Advertisement

ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ କେନ୍ଦ୍ର ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ପିଲାମାନଙ୍କୁ ଗଛ ତଳେ ବସି ପଢ଼ିବାକୁ ପଡ଼ିଛି। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ରାଜାଲୋକା ଗ୍ରାମରେ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ୨୦୧୮ ଏପ୍ରିଲରେ ଗ୍ରାମରେ ଥିବା ପୁରାତନ ଅଙ୍ଗନଓ୍ବାଡି କେନ୍ଦ୍ରର ଛାତ ଖସିପଡ଼ିବାରୁ ଉକ୍ତ ଗୃହକୁ ଅଚଳ କରିଦିଆଯାଇଥିଲା। ସେବେଠାରୁ ଏଠାରେ ସ୍ଥାୟୀ ଅଙ୍ଗନଓ୍ବାଡି ଗୃହ ନାହିଁ। ଗ୍ରାମର ଏକ କ୍ଲବ ଘରକୁ ଅସ୍ଥାୟୀ ଭାବେ ଅଙ୍ଗନଓ୍ବାଡି କେନ୍ଦ୍ର ରୂପେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କ ଅନୁମୋଦନ କ୍ରମେ ଦିଆଯାଇଥିଲା। ଗ୍ରାମବାସୀଙ୍କ କହିବା ମୁତାବକ ୬ ମାସ ପାଇଁ କ୍ଲବ ଘରକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇ ୪ ବର୍ଷ ପରେ ବି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନେ ତାଲା ପକାଇ ଦେଇଛନ୍ତି। ରାଜାଲୋକା ସରପଞ୍ଚ ରବିକାନ୍ତ ସିଂ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି କ୍ଲବ ଗୃହ ଛାତ ଫାଟି ଯାଇଥିବାରୁ ବିପଦସଙ୍କୁଳ ଥିବା କହିଥିଲେ। ଅସ୍ଥାୟୀ ଭାବେ ପଞ୍ଚାୟତ ଗୃହକୁ ବ୍ୟବହାର କରିବାକୁ ସରପଞ୍ଚ କହିଥିଲେ ମଧ୍ୟ ଗ୍ରାମଠାରୁ ଦୂର ହେଉଥିବାରୁ ପିଲାମାନଙ୍କ ଯାତାୟାତରେ ଅସୁବିଧା ହେବ ବୋଲି ପ୍ରକାଶ କରିଥିଲେ ୱାର୍ଡସଭ୍ୟ ଯାଜ୍ଞସିନୀ ପ୍ରତିହାରୀ। ଏନେଇ ସିଡିପିଓ ଭାନୁମତୀ ବେହେରା କହିଛନ୍ତି, ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଅନେକ ଥର ବିଡିଓଙ୍କୁ ଜଣାଇବା ସହ ଚିଠି ଜରିଆରେ ଜିଲାପାଳ ଓ ଜିଲା କଲ୍ୟାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଶନିବାରଠାରୁ ଅସ୍ଥାୟୀ ଭାବେ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନିଆଯାଇ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିବ। ଜିଲା ପ୍ରଶାସନ ସହ ଆଲୋଚନା କରି ନୂତନ କେନ୍ଦ୍ର ନିର୍ମାଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ପ୍ରଶାସନ ନଜରରେ ଭୁବନେଶ୍ବର ଫେରନ୍ତା

ଛତ୍ରପୁର,୬ା୪(ଡି.ଏନ୍‌.ଏ.)-ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରୁ ଗଞ୍ଜାମ ଜିଲାକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ଭୁବନେଶ୍ୱର ଫେରନ୍ତାଙ୍କ ଚିହ୍ନଟ କରି ତୁରନ୍ତ କ୍ୱାରାଣ୍ଟାଇନ୍‌ରେ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ

ଅନୁଗୋଳ ଅଫିସ,୨୯।୧୦: ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଙ୍ଗଳବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ମେଡିକାଲରେ ରୋଗୀ ଓ ତାଙ୍କ...

ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା

ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା...

ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ

କେନ୍ଦୁଝର,୧।୧୦(ବ୍ୟୁରୋ): ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବିରେ ପୂର୍ବ ନିଷ୍ପତ୍ତି କ୍ରମେ ଶନିବାର ସଦର ବ୍ଲକ୍‌ ପଳାଶପଙ୍ଗା, କଣ୍ଡରାପଶି ଓ ରାଇକଳା ପଞ୍ଚାୟତର ଶତାଧିକ ଲୋକ ପଳାଶପଙ୍ଗାସ୍ଥିତ...

ଭିଜିଲାନ୍ସ ସଚେତନତା ସପ୍ତାହ: ଦୁର୍ନୀତିମୁକ୍ତ ସମାଜ ଗଠନ ଲାଗି ଶପଥପାଠ

ଛତ୍ରପୁର,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ପକ୍ଷରୁ ସୋମବାର ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ହୋଇଛି। ଏହି ଅବସରରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା।...

ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ

ଉମରକୋଟ, ୧୬।୧(ସ୍ବ.ପ୍ର.)  ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏ ନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନର ଘୋଷଣା...

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼, ନିୟନ୍ତ୍ରଣ କରିପାରିଲାନି ପୋଲିସ

ଆରଡ଼ି,୮।୧୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ କାର୍ତ୍ତିକ ମାସର ୪ର୍ଥ ସୋମବାର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର ୫ଟାରେ ମଙ୍ଗଳ...

Advertisement
Archives

Model This Week