Posted inଜାତୀୟ

ଦୁଇ ବଳାତ୍କାରୀଙ୍କୁ ନିସ୍ତୁକ ମାଡ଼ମାରି ଜାଳିଦେଲେ

ରାଞ୍ଚି,୧୦।୬: : ଝାଡ଼ଖଣ୍ଡର ଗୁମ୍‌ଲା ଜିଲାରେ ଦୁଇ ବଳାତ୍କାରୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରି ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଆଁରେ ପୋଡ଼ି ହୋଇ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ଅଭିଯୁକ୍ତ ଦ୍ୱୟ ପଡ଼ୋଶୀ ଗ୍ରାମର ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ଅଭିଯୁକ୍ତଙ୍କ ବାଇକ୍‌ ଜାଳି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ବଳତ୍କାର ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଗୁମ୍‌ଲା ଏସ୍‌ଡିପିଓ ମନୀଷ ଚନ୍ଦ୍ରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ପ୍ରତି ବସ୍‌ରେ ମଙ୍ଗଳବାରଠାରୁ ନିଯୁକ୍ତ ହେବେ ମାର୍ଶଲ

ନୂଆଦିଲ୍ଲୀ,୨୮।୧୦: ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ଦିଲ୍ଲୀର ପ୍ରତି ବସ୍‌ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାର୍ଶଲ ନିଯୁକ୍ତ କରିଛନ୍ତି। ମଙ୍ଗଳବାରଠାରୁ...

୨୧୧ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆତ୍ମନିର୍ଭର ଭାରତ ଗୀତକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଦେଶର ଅର୍ଥ ବ୍ୟବସ୍ଥା ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅନ୍‌ଲାଇନ କାରବାରକୁ ସାବଧାନ ! ହଜାରେ ଦିନରେ ୧୩ କୋଟି ଥର ସାଇବର କ୍ରାଇମ ପୋର୍ଟାଲର ସହାୟତା ନେଇଛନ୍ତି ଲୋକେ…

ନୂଆଦିଲ୍ଲୀ,୩୦।୩ : ବିଶ୍ୱସ୍ତରରେ, ଏହା ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ହେଉ, ସାଇବର ଅପରାଧ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା...

ମହାନତା ଦେଖାଇଲେ ମୋଦି

ଶିମ୍‌ଲା,୯।୧୧: ହିମାଚଳ ପ୍ରଦେଶ କାଙ୍ଗରା ଜିଲାର ଚମ୍ବିରେ ଏକ ନିର୍ବାଚନ ରାଲିରେ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନତା ଦେଖାଇଛନ୍ତି। ନିଜ କନଭେନକୁ ଅଟକାଇ ରୋଗୀଙ୍କୁ...

ମହାମେଣ୍ଟ ନେତା ହେଲେ ନୀତୀଶ, ହେବେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ…

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ଚୟନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ନୀତୀଶ ରାବ୍ରୀ ଦେବୀଙ୍କ ବାସଜ ଭବନରେ...

‘ଫ୍ଲୋର୍‌ ଟେଷ୍ଟରେ ଆମେ ଜିତିବୁ’

ଗୁଆହାଟୀ,୨୯।୬: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ରୁ ଅଧିକ ବିଧାୟକ...

ଦେଶର ୪କୋଟି ଲୋକଙ୍କୁ ଦରିଦ୍ର ସୀମାରେଖା ତଳକୁ ଠେଲି ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ,୨୩ ।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ସେ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର...

ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତରୁ ୧୫

ନୂଆଦିଲ୍ଲୀ, ୭ା୬: ୨୦୨୨ର ବାୟୁ ପ୍ରଦୂଷଣ ସୂଚକାଙ୍କରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ଏହି ତାଲିକାରେ ଚାଦ୍‌, ଇରାକ, ପାକିସ୍ତାନ, ବାହାରିନ ଏବଂ ବାଂଲାଦେଶ ସର୍ବାଧିକ...

Advertisement
Archives

Model This Week