Advertisement

ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପୁଟମାରି ଗ୍ରାମରେ। ପୁଟମାରି, ଲୁଲା ଘାଣ୍ଟ୍ରାଗୁଡା ଘାଟି ରାସ୍ତା ଉପରେ ପୋଦୁଗୁଡ଼ା, ତବଜା ଗୁଡ଼ା, କୁଦାଲ, ଅଟାଲ, ଲୁଲା ପରି ୭/ ୮ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଗ୍ରାମଠାରୁ ୧୦ କି.ମି. ଦୂର ପୋଡ଼ାଗଡ଼ ସାପ୍ତାହିକ ହାଟ, ଲ୍ୟାମ୍ପସ, ମଣ୍ଡି କିମ୍ବା କୋରାପୁଟ ଡାକ୍ତରଖାନା ଯିବାକୁ ହେଲେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ସୁବିଧାଜନକ ହୋଇଥାଏ।

ହେଲେ ରାସ୍ତା ଖରାପ ହୋଇଯିବାରୁ ଏବେ ଉପରୋକ୍ତ ଗ୍ରାମବାସୀ ପୋଡ଼ାଗଡ଼ ହାଟ, ବଜାର ଏବଂ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯିବାକୁ ହେଲେ ୩୦/୪୦ କି.ମି. ଦୂର ବୁଲି ଯାଉଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଘାଟିରାସ୍ତାକୁ ପକ୍କା ରାସ୍ତା କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ଶ୍ରମଦାନ କରି ଗ୍ରାମବାସୀ ଉକ୍ତ ରାସ୍ତାକୁ ଗ୍ରାମଠାରୁ ପୁଟମାରି, କଡ଼ମା ଝୋଲାଗାଁ ଦେଇ ପାଇକପୁକି ଶିବମନ୍ଦିର ଛକ ପର୍ଯ୍ୟନ୍ତ ୬ କି.ମି. ରାସ୍ତା ମରାମତି କରି ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୦ ପ୍ରତିଶତ କମିଛି ନଳିତା ଚାଷ

କେନ୍ଦ୍ରାପଡ଼ା ଅଫିସ,୧୩।୧୦: କେନ୍ଦ୍ରାପଡ଼ା ଜିଲାକୁ ଶିଳ୍ପବିହୀନ ଜିଲା ଭାବେ ଗଣାଯାଏ । ଏଠାରେ ଖଣି ନ ଥିଲେ ମଧ୍ୟ କୃଷିଭିିତ୍ତିକ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

କୋଟଗଡ଼,୮୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୋଇଛି। ଏନେଇ ପେଟ୍ରୋଲ ପମ୍ପ...

ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ

ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ...

କଳା ପଲସର ଆତଙ୍କ: ଆଖିପିଛୁଳାକେ ବାଇକ୍‌ ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ

ପାଟଣା,୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ କଳା ପଲସରର ଆତଙ୍କ ଦେଖାଦେଇଛି। ପାଟଣାମୁଖ୍ୟାଳୟ ତହସିଲ ସାମ୍ନାରୁ ମଙ୍ଗଳବାର କଳା ପଲସରରେ ୨ ଦୁର୍ବୃତ୍ତ ଆସି ବାଇକ ଡିକି...

ନାଳକୁ ଖସିଲା କାର: ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସ୍ବାମ ନାଳର ବାଇପାସ ନିକଟରେ ଏକ ଦୁର୍ଘଟଣା...

ଭକ୍ତଙ୍କ ପାଇଁ ଖୁସି ଖବର: ୨୧ରୁ ହଟିବ କାଳିଆ ଦର୍ଶନ କଟକଣା

ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦରକାର ପଡ଼ିବନି। ଆସନ୍ତା ୨୧ ତାରିଖରୁ ଏହି କଟକଣା ହଟିଯିବ। ଏନେଇ...

ଭଞ୍ଜନଗରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର, ୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏ ନେଇ ଗଞ୍ଜାମ ଜିଲା ବାଉଁଶଲୁଣ୍ଡି...

ପୌର କାର୍ଯ୍ୟାଳୟ ଘେରିବ ଦର୍ଜି ସଂଘ

ମାଲକାନଗିରି,୩ା୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମା’ ମାଉଲି ଦର୍ଜି ସଂଘର ଏକ ସାଧାରଣ ବୈଠକ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ...

Advertisement
Archives

Model This Week