ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଲେ ପ୍ରଦୀପ

ନୋଏଡା, ୨୧।୩: ନିକଟରେ ପ୍ରଦୀପ ମେହେରା ନାମକ ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ପ୍ରଦୀପଙ୍କ ଭିଡିଓକୁ ଏପର୍ଯ୍ୟନ୍ତ ୪.୯ ମିଲିୟନ (୫୦ ଲକ୍ଷ) ଲୋକ ଦେଖିଛନ୍ତି। ସମସ୍ତେ ଏହି ଯୁବକଙ୍କ ଉତ୍ସାହକୁ ସଲାମ କରୁଛନ୍ତି।
ଉତ୍ତରାଖଣ୍ଡର ଆଲମୋରା ନିବାସୀ ପ୍ରଦୀପ ମେହେରା ନୋଏଡା ସେକ୍ଟର -୧୬ରେ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ସେ ତାଙ୍କ ଭାଇଙ୍କ ସହ ବରୋଲାରେ ରୁହନ୍ତି। ପ୍ରଦୀପ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଦୌଡ଼ିବାକୁ ସମୟ ପାଆନ୍ତି ନାହିଁ। ତେଣୁ ରାତି ୧୧ଟାରେ ଶିଫ୍ଟ ଶେଷ କରିବା ପରେ ସେ ସେକ୍ଟର -୧୬ରୁ ବରୋଲା ପର୍ଯ୍ୟନ୍ତ ଦୌଡନ୍ତି। ଶନିବାର ରାତିରେ ଯେତେବେଳେ ସେ ସବୁଥର ପରି ଦୌଡୁଥିଲେ। ଏହି ସମୟରେ ପୂର୍ବତନ ଖବରଦାତା ତଥା ଫିଲ୍ମ ନିର୍ମାତା ବିନୋଦ କାପ୍‌ଡି କାର୍‌ରେ ଯାଉଥିବାବେଳେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ସେ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ପ୍ରାୟ ଦୁଇ ମିନିଟର ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଦେଶର ଅନେକ ବଡ ବଡ଼ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଶଂସା କରିଛନ୍ତି।
ଭିଡିଓରେ ପ୍ରଦୀପ କହିଛନ୍ତି ଯେ, ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାପା ତାଙ୍କ ସହିତ ଅଛନ୍ତି। ସେ ତାଙ୍କ ଭାଇଙ୍କ ସହିତ ଏଠାରେ ରୁହନ୍ତି। ବିନୋଦ ତାଙ୍କୁ କାରରେ ବସି ଏକାଠି ଡିନର୍‌ କରିବାକୁ ଡାକନ୍ତି। କିନ୍ତୁ ପ୍ରଦୀପ ମନା କରି କୁହନ୍ତି,ଭାଇଙ୍କର ନାଇଟ ଶିଫ୍ଟ ଅଛି। ଯଦି ମୁଁ ତୁମ ସହିତ ଖାଏ, ଭାଇ ଭୋକରେ ରହିବ। ବିନୋଦ ଏହି ଭିଡିଓକୁ ନିଜ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରି କହିଛନ୍ତି,ଏହା ପ୍ରକୃତ ସୁନା।

https://twitter.com/vinodkapri/status/1505535421589377025


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?