Posted inଖେଳ

ଓଡ଼ିଶା ଆଥ୍‌ଲେଟଙ୍କୁ ଆଶାତୀତ ସଫଳତା

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶା ଆଥ୍‌ଲେଟ୍‌ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ ଓଡ଼ିଶା ପ୍ରତିଯୋଗୀମାନେ ୮ଟି ପଦକ ପାଇଛନ୍ତି ଏବଂ ଜଣେ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୧୯ରେ ୟୁଏଇରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ୪ଟି ପଦକ ପାଇଥିଲା।
ଏଥର ପ୍ରତିଯୋଗିତାର ୪୦୦ ମିଟର ରେସ୍‌ରେ ଓପନ ଲର୍ନିଂ ସିଷ୍ଟମ (ଓଏଲ୍‌ଏସ୍‌) ଭୁବନେଶ୍ୱରର ଅରିଦିତା ଚକ୍ରବର୍ତ୍ତୀ ୧:୨୪.୦୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଛନ୍ତି। ରବିବାର ଶେଷ ଦିବସରେ ଅନୁଷ୍ଠିତ ଏହି ଇଭେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ପୂର୍ବରୁ ସେ ଶଟ୍‌ପୁଟ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ବଲାଙ୍ଗୀର ଆର୍‌ଏସ୍‌ଡି (ସ୍କୁଲ ଫର୍‌ ଦି ଡିଫ୍‌) ସଇଁତଳାର ବୈଷ୍ଣବ ରାଜପଲିଆ ୮.୪୪ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ଆଠଗଡ଼ର କଳ୍ପନା ଜେନା ସାଇକ୍ଲିଂର ୨ କିଲୋମିଟର ଟାଇମ୍‌ ଟ୍ରାଏଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ପାଇଥିବାବେଳେ ନିମାପଡ଼ା ସିବିଆଇଡିର ଜ୍ୟୋତିରଞ୍ଜନ ଓଝା ବ୍ରୋଞ୍ଜ ପଦକ ପାଇଥିବା ସ୍ପେଶାଲ ଅଲିମ୍ପିକ୍ସ (ଏସ୍‌ଓ) ଭାରତ ୟୁନିଫାଏଡ୍‌ ଭଲିବଲ ଟିମ୍‌ର ସଦସ୍ୟ ଥିଲେ। କିଟ୍‌ର ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ୍‌ ୟୁନିଫାଏଡ୍‌ ବିଚ୍‌ ଭଲିବଲ ଦଳର ସଦସ୍ୟଭାବେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ୪ର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଫୁଟବଲ ଦଳର ସଦସ୍ୟ ଥିଲେ ବରପାଲି ସରସ୍ବତୀ ସଂଘର ସଚିନ ବାରିକ। ବଲାଙ୍ଗୀର ଆଶ୍ରାର ଝସକେତନ ସାହୁ ଭାରତୀୟ ଦଳର କୋଚ୍‌ ଥିଲେ। ରୌପ୍ୟ ପଦକ ହାସଲ କରିଥିବା ଏସ୍‌ଓ ଭାରତୀୟ ମହିଳା ବାସ୍କେଟବଲ ଦଳର କୋଚ୍‌ ଦାୟିତ୍ୱ ତୁଲାଇଥିଲେ କଟକ ସହାୟର ସସ୍ମିତା ରାଉତରାୟ।
”ଏହା ଆମପାଇଁ ଗର୍ବର ମୁହୂର୍ତ୍ତ ଏବଂ ଖୁସି ମନାଇବାର ସମୟ“ ବୋଲି ସ୍ପେଶାଲ ଅଲିମ୍ପିକ୍ସ ଭାରତର ସଭାପତି କସ୍ତୁରୀ ମହାପାତ୍ର ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ହେବାକୁଥିବା ପ୍ରତିଯୋଗିତାଗୁଡ଼ିକରେ ରାଜ୍ୟରୁ ଅଧିକରୁ ଅଧିକ ଆଥ୍‌ଲେଟ୍‌ଙ୍କୁ ଖେଳାଇବାରେ ଆମ କୋଚ୍‌ଙ୍କ ଆତ୍ମବିଶ୍ୱାସ ବଢ଼ାଇଛି ବୋଲି ସ୍ପେଶାଲ ଅଲିମ୍ପିକ୍ସ ଅନ୍ତର୍ଜାତୀୟ ସ୍ତରର କୋଚ୍‌ ଅର୍ପିତା ମହାପାତ୍ର କହିଛନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ମିଳିଲେ ଆମ ଆଥଲେଟ୍‌ମାନେ ଆହୁରି ଅଧିକ ସଫଳତା ପାଇପାରିବେ ବୋଲି ଏସ୍‌ଓବି-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?