Posted inUncategorized

ନୂଆଁଖାଇ ଭେଟଘାଟକୁ ନେଇ ଗାଁ ଗାଁରେ ଉତ୍ସାହ: ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର

ଅମରପାଲି,୧୪ା୯(ପୀତାମ୍ବର ସାହୁ):ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଛି। ନୂଆଁଖାଇ ପରେ ହେବାକୁ ଥିବା ଜୁହାର ଭେଟ ଓ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମରେ ପ୍ରସ୍ତୁତି ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି। ନୂଆଁଖାଇ ଦିନ ନିଜ ନିଜ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ହେବା ପରେ ପରିବାରର ବୟୋଜ୍ୟେଷ୍ଠଙ୍କଠାରୁ ନବାନ୍ନ ଗ୍ରହଣ କରିବାର ପରମ୍ପରା ରହିଛି। ଘରେ ଘରେ ଛଅ ତିଅଣ, ନଅ ଭଜା ସାଙ୍ଗକୁ ବିଭିନ୍ନ ପାରମ୍ପରିକ ପିଠାପଣାର ଆସର ଜମିଥାଏ। ଏହାପରେ ଗାଁ ଗାଁରେ ଜୁହାର ଭେଟ ସାଙ୍ଗକୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥାଏ।
ବୀରମହାରାଜପୁର ସମେତ ଉଲୁଣ୍ଡା, ସୁବଳୟା, ଟିକ୍ରାପଡ଼ା, ଉଫୁଲା, ଦାଦରପାଲି, ଭାଲୁଡୁଙ୍ଗୁରୀ, କୋଟସମଲାଇ, ମୁର୍ଷୁଣ୍ଢୀ, ଅମରପାଲି, ବଡ଼ଖମାର, ଚମ୍ପାମାଳ, ଯାଲୋଏ, କଳାପଥର, ଗୌଡ଼ଗାଁ, ଖୁଣ୍ଟୁଲାପାଲି, ଚମ୍ପାମାଳ, ପିତାମହୁଲ ଆଦି ଅଞ୍ଚଳରେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଛି। ମଞ୍ଚ ପ୍ରସ୍ତୁତି, କଳାକାର ଚୟନ, ଅତିଥିଙ୍କୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ପରିଚାଳନା ନେଇ କମିଟି ସଦସ୍ୟମାନେ ତତ୍ପର ହୋଇପଡ଼ିଛନ୍ତି। ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ କହିଛନ୍ତି, ପଶ୍ଚିମ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପରମ୍ପରାରେ ନୂଆଁଖାଇର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ନୂଆଁ ଖାଇବା ପରେ ସମସ୍ତେ ନିଜ ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରିବା ସହ ଘର ଓ ଗାଁର ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲେ। ଏବେ ପ୍ରତ୍ୟେକ ଅଞ୍ଚଳରେ ନୂଅଁାଖାଇ ଭେଟଘାଟ ଆୟୋଜନ ହେଉଛି। ଏହା ମାଧ୍ୟମରେ ଅଞ୍ଚଳବାସୀ ପରସ୍ପରକୁ ଭେଟି ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଓ ଭାଇଚାରା ସୃଷ୍ଟି କରିବାରେ ଭେଟଘାଟ ପ୍ରମୁଖ ଭୂମିକା ନେଇଛି। ବିଶେଷକରି ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକେ ଏହି ଅବସରରେ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଆନ୍ତି। ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମର କଣ୍ଠଶିଳ୍ପୀ ମଦନ ସୁନ୍ଦର ଭୋଇ କହିଛନ୍ତି, ଭୀମଭୋଇ କଳା ନିକେତନ ନାମରେ ଆମର ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ରହିଛି। ଏଥିରେ ୨୦ରୁ ଅଧିକ କଳାକାର ଅଛନ୍ତି। ଚଳିତ ନୂଆଁଖାଇକୁ ନେଇ ଆମେ ନୂଆ ଗୀତ, ନୃତ୍ୟ ଓ ବାଦ୍ୟ ପ୍ରସ୍ତୁତ କରିଛୁ। ନୂଆଁଖାଇ ଦିନଠାରୁ ମାସବ୍ୟାପୀ ବିଭିନ୍ନ ସ୍ଥାନରେ ଭେଟଘାଟ ହେବ। ଆମ ଦଳ ବିଭିନ୍ନ ସ୍ଥାନକୁ ଯାଇ କଳା ପରିବେଷଣ କରିବ। ମୁର୍ଷୁଣ୍ଢୀ ଗ୍ରାମର ସୌମ୍ୟରଞ୍ଜନ ରଥ କହିଛନ୍ତି, ଆମ ଗ୍ରାମରେ ପ୍ରାୟ ୨ ବର୍ଷ ହେଲା ବଡ଼ ଆକାରରେ ନୂଅଁାଖାଇ ଭେଟଘାଟ ଆୟୋଜନ କରାଯାଉଛି। ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମଞ୍ଚ ପ୍ରସ୍ତୁତି ସହ କଳାକାର ଓ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ଚଳିତବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଆସି କଳା ପରିବେଷଣ କରିବେ। ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗ୍ରାମର ସନତ ମହାକୁର ଓ ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ସରୋଜ ସାହୁ କହିଛନ୍ତି, ଆମ ଗ୍ରାମରେ ପ୍ରତିବର୍ଷ ନୂଆଁଖାଇ ପରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଭେଟଘାଟ ହୋଇଥାଏ। ଏଥିରେ ଗ୍ରାମର ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଏ। ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। ଏହା ସହ ନୃତ୍ୟଗୀତର ଆସର ମଧ୍ୟ ଜମିଥାଏ। ନୂଆଁଖାଇ କେବଳ ନୂଆ ଖାଇବାର ପର୍ବ ନୁହେଁ, ଏହା ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାର ପର୍ବ। ଜୁହାର ଭେଟଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ଆୟୋଜନ ପର୍ଯ୍ୟନ୍ତ ସବୁକିଛିରେ ଏହାର ନିଆରା ପରମ୍ପରା ପ୍ରତିଫଳିତ ହୋଇଥାଏ।
ଜମିବ ନାଚଗୀତର ଆସର ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ପାରମ୍ପରିକ ନାଚଗୀତ। ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନୃତ୍ୟ, ଡାଲଖାଇ, ଚୁଟକୁଚୁଟା ଆଦି ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ କଳାକାରମାନେ ପ୍ରସ୍ତୁତ ହୋଇସାରିଛନ୍ତି। ବାଳିକାବାଳକ, ମହିଳାପୁରୁଷଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ଭେଟଘାଟ ଅବସରରେ ପୁରସ୍କୃତ କରାଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?