ମହିଳା ବିରୋଧୀ ହିଂସା: ଓଡ଼ିଶା ୨ୟ

ଭୁବନେଶ୍ୱର (ବ୍ୟୁରୋ) /ନୂଆଦିଲ୍ଲୀ,୧୬ା୯: ବଳାତ୍କାର, ଏସିଡ୍‌ ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ଚାଲାଣ, ଯୌନ ନିର୍ଯାତନା, ଅସଦାଚରଣ ଆଦି ମହିଳା ବିରୋଧୀ ହିଂସା ଓଡ଼ିଶାରେ ପ୍ରତିବର୍ଷ ବଢ଼ିଚାଲିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦ରେ ସାରା ଦେଶରେ ପୂର୍ବ ବର୍ଷ ତୁଳନାରେ ୮.୩% ମହିଳା ବିରୋଧୀ ଅପରାଧ ହ୍ରାସ ପାଇଛି। ଏ କ୍ଷେତ୍ରରେ ୨୦୧୯ରେ ମୋଟ ୪ ଲକ୍ଷ ୫ ହଜାର ୩୨୬ଟି ମାମଲା ରୁଜୁ ହୋଇଥିଲା। ତାହା ୨୦୨୦ରେ ୩ ଲକ୍ଷ ୭୧ ହଜାର ୫୦୩କୁ ହ୍ରାସ ପାଇଛି। କିନ୍ତୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଯଥାକ୍ରମେ ୧୮% ଓ ୯% ବୃଦ୍ଧି ପାଇଛି। ଅର୍ଥାତ୍‌ ଓଡ଼ିଶାରେ ୨୦୧୯ରେ ୨୩,୧୮୩ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୨୫,୪୮୯ଟି ମାମଲା ରୁଜୁ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଯଥାକ୍ରମେ ୨୯,୮୫୯ ଏବଂ ୩୬,୪୩୯ଟି ମାମଲା ରୁଜୁ କରାଯାଇଛି। ସ୍ବାମୀ କିମ୍ବା ସମ୍ପର୍କୀୟ ଦ୍ୱାରା କ୍ରୂରତା (୩୦%) ଅଭିଯୋଗରେ ଅଧିକାଂଶ ମାମଲା ରୁଜୁ ହୋଇଛି। ସେହିପରି ମହିଳାଙ୍କୁ ଦବାଇ ରଖିବା ଉଦ୍ଦେଶ୍ୟରେ ଆକ୍ରମଣ (୨୩%), ଅପହରଣ (୧୬.୮%) ଏବଂ ବଳାତ୍କାର (୭.୫%) ଆଦି ପ୍ରମୁଖ ମାମଲା ରହିଛି।

ଓଡ଼ିଶାରେ ମହିଳା ହିଂସା ବୃଦ୍ଧି ପାଇଥିବା ନେଇ ଖୋଦ୍‌ ରାଜ୍ୟ ସରକାର ବିଧାନସଭାରେ ସ୍ବୀକାରମହିଳା ବିରୋଧୀ ହିଂସା କରିଛନ୍ତି। ଗତ ୬ ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ଯୌତୁକଜନିତ ହତ୍ୟା, ବଳାତ୍କାର ଓ ଅନ୍ୟାନ୍ୟ ମହିଳା ହିଂସା ବଢ଼ିଥିବା ଦର୍ଶାଇଥିଲେ। ଅନ୍ୟପକ୍ଷରେ ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଥାନା, ଫାଣ୍ଡି ସ୍ଥାପନ ଏବଂ ପୋଲିସ ପଦବୀ ପୂରଣ ହୋଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଦର୍ଶାଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। କେବଳ ମହିଳା ବିରୋଧୀ ହିଂସା ନୁହେଁ, ଓଡ଼ିଶାରେ ଅନ୍ୟାନ୍ୟ ଅପରାଧ ୨୦୧୯ ତୁଳନାରେ ୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ଏବଂ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି ଅପରାଧ ମାମଲା ରୁଜୁ ହୋଇଛି। ଏ କ୍ଷେତ୍ରରେ ଦେଶରେ ୨୮% ମାମଲା ବଢ଼ିଛି। ୨୦୨୦ରେ ମୋଟ ୨୯,୧୯୩ ଜଣଙ୍କୁ ହତ୍ୟା କରାଯାଇଛି, ଅର୍ଥାତ୍‌ ଦୈନିକ ହାରାହାରି ୮୦ଟି ହତ୍ୟାକାଣ୍ଡ ଘଟିଛି। ଏଥିରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଥିବା ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଛି। ୟୁପିରେ ୩୭୭୯ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ବିହାରରେ ୩,୧୫୦, ମହାରାଷ୍ଟ୍ରରେ ୨,୧୬୩, ମଧ୍ୟପ୍ରଦେଶରେ ୨,୧୦୧, ପଶ୍ଚିମବଙ୍ଗରେ ୧,୯୪୮ ଓ ଦିଲ୍ଲୀରେ ୪୭୨ ହତ୍ୟା ମାମଲା ରୁଜୁ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା ୧ ପ୍ରତିଶତ ଅଧିକ। ୨୦୧୯ରେ ମୋଟ ୨୮,୯୧୫ ଜଣଙ୍କୁ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୦ରେ ଅପହରଣ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୯ରେ ୧,୦୫,୦୩୬ ଅପହରଣ ଘଟିଥିବାବେଳେ ୨୦୨୦ରେ ୮୪,୮୦୫ ଅପହରଣ ମାମଲା ରୁଜୁ ହୋଇଛି।
କୋଭିଡ୍‌-୧୯ ନିୟମ ଉଲ୍ଲଂଘନକୁ ନେଇ ବହୁସଂଖ୍ୟାରେ ଅପରାଧ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ଅପରାଧ ମାମଲା ସଂଖ୍ୟା ୨୦୧୯ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ଦେଶରେ ମୋଟ ୬୬,୦୧,୨୮୫ ଅପରାଧ ମାମଲା ରୁଜୁ ହୋଇଛି ଯେଉଁଥିରୁ ୪୨,୫୪,୩୫୬ଟି ଆଇପିସି ଉଲ୍ଲଂଘନ ଏବଂ ୨୩,୪୬,୯୨୯ଟି ସ୍ବତନ୍ତ୍ର ତଥା ସ୍ଥାନୀୟ ଆଇନ ଅନୁଯାୟୀ ଅପରାଧ। ୨୦୧୯ରେ ମୋଟ ୫୧,୫୬,୧୫୮ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ଅଧିକ ୧୪,୪୫,୧୨୭ ମାମଲା (୨୮%) ରୁଜୁ ହୋଇଛି। ପ୍ରତି ଲକ୍ଷେ ଲୋକରେ ଅପରାଧ ମାମଲା ସଂଖ୍ୟା ୨୦୧୯ରେ ୩୮୫.୫ ଥିବାବେଳେ ୨୦୨୦ରେ ୪୮୭.୮କୁ ବୃଦ୍ଧି ପାଇଛି। ଆଇପିସିର ଦଫା ୧୮୮(ପ୍ରଶାସନିକ ନିର୍ଦ୍ଦେଶର ଅବମାନନା)ରେ ସର୍ବାଧିକ ୬,୧୨,୧୭୯ ମାମଲା ରୁଜୁ ହୋଇଛି, ଯାହା କି ପୂର୍ବବର୍ଷ ୨୯,୪୬୯ ଥିଲା। ଅନ୍ୟାନ୍ୟ ଆଇପିସି ଦଫାରେ ୧୦,୬୨,୩୯୯ ମାମଲା ରୁଜୁ ହୋଇଛି, ଯାହା ୨୦୧୯ରେ ୨,୫୨,୨୬୮ ଥିଲା। ମହାମାରୀ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଓ କୋଭିଡ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ ଯୋଗୁ ଅଧିକାଂଶ ମାମଲା ଆଇପିସିର ଧାରା ୧୮୮ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନରେ ରୁଜୁ ହୋଇଥିବା ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?