ବଢୁଛି ମହିଳା ବିରୋଧୀ ହିଂସା

ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା ତୁଳନାରେ ଅପରାଧ ହ୍ରାସ ପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବାରେ ସରକାର ବିଫଳ ହେବା ଏହାର ପ୍ରମୁଖ କାରଣ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦୋହଲିଯାଇଥିବା ବିରୋଧୀ ଭାଜପା, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଅଭିଯୋଗ କରିଆସୁଛନ୍ତି। ପ୍ରତିବର୍ଷ ଘଟୁଥିବା ମହିଳା ବିରୋଧୀ ହିଂସା ତଥା ହତ୍ୟା, ବଳାତ୍କାର, ଏସିଡ୍‌ ଆକ୍ରମଣ, ଯୌତୁକ ନିର୍ଯାତନା ସଂଖ୍ୟାକୁ ଦେଖିଲେ ବିରୋଧୀଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଉଛି। ଏପରି କି ସୋମବାର ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ଖୋଦ୍‌ ସରକାର ସ୍ବୀକାର କରିଛନ୍ତି। କିନ୍ତୁ ପୋଲିସ ପଦବୀ ପୂରଣ, ଫାଣ୍ଡି ଓ ଥାନା ପ୍ରତିଷ୍ଠା ଆଦି ଭିତ୍ତିଭୂମି ପାଇଁ ବିଭିନ୍ନ ସମୟରେ ବିରୋଧୀ ଏବଂ ଶାସକ ଦଳ ବିଧାୟକମାନେ ବହୁବାର ଦାବି କରୁଥିଲେ ମଧ୍ୟ ସରକାର ଗ୍ରହଣ କରିନାହାନ୍ତି। ଏନେଇ ସୋମବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି।

ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା ତୁଳନାରେ ଅପରାଧ ହ୍ରାସ ପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବାରେ ସରକାର ବିଫଳ ହେବା ଏହାର ପ୍ରମୁଖ କାରଣ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦୋହଲିଯାଇଥିବା ବିରୋଧୀ ଭାଜପା, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଅଭିଯୋଗ କରିଆସୁଛନ୍ତି। ପ୍ରତିବର୍ଷ ଘଟୁଥିବା ମହିଳା ବିରୋଧୀ ହିଂସା ତଥା ହତ୍ୟା, ବଳାତ୍କାର, ଏସିଡ୍‌ ଆକ୍ରମଣ, ଯୌତୁକ ନିର୍ଯାତନା ସଂଖ୍ୟାକୁ ଦେଖିଲେ ବିରୋଧୀଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଉଛି। ଏପରି କି ସୋମବାର ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ଖୋଦ୍‌ ସରକାର ସ୍ବୀକାର କରିଛନ୍ତି। କିନ୍ତୁ ପୋଲିସ ପଦବୀ ପୂରଣ, ଫାଣ୍ଡି ଓ ଥାନା ପ୍ରତିଷ୍ଠା ଆଦି ଭିତ୍ତିଭୂମି ପାଇଁ ବିଭିନ୍ନ ସମୟରେ ବିରୋଧୀ ଏବଂ ଶାସକ ଦଳ ବିଧାୟକମାନେ ବହୁବାର ଦାବି କରୁଥିଲେ ମଧ୍ୟ ସରକାର ଗ୍ରହଣ କରିନାହାନ୍ତି। ଏନେଇ ସୋମବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି।

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢ଼ିବାରେ ଲାଗିଛି। ସେହିପରି ବଳାତ୍କାରଜନିତ ଅପରାଧ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ, ରାଜ୍ୟରେ ୨୦୧୯ରେ ୨,୯୫୦ ବଳାତ୍କାର ମାମଲା ରୁଜୁ ହୋଇଛି। ୨୦୨୦ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୨,୯୮୪ ହୋଇଛି। ୨୦୨୧ ଜୁନ୍‌ ସୁଦ୍ଧା ୧୫୬୩ଟ ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି ୨୦୧୯ରେ ୧,୬୩୫ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ୨୦୨୦ରେ ୧୬୪୬ ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ଜୁନ୍‌ ସୁଦ୍ଧା ୭୮୬ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୭୩ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ବେଳେ ନବରଙ୍ଗପୁରରେ ଏହି ସଂଖ୍ୟା ୪୧ ରହିଛି। ସେହିପରି ୨୦୧୯, ୨୦୨୦ ଏବଂ ୨୦୨୧ ଜୁନ୍‌ ସୁଦ୍ଧା ମହିଳାଙ୍କୁ ବଳାତ୍କାର କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ଜିଲା ଆଗରେ ରହିଛି।
ମହିଳାଙ୍କୁ ହତ୍ୟା ସଂଖ୍ୟା ମଧ୍ୟ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି। ୨୦୧୯ରେ ୧୩୫୬ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି। ସେହିପରି ୨୦୨୦ରେ ଏହି ମାମଲା ସଂଖ୍ୟା ବୃଦ୍ଧି ଘଟି ୧୪୭୦ ହୋଇଛି। ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୭୮୨ ରହିଛି। ସମାନଭାବେ ଯୌତୁକଜନିତ ହତ୍ୟା ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏ କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ଜିଲା ସର୍ବାଗ୍ରେ ରହିଛି। ୨୦୧୯ରେ ଯୌତୁକଜନିତ ହତ୍ୟା ନେଇ ୨୭୮ ମାମଲା ରୁଜୁ ହୋଇଛି। ୨୦୨୦ରେ ଯୌତୁକଜନିତ ହତ୍ୟା ସଂଖ୍ୟା ବୃଦ୍ଧି ଘଟି ୩୧୧ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୧୮୪ରେ ରହିଛି।
ମହିଳା ନିର୍ଯାତନା ଏବଂ ଯୌତୁକଜନିତ ନିର୍ଯାତନା ମାମଲାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ୨୦୧୯ରେ ରାଜ୍ୟରେ ନିର୍ଯାତନା ମାମଲା ୩୭୫୬ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୭୫୯ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ରାଜ୍ୟରେ ନିର୍ଯାତନା ମାମଲା ୨,୨୯୪ ରହିଛି। ଯୌତୁକ ଯୋଗୁ ରାଜ୍ୟରେ ୨୦୧୯ରେ ୨୫୩୨ ନିର୍ଯାତନା ମାମଲା ରୁଜୁ ହୋଇଛି। ୨୦୨୦ରେ ୩,୧୫୩ ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୨,୧୫୯ ରହିଛି। ସେହିଭଳି ରାଜ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ୨୦୧୯ରେ ୫୪୪ ମାମଲା ରୁଜୁ କରାଯାଇଛି। ୨୦୨୦ରେ ଏନେଇ ୬୧୬ ମାମଲା ଏବଂ ୨୦୨୧ ଜୁନ୍‌ ସୁଦ୍ଧା ୩୩୪ ମାମଲା ରୁଜୁ ହୋଇଛି। ସେହିପରି ମହିଳାଙ୍କ ଉପରକୁ ଏସିଡ୍‌ ମାଡ଼ ଘଟଣାରେ ୨୦୧୯ରେ ୩, ୨୦୨୦ରେ ୬ ଏବଂ ୨୦୨୧ ଜୁନ୍‌ ସୁଦ୍ଧା ଗୋଟିଏ ମାମଲା ରୁଜୁ ହୋଇଛି। ଅନ୍ୟପଟେ ମହିଳା ଚାଲାଣ ନେଇ ୨୦୧୯ରେ ୧୧୭ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୭୩ ଏବଂ ୨୦୨୧ରେ ୪୦ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?