୀୟ ମନ୍ତବ୍ୟ ଦେଇ ମୁସଲମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବାରୁ ନୁପୂରଙ୍କ ବିରୋଧରେ ମହାରାଷ୍ଟ୍ରର ଠାଣେ ଓ ଦକ୍ଷିଣ ମୁମ୍ବାଇରେ ଦୁଇଟି ମାମଲା ରୁଜୁ ହୋଇଛି। ଜ୍ଞାନବାପି ମସ୍‌ଜିଦ ବିବାଦକୁ ନେଇ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ନୁପୂର କହିଥିଲେ, ଜ୍ଞାନବାପି ମସ୍‌ଜିଦ ପରିସରରୁ ଶିବଲିଙ୍ଗ ମିଳିଥିଲେ ହେଁ ମୁସଲମାନ ସମ୍ପ୍ରଦାୟ ଏହାକୁ ଏକ ଝରଣା କହି ହିନ୍ଦୁ ବିଶ୍ୱାସକୁ ପରିହାସ କରୁଛନ୍ତି। ମୁସଲମାନ ଧର୍ମଗ୍ରନ୍ଥର କେତେକ ଉକ୍ତିକୁ ନେଇ ଲୋକେ ମଜା କରିପାରନ୍ତି। ନୁପୂରଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେବା ସହ ତାଙ୍କୁ ବଳାତ୍କାର ଧମକ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍‌ସି

ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା...

ଜ୍ୟୋତିରାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଉପରେ ଏବେ ସାରା ଦେଶର ନଜର। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଅନ୍ୟପଟେ ଭାରତୀୟ...

୨୦ରୁ ଆଦାୟ ହେବ ଟୋଲ୍‌ ଟିକସ୍‌

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରୁ ଟୋଲ୍‌ ଟିକସ୍‌ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ...

ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି।...

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ...

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ...

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ...

କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ

ଡେରାଡୁନ୍‌,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...

Advertisement
Archives

Model This Week