ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଆନ୍ତରିକ ଉଦ୍ୟମ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲାରେ ଏପରି ଗ୍ରାମ ରହିଛି, ଯେଉଁଠି ରାସ୍ତାଘାଟ, ପାନୀୟଜଳ, ସ୍ବାସ୍ଥ୍ୟସେବା, ଅଙ୍ଗନଓ୍ବାଡି ଶିକ୍ଷା, ବିଦ୍ୟାଳୟ କିଛି ନାହିଁ। ସେପରି ଏକ ଗ୍ରାମ ହେଉଛି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲି ପଞ୍ଚାୟତର କେରଙ୍ଗଜବା।
କେରଙ୍ଗଜବା ରାଜସ୍ବ ଗ୍ରାମରେ ରହିଛି ଦୁଇଟି ପଡ଼ାସାହି ଅଲେଖଗୁଡା ଓ ଦୁଟିବାଡ଼ି। ମୋଟ ୩୫ ପରିବାର ବସବାସ କରନ୍ତି ଏହି ୨ ସାହିରେ। ଲୋକସଂଖ୍ୟା ୩ଶହ। ପିଡିଏସ ଚାଉଳ ହେଉ କିମ୍ବା ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ କିମ୍ବା ଭତ୍ତା ପାଇଁ ବଣ ପାହାଡ଼ର ପଥୁରିଆ ରାସ୍ତାରେ ନଦୀ ନାଳ ପାର ହୋଇ ୧୫ କି.ମି. ଚାଲିଚାଲି କର୍ତ୍ତନପାଲ୍ଲୀ ପଞ୍ଚାୟତକୁ ଗଲେ ମିଳିଥାଏ ଭତ୍ତା ଓ ପିଡିଏସ ଚାଉଳ। ଅନେକ ବର୍ଷ ତଳେ ଗ୍ରାମରେ ଗୋଟିଏ ମାତ୍ର କୂଅ ନିର୍ମାଣ ହୋଇଥିଲା। ଗୋଟିଏ ନଳକୂପ ମଧ୍ୟ ଖନନ କରାଯାଇଥିଲା। କୂଅରୁ ବର୍ଷା ଦିନେ ପାଣି ମିଳେ, କିନ୍ତୁ ଖରା ଦିନ ଆସିଲେ କୁଅଟି ଶୁଖିଯାଏ। ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଏହା ଏଯାଏ ମରାମତି ହୋଇନାହିଁ। ଫଳରେ ଗ୍ରାମବାସୀ ଆଖପାଖରେ ଥିବା ଝରଣାରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ସ୍ବାସ୍ଥ୍ୟ ସେବା କହିଲେ ମାସକୁ ଥରେ ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମକୁ ଆସିଥାନ୍ତି। କାହାର ଦେହ ଖରାପ ଥିଲେ କିଛି ଔଷଧ ଦେଇ ଚାଲିଯାନ୍ତି। ପୁଣି ସେମାନେ ଆସିବା ସମୟ ମଧ୍ୟରେ ଯଦି କାହାର ଦେହ ଖରାପ ହୁଏ ତେବେ ଦିଶାରୀ ଅବା ଗୁଣିଗାରେଡି ହିଁ ଭରସା। ଗ୍ରାମକୁ ରାସ୍ତା ନ ଥିବାରୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଆସିପାରେନାହିଁ। ରୋଗୀଙ୍କୁ ମେଡିକାଲ ନେବା କଷ୍ଟକର ହୋଇଥାଏ ବୋଲି କହନ୍ତି ଗ୍ରାମର ଗଙ୍ଗା ମାଢି, ମୁଡ କାଟାମି, ଆଡମା ମାଢି, ଅର୍ଜୁନ ପାଙ୍ଗି, ମାନ ଭୂମିଆ, ପାଣ୍ଡେ ମାଢି, ସୀତା ମାଢି ଓ ପାଇକେ ମାଡକାମୀ।
ଏପରି ଦୃଶ୍ୟ ଖାଲି କେରଙ୍ଗଜବା ନୁହେଁ ମାଥିଲି ବ୍ଲକ ଅଞ୍ଚଳରେ ଏପରି ଅନେକ ଗ୍ରାମ ଅଛି ଯେଉଁଠି ସରକାରୀ ଯୋଜନା ସ୍ବପ୍ନ ପାଲଟଛି। ସରକାରଙ୍କ ପକ୍ଷରୁ ୨୦୧୦ରେ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ବିଦ୍ୟାଳୟରେ ୨୪ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ଜଣେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଯଦି ସମ୍ପୃକ୍ତ ଶିକ୍ଷକ ଜଣକ ସରକାରୀ କାର୍ଯ୍ୟରେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟକୁ ଯାଆନ୍ତି ତେବେ ବିଦ୍ୟାଳୟ ବନ୍ଦ ରହେ। ଶିଶୁଙ୍କ ପ୍ରାକ୍‌ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପାଇଁ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଫଳରେ ଶିଶୁ,ଗର୍ଭବତୀ ମହିଳା ଓ ପ୍ରସୂତିମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚତ୍ତ ହେଉଛନ୍ତି। ନିକଟସ୍ଥ କୋପ୍ରା ଗ୍ରାମରେ ଗୋଟିଏ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ମଧ୍ୟ ନଦୀନାଳ ପାର ହୋଇ ସେଠାକୁ ଯିବା ସମ୍ଭବ ହେଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ଗ୍ରାମର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri