ରାସ୍ତା ନିର୍ମାଣ ନେଇ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଇରଙ୍ଗପୁର,୨୦ା୧୨(ମନୋରଞ୍ଜନ ତିରିଆ): ବାମନଘାଟୀ ଉପଖଣ୍ଡ ଅଧୀନସ୍ଥ ବିଜାତଳା ବ୍ଲକ ଚଢ଼େଇପାହାଡ଼ି ପଞ୍ଚାୟତର ୪ ଗ୍ରାମ ଯଥା- ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆର ଲୋକମାନେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯିବା ପାଇଁ ଅନୁମତି ଦେବାକୁ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କର ଦ୍ୱାରସ୍ଥ ହୋଇଛନ୍ତି। ବଣପାହାଡ଼ ଘେରା ଚଢ଼େଇପାହାଡ଼ି ପଞ୍ଚାୟତ ଅନ୍ତର୍ଗତ ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆ ଗ୍ରାମ ଏବେ ବି ବିକାଶଠାରୁ ଦୂରରେ ରହିଛନ୍ତି। ଗମନାଗମନ ପାଇଁ ଆବଡ଼ାଖାବଡ଼ା ମାଟି ରାସ୍ତା ହିଁ ଭରସା। ୫/୬ ମାସ ତଳେ ଏଠାକାର ଜନସାଧାରଣ ରାସ୍ତା ମରାମତି ପାଇଁ ଜଲାପାଳ ବିନୀତ ଭରଦ୍ୱାଜଙ୍କର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପରେ ଫୁଲବାଡ଼ିଆ ଗ୍ରାମବାସୀଙ୍କ ତରଫରୁ ତତ୍କାଳୀନ ୫-ଟି ସଚିବ ତଥା ଏବେକାର ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ବିଶୋଇ ଗସ୍ତ ସମୟରେ ସାକ୍ଷାତ କରି ଜନସାଧାରଣଙ୍କ ଯୋଗାଯୋଗ ନିମନ୍ତେ ରହିଥିବା ରାସ୍ତାର ଉନ୍ନତିକରଣ କରାଯିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ଇତିମଧ୍ୟରେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଅନ୍ତର୍ଭୁକ୍ତ କରାଯାଇ ଏହାର ରାସ୍ତା ପିଚୁ କାମଡ଼ିସେମ୍ବର ପହିଲାରୁ ସମ୍ପୃକ୍ତ ଠିକାଦାର ହରିହର ଗିରିଙ୍କ ଦ୍ୱାରା ଆରମ୍ଭ ହୋଇଛି। ମାତ୍ର ପିଏମ୍‌ଜିଏସ୍‌ଓ୍ବାଇ ଯୋଜନାରେ ରାସ୍ତାର ନିର୍ମାଣ କାର୍ଯ୍ୟ କିଛି ଦିନ ଚାଲିବା ପରେ ବନାଞ୍ଚଳ ଯୋଗୁ ଏହାର ନିର୍ମାଣ କାର୍ଯ୍ୟକୁ ବନ ବିଭାଗ ତରଫରୁ ବନ୍ଦ କରାଯାଇଛି। ଆଜି ପୁନର୍ବାର ପିଏମ୍‌ଜିଏସ୍‌ଓ୍ବାଇରେ ରାସ୍ତାର ନିର୍ମାଣ କାମକୁ ଚାଲୁ ରଖାଯିବା ନିମନ୍ତେ ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ନିର୍ଭର କରୁଥିବା ୪ଟି ଗ୍ରାମର ଲୋକମାନେ ମିଳିତ ଭାବେ ରାଇରଙ୍ଗପୁରଠାରେ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଡାହୁପାଣି ବନସୁରକ୍ଷା ସମିତି, ବଡ଼ଜାରୀ ବନସୁରକ୍ଷା ସମିତି, ଫୁଲବାଡ଼ିଆ ବନସୁରକ୍ଷା ସମିତି ଓ କିତାବେଡ଼ା ବନ ସୁରକ୍ଷାସମିତିର ସଭ୍ୟସଭ୍ୟାମାନେ ରାଇରଙ୍ଗପୁରଠାରେ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କୁ ସାକ୍ଷାତ କରିଛନ୍ତି। ପିଏମ୍‌ଜିଏସ୍‌ଓ୍ବାଇରେ ବଡ଼ଜାରୀ-କିତାବେଡ଼ା ରାସ୍ତାର ନିର୍ମାଣ ପାଇଁ ଅନୁମତି ଦେବାକୁ ବନାଞ୍ଚଳ ଅଧିକାରୀ ଶ୍ରୀ ସେନାପତିଙ୍କୁ ବଡ଼ଜାରୀ, ଫୁଲବାଡ଼ିଆ, ଡାହୁପାଣି, କିତାବେଡ଼ା ଗ୍ରାମବାସୀଙ୍କ ତରଫରୁ ଲକ୍ଷ୍ମୀ ସିଂ, ରବିନ୍ଦ୍ର ସିଂ, ଗୁରୁ ଦେହୁରୀ, ଗୋବର୍ଦ୍ଧନ ଦେହୁରୀ, ଲାଲ ମୁଣ୍ଡା, ସନାତନ ମୁଣ୍ଡା, ସୁରାଇ ଆଲଡ଼ା, ଯଦୁନାଥ ମୁମୁ, ଖେଲାରାମ ମୁର୍ମୁ ପ୍ରମୁଖ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲ୍ଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ମଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri