ଭେଣ୍ଡିଂ ଜୋନ୍‌ ପାଲଟିଲାଣି ଗାଡ଼ି ପାର୍କିଂ ସ୍ଥଳ

ସୁନାବେଡ଼ା/ସେମିଳିଗୁଡ଼ା, ୨୬ା୧୨ (ସ୍ବ.ପ୍ର.):ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୁନାବେଡ଼ା ହାଲ୍‌ ମ୍ୟୁଜିୟମ ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା ତାହା ବିଫଳ ହେଇଛି। ଏବେ ସେହି ସ୍ଥାନ ଅଘୋଷିତ ବସ୍‌ଷ୍ଟାଣ୍ଡ ପାଲଟିଛି। ଯିଏ ପାରୁଛି ସେ ଆଣି ଗାଡ଼ି ପାର୍କିଂ କରୁଛି। ୨୦୧୦ରେ ପୌର ପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଭେଣ୍ଡିଂ ଜୋନ୍‌ର ପୁନରୁଦ୍ଧାର ପାଇଁ ପୌର ପ୍ରଶାସନର ଚିନ୍ତା ନାହିଁ। ଏଠାରେ ଗୁଡାଏ ଦୋକାନ ଘର ସହ କିଛି ଖୋଲା ପିଣ୍ଡି ଚାଷୀଙ୍କ ଲାଗି ତିଆରି କରାଯାଇଥିଲା। ରହିଥିବା ଦୋକାନ ଘର ମଧ୍ୟରୁ ହାତ ଗଣତି କେତୋଟି ଦୋକାନ ଖୋଲା ରହୁଥିବା ବେଳେ ଅନେକ ଦୋକାନ ଘର ବନ୍ଦ ରହିଛି। ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କରାଯାଇଥିବା ଏହି ଦୋକାନ ଘର ଓ ପିଣ୍ଡି ଖାଲି ପଡିଛି। ଏବେ ଏହା ଟ୍ରକ୍‌ ଓ ପିକ୍‌ଅପ୍‌ ମାଲିକଙ୍କ କବ୍‌ଜାରେ ରହିିଛି। ସେମାନେ ଆରାମରେ ଆଣି ରାସ୍ତା ବନ୍ଦ କରି ନିଜ ଗାଡି ପାକିଂ କରୁଛନ୍ତି। ଭେଣ୍ଡିଂ ଜୋନ୍‌ ପାଖକୁ ଲାଗି ଗାଡି ପାର୍କିଂ ପାାଇଁ କିଛି ସ୍ଥାନ ଥିବା ବେଳେ ଗାଡି ଡ୍ରାଇଭରମାନେ ସେଠାରେ ଗାଡିର ଭଙ୍ଗାରଜା ସମଗ୍ରୀ ଆଣି ରଖୁଛନ୍ତି। ଭେଣ୍ଡିଂ ଜୋନ୍‌ ରାସ୍ତା ବନ୍ଦ ହେତୁ ସେଠକୁ କରବର ଲାଗି ଲୋକ ଯାଉନାହାନ୍ତି। ଫଳରେ ଯେଉଁ କେତେ ଜଣ ଦୋକାନ ଖୋଲିଛନ୍ତି ସେମାନେ ହାତବାନ୍ଧି ବସିଛନ୍ତି। ଅନ୍ୟପକ୍ଷରେ ଏଠାରେ ଥିବା କେତେକ ଖୋଲା ପିଣ୍ଡିକୁ କେତେଜଣ ବ୍ୟବସାୟୀ ନିଜ କବ୍‌ଜାରେ ରଖିଥିବା ଦେଖିବାକୁ ମିଳୁଛି। ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦନସେନାଙ୍କୁ ପଚାରିବାରୁ ସେ କହିଲେ, ଏ ଦିଗରେ ଆଗାମୀ ଦିନରେ ପୌର ପରିଷଦ ପକ୍ଷରୁ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri