Posted inଜାତୀୟ

ବେଲ୍‌ଗାଭିରେ ତେଜିଲା ହିଂସା

ବେଲ୍‌ଗାଭି, ୧୯ା୧୨: ସୀମା ବିବାଦକୁ କେନ୍ଦ୍ର କରି ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉପରେ ବୁଧବାର କାଳି ଫିଙ୍ଗିବା ଘଟଣା ପରେ ଶୁକ୍ରବାର ରାତିରେ କର୍ନାଟକର ବେଲ୍‌ଗାଭିରେ ହିଂସାକାଣ୍ଡ ଘଟିଛି। କେତେକ ହିନ୍ଦୁ ସମର୍ଥକ ଗୋଷ୍ଠୀ ବେଲ୍‌ଗାଭିରେ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିଛନ୍ତି। ଘଟଣାରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଲାଗୁ ହୋଇଛି।
ପ୍ରତିମୂର୍ତ୍ତି ଉପରେ କାଳି ଫିଙ୍ଗିବା ଘଟଣା ପରେ ସମ୍ଭାଜୀ ସର୍କଲଠାରେ ଶତାଧିକ ବିକ୍ଷୋଭକାରୀ ଶୁକ୍ରବାର ରାତିରେ ଏକାଠି ହୋଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ହେଁ ବିକ୍ଷୋଭକାରୀ ଟେକାମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିଥିଲା। ସଂଗ୍ରାମୀ ସଙ୍ଗୋଲି ରାୟାନ୍ନାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ୨୬ରୁ ଊର୍ଦ୍ଧ୍ୱ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। ସେଠାରେ ୪୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଲ୍‌ଗାଭି ପୋଲିସ କମିଶନର ଡ. କେ. ତ୍ୟାୟାଗରଞ୍ଜନ କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ମାନ ଦେଉଥିବା ବେଳେ ଭାଜପା ଶାସିତ କର୍ନାଟକରେ ଶିବାଜୀଙ୍କୁ ଅପମାନିତ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶିବାଜୀଙ୍କୁ ଅପମାନିତ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିବା ସହ କନ୍ନଡ଼ମାନଙ୍କ ଅତ୍ୟାଚାର ବନ୍ଦ କରିବା ଏବଂ ବିକୃତ ମାନସିକତାରେ ପରିବର୍ତ୍ତନ ଆଣିବାକୁ
କହିଛନ୍ତି। ଅନ୍ୟପକ୍ଷରେ ସଙ୍ଗୋଲି ରାୟାନ୍ନାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କନ୍ନଡ ସାମାଜିକ କର୍ମୀମାନେ ବେଲ୍‌ଗାଭି ପୋଲିସ କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶିବାଜୀଙ୍କ ପ୍ରତିମୂର୍ତ୍ତିରେ କାଳି ଫିଙ୍ଗା ଘଟଣା ପରେ ଶିବସେନା କର୍ମୀମାନେ କନ୍ନଡ଼ ପତାକାଙ୍କୁ ପୋଡ଼ି ଦେଇଥିଲେ।

ବେଲ୍‌ଗାଭି ବିବାଦ କ’ଣ

ବେଲ୍‌ଗାଭି ସହରକୁ ନେଇ କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ବିବାଦ ବହୁ ପୁରୁଣା। ଏହି ସହର ଦୁଇ ରାଜ୍ୟର ସୀମାକୁ ଲାଗିଛି। ବେଲ୍‌ଗାଭି ବା ବେଲ୍‌ଗାମ ଏବେ କର୍ନାଟକର ଅଂଶ ହୋଇଥିବାବେଳେ ମହାରାଷ୍ଟ୍ର ତାହାକୁ ନିଜର ବୋଲି ଦାବି କରିଆସୁଛି। ସେଠାରେ ମରାଠୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ତାହାକୁ ମହାରାଷ୍ଟ୍ର ନିଜ ସହ ମିଶାଇବାକୁ ଉଦ୍ୟମ କରିଆସିଛି।

ମୂଳତଃ ବମ୍ବେ ପ୍ରେସିଡେନ୍ସିର ଅଂଶ ଥିଲା। ସେଠାରେ ବହୁ ଭାଷାଭାଷୀ ଲୋକ ରହୁଥିଲେ। କର୍ନାଟକର ବିଜୟପୁରା, ବେଲଗାଭି, ଧରଓ୍ବାଦ, ଉତ୍ତର-କନ୍ନଡ ମଧ୍ୟ ବମ୍ବେ ପ୍ରେସିଡେନ୍ସି ଅଧୀନରେ ଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ବେଲଗାମ୍‌ ବମ୍ବେର ଅଂଶ ଥିଲା।
ଭାଷାଭିତ୍ତିକ ଜନଗଣନା ଅନୁଯାୟୀ ସେଠାରେ ୬୪.୩୯% କନ୍ନଡ ଭାଷା କହୁଥିବା ଏବଂ ୨୬.୦୪% ମରାଠୀ ଭାଷା କହୁଥିବା ଲୋକ ରହିଥିଲେ। କିନ୍ତୁ ୪୦ ଦଶକରେ ମରାଠୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା ଏବଂ ସେମାନେ ପ୍ରସ୍ତାବିତ ସଂଯୁକ୍ତ ମହାରାଷ୍ଟ୍ରରେ ମିଶିବା ପାଇଁ ଦାବି କରିଥିଲେ।
ଅନୁସାରେ ରାଜ୍ୟ ପୁନର୍ଗଠନ ଅଧିନିୟମ ଆଇନ ୧୯୫୬ରେ ବେଲଗାମ ଏବଂ ବମ୍ବେର ୧୦ ତାଲୁକକୁ ମହୀଶୂରର ଅଂଶ କରାଯାଇଥିଲା, ଯାହାର ପରବର୍ତ୍ତୀ ନାଁ ୧୯୭୩ରେ କର୍ନାଟକ ହୋଇଥିଲା। ଏହି ନିୟମ ଯୋଗୁ ଭାଷାଭିତ୍ତିକ ଏବଂ ପ୍ରଶାସନିକ କାର୍ଯ୍ୟ ଆଧାରରେ ବିବାଦ ସୃଷ୍ଟି ହୋଇଥିଲା।
ସରକାରଙ୍କ ବିରୋଧ ପରେ ୧୯୬୬ରେ ପୂର୍ବତନ ପ୍ରଧାନ ବିଚାରପତି ମେହର ଚାନ୍ଦ ମହାଜନଙ୍କ ଅଧୀନରେ ମହାଜନ କମିଶନ ଗଠନ କରାଯାଇଥିଲା।
କମିଶନ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ବିବାଦୀୟ ୨୬୪ ଗ୍ରାମକୁ ମହାରାଷ୍ଟ୍ର ଏବଂ ୨୪୭ ଗ୍ରାମକୁ କର୍ନାଟକରେ ମିଶାଯାଇଥିଲା। କିନ୍ତୁ ବେଲଗାମ୍‌କୁ କର୍ନାଟକରେ ହିଁ ରଖାଯାଇଥିଲା।
ରିପୋର୍ଟକୁ ମହାରାଷ୍ଟ୍ର ସରକାର ଖଣ୍ଡନ କରିବା ସହ ବେଲଗାମକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଉଦ୍ୟମ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?