ବାଲିଯାତ୍ରାରେ ଦର୍ଶକଙ୍କୁ ଝୁମେଇଲେ ବିନୋଦ: ସାଉଁଟିଲେ ପ୍ରଶଂସା

ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ): ଓଡିଶାର ସବୁଠାରୁ ବଡ଼ ଯାତ୍ରା ଭାବେ ପାଳନ କରାଯାଏ ବାଲିଯାତ୍ରା। କଟକ ସହରରେ ଏହି ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଦର୍ଶକ ଛୁଟି ଆସନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ଅନେକ କିଛି ଦେଖିବା ଖେଳିବା ଭଳି ମେଳା ପଡିଥାଏ। ଲୋକଙ୍କ ଭିଡ଼କୁ ଦେଖି କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଏକ ସଚେତନବାର୍ତ୍ତା ଲୋକଙ୍କୁ ଦେବାପାଇଁ ସ୍ବତନ୍ତ୍ର ମଞ୍ଚ ବ୍ୟବସ୍ଥା କରାଯାଇଛି।

ରୋଡ଼ ସେଫଟି, ସାଇବର କ୍ରାଇମ ରୁ ସୁରକ୍ଷିତ, ହେଲମେଟ, ସିଟ ବେଲ୍ଟ ବ୍ୟବହାର ଆଦି ସଚେତନ କରାଯାଉଛି ଏଥିସହ ସଂନ୍ଧ୍ୟାରେ ଉକ୍ତ ମଞ୍ଚରେ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ ପରିବେଷଣ ସହ ସଚେତନ କାର୍ଯ୍ୟକ୍ରମ କରାଯାଉଛି। କଟକ ବାଲିଯାତ୍ରା ରେ ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାରେ ରହିଥିବା ଥାନାରୁ ପୋଲିସ ଅଫିସର, ଗୃହରଖି, କନେଷ୍ଟବଲମାନଙ୍କୁ ଉକ୍ତ ଯାତ୍ରାରେ ଡ୍ୟୁଟି ପଡିଛି ସେହି କ୍ରମରେ ଦାରିଙ୍ଗବାଡି ର ଗୃହରଖି ତଥା ବରିଷ୍ଠ କଳାକାର ଯିଏ କି ସାମାଜିକ, ପୌରାଣିକ ନାଟକରେ ଅଭିନୟ କରିବା ସହ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଦାରିଙ୍ଗବାଡି ତଥା ଜିଲା ଓ ଜିଲା ବାହାରେ ବେଶ ପରିଚିତ ବିନୋଦ କୁମାର ନାୟକଙ୍କୁ ଉକ୍ତ କମିଶନରେଟ କରିଥିବା ସଚେତନ ମଞ୍ଚରେ ପ୍ରତିଦିନ ସନ୍ଧ୍ୟା କାର୍ଯ୍ୟକ୍ରମରେ କଣ୍ଠଦାନ କରି ଭଜନ, ସମ୍ବଲପୁରୀ ଭଳି ପୁରୁଣା ଓ ଅତ୍ୟାଧୁନିକ ସଙ୍ଗୀତ ଗାନ କରି ଦର୍ଶକଙ୍କ ମନ ମୋହିଛନ୍ତି ଏଥିପାଇଁ କଟକ କମିଶନରେଟର ବରିଷ୍ଠ ଅଧିକାରୀମାନେ ବିନୋଦ କୁମାର ନାୟକଙ୍କୁ ପ୍ରଶଂସା କରିବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏଥିସହ ଦୈନିକ ଉକ୍ତ ମଞ୍ଚରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ବିନୋଦ କହିଛନ୍ତି। ତାଙ୍କୁ ଏଭଳି ଏତେବଡ଼ ମଞ୍ଚରେ ଦୈନିକ ସୁଯୋଗ ମିଳିଥିବାରୁ କଟକ କମିଶନରେଟ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ସାଧୁବାଦ ଦେବାସହ ତାଙ୍କ ସଙ୍ଗୀତ ଶୁଣୁଥିବା କଟକ ବାସୀ ଓ ଅନ୍ୟ ଦର୍ଶକଙ୍କୁ ସାଧୁବାଦ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

ଅଟୋରିକ୍ସା ଡ୍ରାଇଭର ନିର୍ବାଚନ ଜିତିଲେ: ବାହୁବଳୀଙ୍କୁ ନେତାଙ୍କୁ ଚଟେଇଲେ ଧୂଳି

ଚେନ୍ନାଇ,୫ା୫:ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri