ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶନିବାରଠାରୁ ୩୦ ତାରିଖ ସୋମବାର ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଅପପ୍ରଚାର, ମିଥ୍ୟା, ଗୁଜବ ଦ୍ୱାରା ଜିଲାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା କରି ଏହି ସେବା ବନ୍ଦ କରାଯାଇଛି। ଘଟଣାସ୍ଥଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି କରାଯିବା ସହ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ସହରରେ ଶାନ୍ତି ଫେରାଇବା ପାଇଁ ପ୍ରଶାସନ ସ୍ତରରେ ଉଦ୍ୟମ ଚାଲିଛି।

ଶୁକ୍ରବାର ରାତିରେ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକରେ ପହଞ୍ଚି ଜିଲାପାଳ, ଭଦ୍ରକ ବିଧାୟକ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତି ସଦଭାବନା ବଜାୟ ରଖିବାକୁ ଜନସାଧାରଣଙ୍କୁ ଗଣମାଧ୍ୟମରେ ନିବେଦନ କରିଛନ୍ତି। ଅପରପକ୍ଷେ ପୋଲିସକୁ ଆକ୍ରମଣ ଘଟଣାରେ ୧୦ ଜଣକୁ ଅଟକ ରଖାଯାଇଛି। ସେହିପରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ ଦାବିରେ ଧାମନଗର ବିଜୁ ପଟ୍ଟନାୟକ ଛକରେ ଶୁକ୍ରବାର ସନ୍ଧ୍ୟାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଟାୟାର ଜାଳି ରାସ୍ତାରୋକୋ ସହ ଥାନା ଘେରାଉ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ଧାମନଗରରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି ରହିଛି। ଧାମନଗର ପୋଲିସ ୯ ଜଣ ବିଶୃଙ୍ଖଳାକାରୀଙ୍କୁ ଅଟକ ରଖିଛି। ସୋସିଆଲ ମିଡିଆରେ ପୋଷ୍ଟ ମାମଲାରେ ତଦନ୍ତ ଦାୟିତ୍ୱ ସାଇବର ପୋଲିସକୁ ଦିଆଯାଇଛି। ଗଣ୍ଡଗୋଳକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri