ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ଚାଇନା ଯୁବବର୍ଗମାନେ ବିବାହକୁ ଏଡ଼ାଉଛନ୍ତି।

ସମ୍ପ୍ରତି ଚାଇନାରେ ଘରୋଇ ହିଂସା ମାମଲା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହତ୍ୟାକାଣ୍ଡର ଭିଡିଓ ଦିନରାତି ରେକର୍ଡ କରାଯାଇଥିଲା। ପୂର୍ବ ଶାନ୍ଦୋଙ୍ଗ ପ୍ରଦେଶରେ ଏହି ହତ୍ୟାକାଣ୍ଡ ଘଟିଥିଲା ଏବଂ ପୁରା ଘଟଣାକୁ ଜଣେ ସାକ୍ଷୀ ରେକର୍ଡ କରିଥିଲେ। ବ୍ୟକ୍ତି ଜଣକ ଏହି ଭିଡିଓକୁ ଅନଲାଇନରେ ପୋଷ୍ଟ କରିଥିଲେ ଯାହା ପରେ ଘରୋଇ ହିଂସା ମାମଲା ସାମ୍ନାକୁ ଆସିଥିଲା।

ଭିଡିଓରେ ପୁରୁଷ ଜଣକ ବାରମ୍ବାର ମହିଳାଙ୍କ ଉପରେ କାର ଚଳାଉଥିବାର ନଜର ଆସିଛନ୍ତି। ଯାହା ପରେ ପୋଲିସ ମହିଳାଙ୍କୁ ତାଙ୍କ ସ୍ତ୍ରୀ ବୋଲି ଚିହ୍ନଟ କରିଥିଲା। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ସ୍ବାମୀ ବାରମ୍ବାର ତାଙ୍କ କାରରୁ ଓହ୍ଲାଇ ଆସି ତାଙ୍କ ସ୍ତ୍ରୀ ଜୀବିତ ଅଛନ୍ତି କି ନାହିଁ ପରୀକ୍ଷା କରୁଥିଲେ।

ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଅନଲାଇନରେ ଏହି ଭିଡିଓ ଭାଇରାଲ ହୋଇଛି। ଚାଇନାର ଟୁଇଟର ପରି ସମାନ ଆପ୍‌ ୱାଇବୋରେ  ଏହି ଭିଡ଼ିଓ ୩୦୦ ମିଲିୟନ ଭ୍ୟୁ ହାସଲ କରିଛି।

ଅନେକ ଲୋକ ଏହି ଆକ୍ରମଣକୁ ଅତି ନିଷ୍ଠୁର ବୋଲି ବର୍ଣ୍ଣନା କରିଛନ୍ତି। ଗତ ମାସରେ ଦକ୍ଷିଣ ଗୁଆଙ୍ଗଡୋଙ୍ଗରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ବୋହୂକୁ ଛୁରୀରେ ହତ୍ୟା କରିଥିଲେ। ତାଙ୍କ ପରିବାର ରାଜ୍ୟ ଗଣମାଧ୍ୟମ କହିଛନ୍ତି ସ୍ତ୍ରୀ ବର୍ଷ ବର୍ଷ ଧରି ଘରୋଇ ହିଂସାର ଶିକାର ହୋଇଥିଲେ ଏବଂ ତାଙ୍କ ସ୍ବାମୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?