Posted inଜାତୀୟ

ଝିଅ ଜନ୍ମର ୨୪ ଘଣ୍ଟା ନପୂରୁଣୁ ବାପାଙ୍କୁ ମିଳିଲା ୧.୫ କୋଟି, ଝିଅର ନାଁ ରଖିଲେ….

ନୂଆଦିଲ୍ଲୀ,୧୨।୧୧: କୁହାଯାଏ, ଝିଅ ଘରର ଲକ୍ଷ୍ମୀ । ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛି ପଞ୍ଜାବର ଏକ ଘଟଣା । ଝିଅ ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବାପାଙ୍କ ଭାଗ୍ୟ ବଦଳିଯାଇଛି । ଜଣେ ୨୪ ବର୍ଷୀୟ ବଢ଼େଇ ଯୁଦ୍ଧବୀର ସିଂ ୧.୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଏହାପରେ ସେ ନିଜ ନବଜାତ ଝିଅର ନାଁ ‘ବରକତ’ ରଖିଛନ୍ତି ।

ପଞ୍ଜାବର ମାନସା ଜିଲା ଅନ୍ତର୍ଗତ ବରେଟା ସହରରେ ରହୁଥିବା ଯୁଦ୍ଧବୀର ସିଂ ପେସାରେ ଜଣେ ବଢ଼େଇ। ଏକ ରିପୋର୍ଟ ଅନୁଯାୟୀ, ସେ ‘ପଞ୍ଜାବ ଷ୍ଟେଟ୍‌ ଡିୟର ୨୦୦ ମନ୍ଥଲି ଲଟେରି’ର ପ୍ରଥମ ପୁରସ୍କାର ଭାବେ ୧.୫ କୋଟି ଟଙ୍କା ଜିତିଛନ୍ତି । ନଭେମ୍ବର ୬ ତାରିଖରେ ତାଙ୍କ ଘରେ ଝିଅ ଜନ୍ମ ହୋଇଥିବା ବେଳେ ନଭେମ୍ବର ୭ରେ ଲଟେରି ବିଜେତାଙ୍କ ନାଁ ଘୋଷଣା ହୋଇଥିଲା। ଝିଅ ଜନ୍ମ ହେବାର ଗୋଟିଏ ଦିନ ମଧ୍ୟରେ ଏତେ ବଡ଼ ପୁରସ୍କାର ମିଳିବା ପରେ ପରିବାରର ଖୁସି କହିଲେ ନସରେ।

ନଭେମ୍ବର ୪ ତାରିଖରେ ଯୁଦ୍ଧବୀର ନିଜ ଗର୍ଭବତୀ ପତ୍ନୀ ହରମନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମାନସାର ଏକ ହସ୍ପିଟାଲକୁ ନେଇଯାଉଥିଲେ। ଏହି ସମୟରେ ବୁଢ଼ଲାଡ଼ାର ଏକ ଲଟେରି ଷ୍ଟଲ୍‌ରୁ ସେ ଟିକେଟ୍‌ କିଣିଥିଲେ। ମୋବାଇଲ୍‌ ନମ୍ବର ପୋର୍ଟ କରିବା ପାଇଁ ଷ୍ଟଲ୍‌ ନିକଟରେ ଅଟକିବାକୁ ପଡ଼ିଥିଲା। ସେଠାରେ ହଠାତ୍‌ ଲଟେରି କିଣିବାକୁ ମନ ବଳାଇଥିଲେ। ତାଙ୍କୁ ଆଦୌ ଜଣା ନଥିଲା ଯେ ଏହି ଟିକେଟ୍‌ ତାଙ୍କ ଜୀବନରେ ଏତେ ବଡ଼ ଖୁସି ଆଣିଦେବ ।

ଯୁଦ୍ଧବୀରଙ୍କ ଲଟେରି ଟିକେଟ୍‌ କିଣିବା ନିଷ୍ପତ୍ତିରେ ତାଙ୍କ ପତ୍ନୀ ଖୁସି ନଥିଲେ। କାରଣ ପରିବାର ଆଗରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ହସ୍ପିଟାଲ ଓ ଔଷଧ ଖର୍ଚ୍ଚ ପାଇଁ ପରିବାରକୁ ପ୍ରତିଟି ଟଙ୍କା ସଞ୍ଚୟ କରିବାକୁ ପଡ଼ୁଥିଲା। କିନ୍ତୁ ଝିଅ ଜନ୍ମ ହେବା ପରେ ଲଟେରିରେ ୧.୫ କୋଟି ଟଙ୍କା ମିଳିବା ତାଙ୍କ ପରିବାରର ଖୁସିକୁ ଦ୍ୱିଗୁଣିତ କରିଦେଇଛି ।

ଯୁଦ୍ଧବୀର ନିଜ ଭାଗ୍ୟ ପରିବର୍ତ୍ତନର ଶ୍ରେୟ ଝିଅକୁ ଦେଇଛନ୍ତି। ସେ କହିଛନ୍ତି, “ମୁଁ ତା’ର ନାଁ ବରକତ ରଖିଛି। ସେ ଆମ ଘରକୁ ସୌଭାଗ୍ୟ ନେଇ ଆସିଛି । ଏପରି ସ୍ଥିତିରେ ତା’ର ଆଉ କିଛି ନାଁ କିପରି ରଖିଥାଆନ୍ତି।”

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ…

୩ କୋଟିରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗ, ଡିଜିଟାଲ୍ ଟ୍ରାକିଂରେ ଧରାପଡ଼ିଲେ ଫେରାର ରାଜସ୍ୱ ସହାୟକ

କଟକ,୧୨।୧୧(ପ୍ରଭୁକଲ୍ୟାଣ ପାଲ୍): HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର…

ଟିମ ଇଣ୍ଡିଆ ପାଇଁ ବଡ଼ ଖୁସିଖବର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଫିଟ୍‌ ଘୋଷିତ ହେଲେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ…

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?