Posted inଖେଳ

ଭିନେଶଙ୍କୁ ସ୍ବର୍ଣ୍ଣ, ବଜରଙ୍ଗ ଫାଇନାଲରେ

ରୋମ୍‌, ୮ା୩(ପି.ଟି.)-ମାଟେଓ ପେଲିକନ୍‌ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ଭାରତର ଷ୍ଟାର ରେସ୍‌ଲର ଭିନେଶ ଫୋଗତ୍‌ ୫୩ କେଜି ଶ୍ରେଣୀରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ବିଶ୍ୱର ନମ୍ବର ଓ୍ବାନ୍‌ ର଼୍ୟାଙ୍କ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ବଜରଙ୍ଗ ପୁନିଆ ପୁରୁଷ ୬୫କେଜି ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ। ୨୬ ବର୍ଷୀୟା ବ୍ରୋଞ୍ଜ ବିଜୟିନୀ ଏଠାରେ ଟାଇଟଲ ମୁକାବିଲାରେ କାନାଡାର ଡାଏନା ମେରୀ ହେଲେନ୍‌ ଓ୍ବିକରଙ୍କୁ ୪-୦ରେ ହରାଇ ଦେଇଛନ୍ତି। ଭିନେଶ ଗତ ସପ୍ତାହରେ କିଭ୍‌ଠାରେ ଏକ ସ୍ବର୍ଣ୍ଣ ଜିତିଥିଲେ। ଦୁଇଟି ସ୍ବର୍ଣ୍ଣ ପଦକ ଯୋଗୁ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିରେ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାରତର ଅନ୍ୟ ଜଣେ ରେସଲର ସରିତା ମୋର୍‌ ଶନିବାର ୫୭କେଜି ଶ୍ରେଣୀରେ ଏକ ରୌପ୍ୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri