ଫିଲ୍ମ ଫ୍ଲପ ହେଲେ ନିଜର ୬ ନମ୍ବର ଆଙ୍ଗୁଠି କାଟିଦେବେ ହ୍ରିତିକ!

ମୁମ୍ବାଇ: ନିଜକୁ କ୍ରିଟିକ ବୋଲି ପରିଚୟ ଦେଉଥିବା (କେଆରକେ) ଅଧିକାଂଶ ସମୟରେ ତାଙ୍କର ବିବାଦୀୟ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେଆରକେ ସବୁ ସମୟରେ ଫିଲ୍ମକୁ ନେଇ ତାଙ୍କର ବିଚାର ଲୋକଙ୍କ ସହ ଶେୟାର କରିଥାଆନ୍ତି । ଏବେ ସେ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମକୁ ଟାର୍ଗେଟ କରିଛନ୍ତି । ଏହାସହ ସେ ହ୍ରିତିକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କେଆରକେ ଟୁଇଟ କରି କହିଛନ୍ତି, ମୁଁ ହ୍ରିତିକ ରୋଶନଙ୍କୁ ଚ୍ୟାଲେଞ୍ଜ ଦେଇଛି । ଯଦି ତାଙ୍କ ଫିଲ୍ମ ‘ବିକ୍ରମ ବେଧା’ ହିଟ ହେଲା ତେବେ ମୁଁ ଫିଲ୍ମରେ ସମୀକ୍ଷା କରିବା ବନ୍ଦ କରିଦେବି, ଯଦି ଫିଲ୍ମ ଫ୍ଲପ ହେଲା ତେବେ ସେ ତାଙ୍କର ୬ ନମ୍ବର ଆଙ୍ଗୁଠି କାଟିଦେବେ ।
ଏହାସହ ଆଉ ଏକ ଟୁଇଟରେ କେଆରକେ ଫିଲ୍ମର ଟିଜରର ରିଭ୍ୟୁ କରିଛନ୍ତି । ଏହି ଭିଡିଓରେ ସେ ହ୍ରିତିକ ଓ କଙ୍ଗନାଙ୍କୁ ନେଇ କଥା ହୋଇଛନ୍ତି । କିଛିଦିନ ତଳେ କେଆରକେ ଦାବି କରିଥିଲେ ଯେ ହ୍ରିତିକ ତାଙ୍କୁ ଘରକୁ ଡାକି ଲ୍ୟାପଟପରେ କଙ୍ଗନା ଓ ତାଙ୍କର ଭଲ ଭଲ ଫଟୋ ଦେଖାଇଥିଲେ । ଏହାସହ କେଆରକେ କହିଥିଲେ ବିକ୍ରମ ବେଧାର ଟିଜର ରିଲିଜ ହୋଇଯାଇଛି । ଏଥିରେ ଥିବା ଏକ ସିନରେ ହ୍ରିତିକ ଓ ଶୈଫ ଅଲି ଖାଁ ସାମ୍ନା ସାମ୍ନି ବସିଛନ୍ତି ।
ସୂଚନାଯୋଗ୍ୟ, ଶୈଫ ଅଲି ଖାଁ ଓ ହ୍ରିତିକ ରୋଶନଙ୍କ ଅଭିନୀତ ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ଏକ ତାମିଲ ଫିଲ୍ମର ରିମେକ ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ...

ମେଗାଷ୍ଟାର ଚିରଞ୍ଜୀବୀଙ୍କ ଜ୍ୱାଇଁଙ୍କ ନିଧନ! ଶୋକରେ ବୁଡ଼ିଲା…

ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୂର୍ବତନ ଜ୍ୱାଇଁ ତଥା ଶ୍ରୀଜାଙ୍କ ପୂର୍ବ ସ୍ବାମୀ ସିରିଶ ଭରଦ୍ୱାଜଙ୍କ ମୃତ୍ୟୁ ଘଟିଛି। କମ୍‌ ବୟସରେ ତାଙ୍କ ନିଧନ ସମସ୍ତଙ୍କୁ ଚମକାଇଛି।...

ଆହତ ହେଲେ ପ୍ରିୟଙ୍କା

ମୁମ୍ବାଇ,୧୯।୬: ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁଟିଂ ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଷ୍ଟଣ୍ଟ...

ଅଳକା ୟାଗନିକ୍‌ଙ୍କୁ ନେଇ ବଡ଼ ଖବର, ହୋଇଛି ଏପରି ରୋଗ

ମୁମ଼୍ବାଇ, ୧୮।୬: ବଲିଉଡ୍‌ ଜଗତର ଖ୍ୟାତନାମା ସିଙ୍ଗର ଅଳକା ୟାଗନିକ୍‌ ଏକ ରୋଗର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଏ ନେଇ ସେ ସୂଚନା...

ଲେଖିକା ହେଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ‘ଇଡି ଫାଇଣ୍ଡ୍‌ସ ଏ ହୋମ୍‌’ ନାମକ ନିଜର...

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri