Posted inଜାତୀୟ

ବେଲ୍‌ଗାଭିରେ ତେଜିଲା ହିଂସା

ବେଲ୍‌ଗାଭି, ୧୯ା୧୨: ସୀମା ବିବାଦକୁ କେନ୍ଦ୍ର କରି ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉପରେ ବୁଧବାର କାଳି ଫିଙ୍ଗିବା ଘଟଣା ପରେ ଶୁକ୍ରବାର ରାତିରେ କର୍ନାଟକର ବେଲ୍‌ଗାଭିରେ ହିଂସାକାଣ୍ଡ ଘଟିଛି। କେତେକ ହିନ୍ଦୁ ସମର୍ଥକ ଗୋଷ୍ଠୀ ବେଲ୍‌ଗାଭିରେ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିଛନ୍ତି। ଘଟଣାରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଲାଗୁ ହୋଇଛି।
ପ୍ରତିମୂର୍ତ୍ତି ଉପରେ କାଳି ଫିଙ୍ଗିବା ଘଟଣା ପରେ ସମ୍ଭାଜୀ ସର୍କଲଠାରେ ଶତାଧିକ ବିକ୍ଷୋଭକାରୀ ଶୁକ୍ରବାର ରାତିରେ ଏକାଠି ହୋଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ହେଁ ବିକ୍ଷୋଭକାରୀ ଟେକାମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିଥିଲା। ସଂଗ୍ରାମୀ ସଙ୍ଗୋଲି ରାୟାନ୍ନାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ୨୬ରୁ ଊର୍ଦ୍ଧ୍ୱ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। ସେଠାରେ ୪୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଲ୍‌ଗାଭି ପୋଲିସ କମିଶନର ଡ. କେ. ତ୍ୟାୟାଗରଞ୍ଜନ କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ମାନ ଦେଉଥିବା ବେଳେ ଭାଜପା ଶାସିତ କର୍ନାଟକରେ ଶିବାଜୀଙ୍କୁ ଅପମାନିତ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶିବାଜୀଙ୍କୁ ଅପମାନିତ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିବା ସହ କନ୍ନଡ଼ମାନଙ୍କ ଅତ୍ୟାଚାର ବନ୍ଦ କରିବା ଏବଂ ବିକୃତ ମାନସିକତାରେ ପରିବର୍ତ୍ତନ ଆଣିବାକୁ
କହିଛନ୍ତି। ଅନ୍ୟପକ୍ଷରେ ସଙ୍ଗୋଲି ରାୟାନ୍ନାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କନ୍ନଡ ସାମାଜିକ କର୍ମୀମାନେ ବେଲ୍‌ଗାଭି ପୋଲିସ କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶିବାଜୀଙ୍କ ପ୍ରତିମୂର୍ତ୍ତିରେ କାଳି ଫିଙ୍ଗା ଘଟଣା ପରେ ଶିବସେନା କର୍ମୀମାନେ କନ୍ନଡ଼ ପତାକାଙ୍କୁ ପୋଡ଼ି ଦେଇଥିଲେ।

ବେଲ୍‌ଗାଭି ବିବାଦ କ’ଣ

ବେଲ୍‌ଗାଭି ସହରକୁ ନେଇ କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ବିବାଦ ବହୁ ପୁରୁଣା। ଏହି ସହର ଦୁଇ ରାଜ୍ୟର ସୀମାକୁ ଲାଗିଛି। ବେଲ୍‌ଗାଭି ବା ବେଲ୍‌ଗାମ ଏବେ କର୍ନାଟକର ଅଂଶ ହୋଇଥିବାବେଳେ ମହାରାଷ୍ଟ୍ର ତାହାକୁ ନିଜର ବୋଲି ଦାବି କରିଆସୁଛି। ସେଠାରେ ମରାଠୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ତାହାକୁ ମହାରାଷ୍ଟ୍ର ନିଜ ସହ ମିଶାଇବାକୁ ଉଦ୍ୟମ କରିଆସିଛି।

ମୂଳତଃ ବମ୍ବେ ପ୍ରେସିଡେନ୍ସିର ଅଂଶ ଥିଲା। ସେଠାରେ ବହୁ ଭାଷାଭାଷୀ ଲୋକ ରହୁଥିଲେ। କର୍ନାଟକର ବିଜୟପୁରା, ବେଲଗାଭି, ଧରଓ୍ବାଦ, ଉତ୍ତର-କନ୍ନଡ ମଧ୍ୟ ବମ୍ବେ ପ୍ରେସିଡେନ୍ସି ଅଧୀନରେ ଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ବେଲଗାମ୍‌ ବମ୍ବେର ଅଂଶ ଥିଲା।
ଭାଷାଭିତ୍ତିକ ଜନଗଣନା ଅନୁଯାୟୀ ସେଠାରେ ୬୪.୩୯% କନ୍ନଡ ଭାଷା କହୁଥିବା ଏବଂ ୨୬.୦୪% ମରାଠୀ ଭାଷା କହୁଥିବା ଲୋକ ରହିଥିଲେ। କିନ୍ତୁ ୪୦ ଦଶକରେ ମରାଠୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା ଏବଂ ସେମାନେ ପ୍ରସ୍ତାବିତ ସଂଯୁକ୍ତ ମହାରାଷ୍ଟ୍ରରେ ମିଶିବା ପାଇଁ ଦାବି କରିଥିଲେ।
ଅନୁସାରେ ରାଜ୍ୟ ପୁନର୍ଗଠନ ଅଧିନିୟମ ଆଇନ ୧୯୫୬ରେ ବେଲଗାମ ଏବଂ ବମ୍ବେର ୧୦ ତାଲୁକକୁ ମହୀଶୂରର ଅଂଶ କରାଯାଇଥିଲା, ଯାହାର ପରବର୍ତ୍ତୀ ନାଁ ୧୯୭୩ରେ କର୍ନାଟକ ହୋଇଥିଲା। ଏହି ନିୟମ ଯୋଗୁ ଭାଷାଭିତ୍ତିକ ଏବଂ ପ୍ରଶାସନିକ କାର୍ଯ୍ୟ ଆଧାରରେ ବିବାଦ ସୃଷ୍ଟି ହୋଇଥିଲା।
ସରକାରଙ୍କ ବିରୋଧ ପରେ ୧୯୬୬ରେ ପୂର୍ବତନ ପ୍ରଧାନ ବିଚାରପତି ମେହର ଚାନ୍ଦ ମହାଜନଙ୍କ ଅଧୀନରେ ମହାଜନ କମିଶନ ଗଠନ କରାଯାଇଥିଲା।
କମିଶନ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ବିବାଦୀୟ ୨୬୪ ଗ୍ରାମକୁ ମହାରାଷ୍ଟ୍ର ଏବଂ ୨୪୭ ଗ୍ରାମକୁ କର୍ନାଟକରେ ମିଶାଯାଇଥିଲା। କିନ୍ତୁ ବେଲଗାମ୍‌କୁ କର୍ନାଟକରେ ହିଁ ରଖାଯାଇଥିଲା।
ରିପୋର୍ଟକୁ ମହାରାଷ୍ଟ୍ର ସରକାର ଖଣ୍ଡନ କରିବା ସହ ବେଲଗାମକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଉଦ୍ୟମ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri