Posted inଖେଳ

କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍‌ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି ଉପସ୍ଥାପନ କରି ନ ଥିଲେ। ତାହା ପ୍ରମାଣ କରିବାକୁ ଯାଇ ଭିନେଶ ଫୋଗତ ରବିବାର ସୋସିଆଲ ମିଡିଆରେ ତାରିଖ ନ ଥିବା ଏକ ଚିଠିର ନକଲ ଶେୟାର କରିଛନ୍ତି। ପ୍ରସ୍ତୁତି ଲାଗି ସେମାନେ କେବଳ ଅଗଷ୍ଟ ପର୍ଯ୍ୟନ୍ତ ଅତିରିକ୍ତ ସମୟ ମାଗିଥିଲେ। ଯୌନ ଶୋଷଣ ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ପଦବୀରୁ ବ୍ରିଜ୍‌ଭୂଷଣ ଶରଣ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ସାମୟିକ ମହାସଂଘର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଏକ ଆଡ୍‌ହକ କମିଟି ଗଠନ କରିଥିଲା। କମିଟି ୬ ଜଣ ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ଲାଗି ଏକ ବାଉଟ ଟ୍ରାଏଲ ବ୍ୟବସ୍ଥା କରିଥିଲା। ମାତ୍ର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ସମସ୍ତେ ସମ୍ପୂର୍ଣ୍ଣ ଟ୍ରାଏଲ୍‌ରେ ଭାଗ ନେବା ଉଚିିତ ବୋଲି ଉଦୀୟମାନ କୁସ୍ତିଯୋଦ୍ଧାମାନେ ମତବ୍ୟକ୍ତ କରିଥିଲେ। ଭିନେଶ କହିଛନ୍ତି, ସେମାନେ ଅନ୍ୟ କୁସ୍ତିଯୋଦ୍ଧାଙ୍କ ଭଳି ସମ୍ପୂର୍ଣ୍ଣ ଟ୍ରାଏଲରେ ଭାଗ ନେବାକୁ ଚାହାନ୍ତି। ଯୌନ ଶୋଷଣ ମାମଲାରେ ଡବ୍ଲ୍ୟୁଏଫ୍‌ଆଇର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂ ଗିରଫ ଦାବିରେ ବହୁ ଦିନ ଧରି ଧାରଣାରେ ବସିଥିବାରୁ ସିଲେକ୍ସନ ଟ୍ରାଏଲରେ ଭାଗ ନେବା ଲାଗି ନିଜକୁ ଭଲରୂପେ ପ୍ରସ୍ତୁତ କରିପାରି ନ ଥିବାରୁ ପ୍ରସ୍ତୁତି ଲାଗି ସେମାନଙ୍କୁ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯାଉ ଏବଂ ସେହି ଅନୁସାରେ ସିଲେକ୍ସନ ଟ୍ରାଏଲକୁ ମଧ୍ୟ ଘୁଞ୍ଚାଇ ଦେବାଲାଗି କ୍ରୀଡ଼ା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଚିଠିଟିରେ ବଜରଙ୍ଗ ପୁନିଆ (୬୫କେଜି), ସାକ୍ଷୀ ମଲିକ (୬୨କେଜି), ତାଙ୍କ ସ୍ବାମୀ ସତ୍ୟବ୍ରତ କାଡିଆନ (୯୭କେଜି), ସଙ୍ଗୀତା ଫୋଗତ (୫୭କେଜି), ଜିତେନ୍ଦ୍ର କୁମାର (୮୬କେଜି) ଓ ଭିନେଶଙ୍କ ସ୍ବାକ୍ଷର ରହିଥିଲା। ସିଲେକ୍ସନ ଟ୍ରାଏଲ ଅଗଷ୍ଟ ୧୦ ପରେ କରିବା ଲାଗି କୁସ୍ତିଯୋଦ୍ଧାମାନେ ଅନୁରୋଧ କରିଥିଲେ। ଖବର ଅନୁସାରେ ଆଇଓଏ ଆଡହକ୍‌ ପ୍ୟାନେଲରେ ଯୋଗ କରାଯାଇଥିବା କୋଚ୍‌ ଗିଆନ ସିଂ ଓ ଅଶୋକ ଗର୍ଗ ୬ଜଣ କୁସ୍ତିଯୋଦ୍ଧାଙ୍କୁ ଟ୍ରାଏଲ୍ସରୁ ରିହାତି ଦେବାକୁ ଚାହିଁଥିଲେ। ଅନ୍ୟପକ୍ଷରେ ଆଇଓଏକୁ ଜୁଲାଇ ୧୫ ସୁଦ୍ଧା ଭାରତୀୟ ଦଳର ସମ୍ପୂର୍ଣ୍ଣ ଖେଳାଳି ତାଲିକା ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ନିକଟରେ ଦାଖଲ କରିବାକୁ ହେବ। ଅଗଷ୍ଟ ୧୦ ପରେ ସିଲେକ୍ସ ଟ୍ରାଏଲ କରିବା ପାଇଁ କୁସ୍ତିଯୋଦ୍ଧାମାନେ ଅନୁରୋଧ କରିଥିବାରୁ ତାଲିକା ଦାଖଲ ସମୟସୀମା ବୃଦ୍ଧି ପାଇଁ ଓସିଏକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜବାବ ମିଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?