Odisha Elections 2024

ରାସ୍ତା ନିର୍ମାଣ ନେଇ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଇରଙ୍ଗପୁର,୨୦ା୧୨(ମନୋରଞ୍ଜନ ତିରିଆ): ବାମନଘାଟୀ ଉପଖଣ୍ଡ ଅଧୀନସ୍ଥ ବିଜାତଳା ବ୍ଲକ ଚଢ଼େଇପାହାଡ଼ି ପଞ୍ଚାୟତର ୪ ଗ୍ରାମ ଯଥା- ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆର ଲୋକମାନେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯିବା ପାଇଁ ଅନୁମତି ଦେବାକୁ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କର ଦ୍ୱାରସ୍ଥ ହୋଇଛନ୍ତି। ବଣପାହାଡ଼ ଘେରା ଚଢ଼େଇପାହାଡ଼ି ପଞ୍ଚାୟତ ଅନ୍ତର୍ଗତ ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆ ଗ୍ରାମ ଏବେ ବି ବିକାଶଠାରୁ ଦୂରରେ ରହିଛନ୍ତି। ଗମନାଗମନ ପାଇଁ ଆବଡ଼ାଖାବଡ଼ା ମାଟି ରାସ୍ତା ହିଁ ଭରସା। ୫/୬ ମାସ ତଳେ ଏଠାକାର ଜନସାଧାରଣ ରାସ୍ତା ମରାମତି ପାଇଁ ଜଲାପାଳ ବିନୀତ ଭରଦ୍ୱାଜଙ୍କର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପରେ ଫୁଲବାଡ଼ିଆ ଗ୍ରାମବାସୀଙ୍କ ତରଫରୁ ତତ୍କାଳୀନ ୫-ଟି ସଚିବ ତଥା ଏବେକାର ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ବିଶୋଇ ଗସ୍ତ ସମୟରେ ସାକ୍ଷାତ କରି ଜନସାଧାରଣଙ୍କ ଯୋଗାଯୋଗ ନିମନ୍ତେ ରହିଥିବା ରାସ୍ତାର ଉନ୍ନତିକରଣ କରାଯିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ଇତିମଧ୍ୟରେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଅନ୍ତର୍ଭୁକ୍ତ କରାଯାଇ ଏହାର ରାସ୍ତା ପିଚୁ କାମଡ଼ିସେମ୍ବର ପହିଲାରୁ ସମ୍ପୃକ୍ତ ଠିକାଦାର ହରିହର ଗିରିଙ୍କ ଦ୍ୱାରା ଆରମ୍ଭ ହୋଇଛି। ମାତ୍ର ପିଏମ୍‌ଜିଏସ୍‌ଓ୍ବାଇ ଯୋଜନାରେ ରାସ୍ତାର ନିର୍ମାଣ କାର୍ଯ୍ୟ କିଛି ଦିନ ଚାଲିବା ପରେ ବନାଞ୍ଚଳ ଯୋଗୁ ଏହାର ନିର୍ମାଣ କାର୍ଯ୍ୟକୁ ବନ ବିଭାଗ ତରଫରୁ ବନ୍ଦ କରାଯାଇଛି। ଆଜି ପୁନର୍ବାର ପିଏମ୍‌ଜିଏସ୍‌ଓ୍ବାଇରେ ରାସ୍ତାର ନିର୍ମାଣ କାମକୁ ଚାଲୁ ରଖାଯିବା ନିମନ୍ତେ ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ନିର୍ଭର କରୁଥିବା ୪ଟି ଗ୍ରାମର ଲୋକମାନେ ମିଳିତ ଭାବେ ରାଇରଙ୍ଗପୁରଠାରେ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଡାହୁପାଣି ବନସୁରକ୍ଷା ସମିତି, ବଡ଼ଜାରୀ ବନସୁରକ୍ଷା ସମିତି, ଫୁଲବାଡ଼ିଆ ବନସୁରକ୍ଷା ସମିତି ଓ କିତାବେଡ଼ା ବନ ସୁରକ୍ଷାସମିତିର ସଭ୍ୟସଭ୍ୟାମାନେ ରାଇରଙ୍ଗପୁରଠାରେ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କୁ ସାକ୍ଷାତ କରିଛନ୍ତି। ପିଏମ୍‌ଜିଏସ୍‌ଓ୍ବାଇରେ ବଡ଼ଜାରୀ-କିତାବେଡ଼ା ରାସ୍ତାର ନିର୍ମାଣ ପାଇଁ ଅନୁମତି ଦେବାକୁ ବନାଞ୍ଚଳ ଅଧିକାରୀ ଶ୍ରୀ ସେନାପତିଙ୍କୁ ବଡ଼ଜାରୀ, ଫୁଲବାଡ଼ିଆ, ଡାହୁପାଣି, କିତାବେଡ଼ା ଗ୍ରାମବାସୀଙ୍କ ତରଫରୁ ଲକ୍ଷ୍ମୀ ସିଂ, ରବିନ୍ଦ୍ର ସିଂ, ଗୁରୁ ଦେହୁରୀ, ଗୋବର୍ଦ୍ଧନ ଦେହୁରୀ, ଲାଲ ମୁଣ୍ଡା, ସନାତନ ମୁଣ୍ଡା, ସୁରାଇ ଆଲଡ଼ା, ଯଦୁନାଥ ମୁମୁ, ଖେଲାରାମ ମୁର୍ମୁ ପ୍ରମୁଖ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri