Posted inଖେଳ

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ଭିନୁ ମଙ୍କଡ଼

ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍‌ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ ଲେଖାଏ ଖେଳାଳିଙ୍କୁ ତାଲିକାଭୁକ୍ତ କରାଯାଇଛି। ଜୁନ୍‌ ୧୮ରେ ସାଉଥାମ୍ପଟନଠାରେ ଭାରତ ବନାମ ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ଆଇସିସି ଏହି ଘୋଷଣା କରିଛି। ଟେଷ୍ଟ କ୍ରିକେଟ ଇତିହାସରେ ଖେଳ ପ୍ରତି ଏହି ୧୦ଜଣ କିମ୍ବଦନ୍ତୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେମାନଙ୍କୁ ସାମିଲ କରାଯିବା ଦ୍ୱାରା ହଲ୍‌ ଅଫ୍‌ ଫେମ୍‌ ତାଲିକାର ସଦସ୍ୟ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ତାଲିକାଭୁକ୍ତ କିମ୍ବଦନ୍ତୀମାନେ ହେଲେ ପ୍ରାରମ୍ଭିକ ଯୁଗ (୧୯୧୮ ପୂର୍ବରୁ) ପାଇଁ ଦକ୍ଷିଣ ଆଫ୍ରିକାର ଅବ୍ରେ ଫକ୍‌ନର ଓ ଅଷ୍ଟ୍ରେଲିଆର ମଣ୍ଟି ନୋବଲ, ଆନ୍ତଃ ଯୁଦ୍ଧ ଯୁଗ (୧୯୧୮ରୁ୧୯୪୫) ପାଇଁ ଓ୍ବେଷ୍ଟଇଣ୍ଡିଜର ସାର୍‌ ଲିଏରି କନଷ୍ଟାଣ୍ଟିନ୍‌ ଓ ଅଷ୍ଟ୍ରେଲିଆର ଷ୍ଟାନ ମ୍ୟାକ୍‌କେବ୍‌, ଯୁଦ୍ଧର ପରବର୍ତ୍ତୀ ଯୁଗ (୧୯୪୬ରୁ ୧୯୭୦) ପାଇଁ ଇଂଲଣ୍ଡର ଟେଡ୍‌ ଡେକ୍ସଟର ଓ ଭାରତର ଭିନୁ ମଙ୍କଡ, ଅନ୍ତର୍ଜାତୀୟ ଦିନିକିଆ ଯୁଗ (୧୯୭୧ରୁ ୧୯୯୫) ପାଇଁ ଓ୍ବେଷ୍ଟଇଣ୍ଡିଜର ଦେସ୍‌ମଣ୍ଡ ହେନ୍ସ ଓ ଇଂଲଣ୍ଡର ବବ୍‌ ଓ୍ବିଲ୍ସ ଏବଂ ଆଧୁନିକ ଯୁଗ (୧୯୯୬ରୁ ୨୦୧୬)ପାଇଁ ଜିମ୍ବାଓ୍ବେର ଆଣ୍ଡି ଫ୍ଲାଓ୍ବାର ଓ ଶ୍ରୀଲଙ୍କାର କୁମାର ସଙ୍ଗକାରା। ମଙ୍କଡ଼ଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚନା କରାଯାଇଥାଏ। ସେ ୪୪ ଟେଷ୍ଟ ମ୍ୟାଚ ଖେଳି ୩୧.୪୭ ଆଭରେଜରେ ୨,୧୦୯ ରନ ସଂଗ୍ରହ କରିଛନ୍ତି। ସେ ୩୨.୩୨ ଆଭରେଜରେ ୧୬୨ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଓ ବାମହାତୀ ଧିମା ରକ୍ଷଣଶୀଳ ବୋଲର ଥିଲେ। ସେ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଲଡର୍‌ସଠାରେ ହାସଲ କରିଥିଲେ। ସେ ୭୨ ଓ ୧୮୪ ରନ କରିବା ସହ ମ୍ୟାଚରେ ୯୭ ଓଭର ବୋଲିଂ କରିଥିଲେ। ସେ ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର ଯିଏକି ଟେଷ୍ଟ କ୍ରିକେଟରେ ପ୍ରତ୍ୟେକ ପୋଜିଶନରେ ବ୍ୟାଟିଂ କରିଛନ୍ତି। ସେ ଆହୁରି ମଧ୍ୟ ଅନ୍ୟ ଜଣେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ କୋଚିଂ ଦେଇଛନ୍ତି। ଗାଭାସ୍କର ପୂର୍ବରୁ ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri