Posted inଖେଳ

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌ ନେବାର ଥିଲା। କିନ୍ତୁ ୟୁରୋପୀୟ ସଂଘ(ୟୁରୋପିଆନ ୟୁନିଅନ)ରେ ରହିବା ପାଇଁ ତାଙ୍କ ଭିଜାରେ ପ୍ରଦତ୍ତ ତାରିଖଠୁ ଗୋଟିଏ ଦିନ ଅଧିକ ରହିଯାଇଥିଲେ ଭିନେଶ। ଏଥି ଯୋଗୁ ତାଙ୍କୁ ଫ୍ଲାଇଟ୍‌ ନେବାକୁ ଅନୁମତି ମିଳି ନ ଥିଲା।

ଅଲିମ୍ପିକ୍ସ ଲାଗି ହଙ୍ଗେରୀରେ କୋଚ୍‌ ଓ୍ବଲର ଆକୋସଙ୍କ ସହ ଟ୍ରେନିଂ ନେଉଥିଲେ। ସେଠାରୁ ତାଙ୍କୁ ମଙ୍ଗଳବାର ରାତିରେ ପହଞ୍ଚିବାର ଥିଲା ଟୋକିଓରେ। କିନ୍ତୁ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଫ୍ଲାଇଟ୍‌ ପାଇଁ ବୋର୍ଡିଂ ପୂର୍ବରୁ ତାଙ୍କୁ ରୋକି ଦିଆଯାଇଥିଲା।

ତେବେ ସମସ୍ୟାର ସମାଧାନ ହୋଇସାରିଛି। ସେ ବୁଧବାର ଟୋକିଓରେ ପହଞ୍ଚିବେ ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ପକ୍ଷରୁ କୁହାଯାଇଛି।

ଏହା ଜାଣିଶୁଣି କରାଯାଇ ନାହିଁ। ତାଙ୍କ ଭିଜା ୯୦ ଦିନ ପାଇଁ ୟୁରୋପିଆନ ସଂଘରେ ଭ୍ୟାଲିଡ୍‌ ଥିଲା। ହେଲେ ଭିନେଶ ବୁଦାପେଷ୍ଟରୁ ଫେରିବା ପରେ ୯୧ ଦିନ ୟୁରୋପିଆନ ୟୁନିଅନରେ ରହିଛନ୍ତି। ଏହି ସମସ୍ୟାର ସମାଧାନ କରିଥିଲା ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)। ଫ୍ରାଙ୍କଫର୍ଟରେ ଥିବା ଭାରତୀୟ କନସୁଲେଟ୍‌ ବିମାନ ବନ୍ଦରରେ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ। ଭିନେଶ ବୁଧବାର ଟୋକିଓରେ ପହଞ୍ଚିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍‌ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍‌ କୋଚ୍‌ ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍‌ଠାରେ ନିକଟରେ ଶେଷ ହୋଇଥିବା...

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ମ୍ୟାଚ୍‌ ଜିତି ବି ଦୁଃଖ କଲେ ଜାଡେଜା, କହିଲେ ଏମିତି…

ନୂଆଦିଲ୍ଲୀ,୧୧ା୫: ବୁଧବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୨୭ ରନ୍‌ରେ ପରାସ୍ତ କରିଥିଲା। ତେବେ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ…

ବେଙ୍ଗାଲୁରୁ,୧୦।୪: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌ...

କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌...

ହଂକଂକୁ ୧୯୪ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ରେ ଶୁକ୍ରବାର ଗ୍ରୁପ୍‌ ଏ ପର୍ଯ୍ୟାୟର ଅନ୍ତିମ ମୁକାବିଲା ପାକିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ଉଭୟ ଟିମ୍‌ ଭାରତ ବିପକ୍ଷରେ...

ସେମିରେ ସାବାଲେଙ୍କା, ମୁଚୋଭା

କାକାମିଘରା, ୭ା୬ (ପି.ଟି.): ମହିଳା ଏସିଆ କପ୍‌ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ...

ଟେଷ୍ଟ ଉପରେ ଶେଫାଳୀଙ୍କ ନଜର

  ନୂଆଦିଲ୍ଲୀ, ୧୮।୫-ସୀମିତ ଓଭର କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତର ୧୭ ବର୍ଷୀୟା ମହିଳା କ୍ରିକେଟର ଶେଫାଳୀ ବର୍ମା ଏବେ ଟେଷ୍ଟ କ୍ୟାରିୟର ଆରମ୍ଭ...

Advertisement
Archives

Model This Week