ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ

କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ ା
ଏହାକୁ ନେଇ ଘଟଣାସ୍ଥଳରେ ସୋମବାର ଦିନ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ା ପରେ ପୋଲିସ ପହଁଚି ଘଟଣାର ଅନୁଧ୍ୟାନ କରିଥିଲା ା ସେହିପରି କିଛି ମାସ ତଳେ ଧୃପଦା ନିକଟରେ କ୍ଷୀପ୍ରଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ କେତେକ ଗୋରୁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟକେତେକ ଆହତ ହୋଇଥିଲେ ା ସେହିପରି କିଛି ମାସ ତଳେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଖିରେଇଂ ଟାଙ୍ଗିରୀ ନିକଟରେ ଟୋଲ ଗେଟ ଭାଙ୍ଗି ଫେରାର ହୋଇଯାଇଥିଲେ ା
କେନ୍ଦୁଝର ଜିଲା ଦେଇ ଯାଇଥିବା ଏନଏଚ ୪୯ ବେଆଇନ ଗୋରୁଗାଇ ବେପାରୀଙ୍କ ସୁରକ୍ଷିତ ଯାତାୟତ ପଥ ପାଲଟିଛି ା ଗୋରୁ ବେପାରୀମାନେ ନିର୍ଦ୍ଦୟ ଭାବରେ ଗୋରଙ୍କୁ ପିକଅପ ଭ୍ୟାନ, ଟ୍ରକ, ଜିପ, କଣ୍ଟେନର ଆଦିରେ ଭର୍ତି କରି ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶକୁ ଚାଲାଣ କରୁଛନ୍ତି ା ଅନେକ ବେପାରୀ ଗରିବ ଲୋକଙ୍କୁ କାମରେ ଲଗାଇ ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି। ତେବେ ଏସବୁ ଧରପଗଡ ହେଉ ନ ଥିବାରୁ ଗୋ ସେବକ ତଥା ଗୋପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଅନେକ ସମୟରେ ଖସି ପଳାଇବାକୁ ଉଦ୍ୟମ କରି କ୍ଷିପ୍ର ଗତିରେ ପଳାଇବାକୁ ଉଦ୍ୟମ କରି ଦୁର୍ଘଟଣାର ଶିକାର ହେଉଛନ୍ତି ା ଗତ କିଛି ବର୍ଷ ମଧ୍ୟରେ ଏଭଳି ବହୁ ଦୁର୍ଘଟଣା ଘଟି ଗୋରୁଗାଇ ମୃତାହତ ହେବା ସହ ଲୋକ ମୃତାହତ ହେଉଥିଲେ ହେଁ କାହାରି ଚେତା ପଶୁନାହିଁ ା ଫଳରେ ଏହାକୁ ରୋକିବା ପାଇଁ ଗ୍ରାମବାସୀ ତଥା ଗୋ ସେବକମାନେ ଗାଡି ଅଟକାଇ ଧରପଗଡ କରୁଥିବା ବେଳେ ଅନେକ ସମୟରେ ପୋଲିସଙ୍କୁ ହସ୍ତାନ୍ତର କରିଦେଉଛନ୍ତି ା
ଧରା ପଡୁଥିବା ଗୋରୁଙ୍କୁ ଛାଡି ଦିଆଯାଉଥିବା ବେଳେ ଅନେକ ସମୟରେ ବଡବିଲ କିମ୍ବା କରଞ୍ଜିଆ ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଥାଏ ା ଅନେକ ସମୟରେ ପୋଲିସ ମଧ୍ୟ ସୂଚନା ପାଇ ଧରପଗଡ କରୁଛି ା ଗୋରୁ ମାଫିଆମାନେ ଅନେକ ସମୟରେ କ୍ଷୀପ୍ର ଗତିରେ ଗାଡି ଚାଳନା କରି ଟୋଲ ଗେଟ ଭାଂଗି ପଳାଉଥିଲେ ହେଁ ପୋଲିସ ପକ୍ଷରୁ ଧରପଗଡ ହେଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି ା ଏଣୁ ଏଭଳି ପ୍ରରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରି ଧରପଗଡ କରାନଗଲେ ଆଗାମୀ ଦିନରେ ଗୁରୁତର ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି ବୋଲି ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟ ସମେତ ଅନ୍ୟମାନେ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?