ଲକ୍‌ଡାଉନ୍‌ରେ ବଢ଼ିଛି ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍‌-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍‌ସିଂହପୁର ଜିଲାରେ ଲକ୍‌ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ ଜିନିଷକୁ ବାଦ୍‌ ଦେଲେ ଅବଶିଷ୍ଟ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିପାରୁନାହିଁ। ଅନ୍ୟପକ୍ଷରେ ବଜାରରେ ଲାଇସେନ୍ସପ୍ରାପ୍ତ ଦୋକାନରେ ଖୋଲାଖୋଲି ଭାବେ ମଦ ବିକ୍ରି ଉପରେ କଟକଣା ଲଗିଛି। ଅନ୍‌ଲାଇନ୍‌ରେ ମଦ କାରବାର ପାଇଁ ଅନୁମତି ଦିଆଯାଇଛି। କେହି ମଦ କିଣିବାକୁ ଚାହିଁଲେ ଅନ୍‌ଲାଇନ୍‌ରେ ଆବେଦନ କଲେ ଦୋକାନୀ ତାଙ୍କ ନିକଟରେ ମଦ ପହଞ୍ଚାଇବା ବ୍ୟବସ୍ଥା କରିବେ। ଏ ନେଇ ମଦର ମୂଲ୍ୟ ସହ ଯେଉଁ ବ୍ୟକ୍ତି ଏହାକୁ ନେଇ ଯିବେ ତାଙ୍କ ଖର୍ଚ୍ଚ ଦେବାକୁ ପଡ଼ିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହେଉଛି। ବିନା ଡୋର ଡେଲିଭରିରେ ମଦ କାରବାର ଚାଲିଛି। ଦୋକାନୀ ଘରେ ପହଞ୍ଚାଇବାକୁ ସ୍ଥିରୀକୃତ ଟଙ୍କା ନେଉଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ଥାନରୁ ବିକ୍ରି କରି ବେସ୍‌ ଲାଭ ଉଠାଉଛନ୍ତି। କେବଳ ଏତିକି ନୁହେଁ, ସ୍ଥିରୀକୃତ ମଦର ମୂଲ୍ୟଠାରୁ ମଧ୍ୟ ଅଧିକ ନେଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଅନଲାଇନ୍‌ ମାଧ୍ୟମରେ କେତେଜଣ ଲୋକ ମଦ କିଣିବାକୁ ଚାହୁନାହାନ୍ତି। ସେମାନେ ନିଜର ନାମ ଗୋପନ ରଖି ଅଧିକ ଟଙ୍କାରେ କ୍ରୟ କରୁଛନ୍ତି। ଏ ପରିସ୍ଥିତିରେ ଜିଲାରେ ନକଲି ମଦ କାରବାର ମଧ୍ୟ ବୃଦ୍ଧି ପାଇଛି। ଏହି ର଼୍ୟାକେଟ୍‌ ଜିଲାରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି। ସେହିପରି ବେଆଇନ ବ୍ରାଉନସୁଗାର ଓ ଗଞ୍ଜେଇ ଆଦି କାରବାର ଆଶାତୀତ ଭାବେ ବୃଦ୍ଧି ପାଇିଛି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ଆଗକୁ ପରିସ୍ଥିତି ଜଟିଳ ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲା ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୩୬ଟି ଅନ୍‌ଲାଇନ୍‌ ଶପ୍‌, ୧୯ ଅଫ୍‌ଲାଇନ ଶପ୍‌ ଓ ୧୧ଟି ଦେଶୀ ମଦ ଦୋକାନ ରହିଛି। ଏହାଛଡ଼ା ୭ ବିଦେଶୀ ଓ ୨ ଦେଶୀ ମଦ ଦୋକାନ ଉପରେ କଟକଣା ଲାଗୁ ହୋଇଥିଲା। କୋର୍ଟ ନିର୍ଦ୍ଦେଶ ପରେ ଏହି କଟକଣା ଉଚ୍ଛେଦ ହୋଇଛି। ଖୁବ୍‌ଶୀଘ୍ର ଏଗୁଡିକୁ ନିଲାମ କରାଯିବ। ସବୁଠୁ ବଡ କଥା ହେଲା ବିଦେଶୀ ମଦର ଅଭାବ ଦେଖି କେତେଜଣ ଅସାଧୁ ବ୍ୟକ୍ତି କଟକ ଓ ପୁରୀ ଜିଲା ପଟୁ ନକଲି ମଦ ଆଣି ବିକ୍ରି କରୁଥିବା ଶୁଣିବାକୁ ମିଳୁଛି। ସେମାନେ କଟକ ଜିଲାର ନିଆଳି ଓ ପୁରୀର ନୂଆହାଟ ପଟୁ ଏହି ନକଲି ମଦ ଆଣି ଜିଲାର ନାଉଗାଁ, ଜଗତ୍‌ସିଂହପୁର ଓ ବାଲିକୁଦା ଆଦି ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଯେତିକି ପରିମାଣର ବ୍ରାଉନସୁଗାର ବିକ୍ରି ହେଉଥିଲା ଏବେ ତାହା ବଢିଛି। ଗଞ୍ଜେଇ ଚୋରା ଚାଲାଣ କଥା ନ କହିଲେ ଭଲ। ଅବକାରୀ ବିଭାଗର କର୍ମଚାରୀ ଓ ଗାଡିର ଅଭାବ ଥିବାରୁ ସନ୍ତୋଷଜନକ ଚଢାଉ କରିହେଉ ନ ଥିବା କୁହାଯାଇଛି। କିନ୍ତୁ ଅବକାରୀ ବିଭାଗ ଓ ଚୋରା ମଦ କାରବାରକାରୀଙ୍କ ମଧ୍ୟରେ ସମ୍ପର୍କରେ ହେତୁ ଜିଲାରେ ଏହି କାରବାର ବଢିଚାଲିଛ ଅଭିଯାଗ ହେଉଛି।
ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ମହାପାତ୍ର କହିଛନ୍ତି, ନକଲି ମଦ କାରବାର ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତଥାପି ଅନୁଧ୍ୟାନ କରାଯିବ। କେହି ସୂଚନା ଦେଲେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡୋର ଡେଲିଭରି ବାବଦ ନିର୍ଦ୍ଦିଷ୍ଟ ସ୍ଥାନରୁ ବିଦେଶୀ ମଦ ବିକ୍ରି ହେଉଥିବା ଶୁଣାଯାଉଛି। ଏସବୁ ଉପରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?