Posted inଜାତୀୟ

କଂଗ୍ରେସ ଛାଡ଼ିଲେ କରଣ ସିଂଙ୍କ ପୁଅ

ନୂଆଦିଲ୍ଲୀ,୨୩ା୩: ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ତୃଣମୂଳ ସ୍ତରରେ ବାସ୍ତବତାରୁ ବହୁ ଦୂରରେ ଥିବା ଦର୍ଶାଇ ସେ ଦଳ ଛାଡ଼ିଥିବା ଟୁଇଟରରେ ଦର୍ଶାଇଛନ୍ତି। ଜମ୍ମୁ-କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କଂଗ୍ରେସ ତାଙ୍କ ମତାମତ ନେଉ ନ ଥିବା ଜାତୀୟ ସ୍ବାର୍ଥ ପ୍ରତି ଦଳର ଅବହେଳାକୁ ସୂଚାଉଛି ବୋଲି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ବିକ୍ରମାଦିତ୍ୟ ଉଲ୍ଲେଖ କରିଛନ୍ତି। ବିକ୍ରମାଦିତ୍ୟ ହେଉଛନ୍ତି କଶ୍ମୀର ରାଜପରିବାରର ଦାୟାଦ ତଥା ପୂର୍ବତନ ରାଜା ହରି ସିଂଙ୍କ ନାତି। ସେ ୨୦୧୮ରେ କଂଗ୍ରେସରେ ଯୋଗଦେଇ ୨୦୧୯ରେ ଉଦ୍ଧମପୁର ଲୋକ ସଭା ଆସନରୁ ଲଢ଼ିଥିଲେ। ସଦ୍ୟ ଅନୁଷ୍ଠିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତାଙ୍କ ଇସ୍ତଫାର ତାତ୍ପର୍ଯ୍ୟ ଥିବା ମନେକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାୟକ କେକେଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ, ଶରୀର ଓ ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା,୧ ।୬: ବଲିଉଡର ଆଗଧାଡିର ଗାୟକ କେକେ ଓରଫ କୃଷ୍ଣା କୁମାର କୁନ୍ନାଥଙ୍କର ମଙ୍ଗଳବାର ଅର୍ଥାତ୍ ମେ’ ୩୧ରେ ପରଲୋକ ହୋଇଯାଇଛି । କୋଲକାତାରେ ଏକ...

କେରଳ ଛୁଇଁଲା ମୌସୁମୀ

ଥିରୁଭାନନ୍ତପୁରମ୍‌,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ

ନୂଆଦିଲ୍ଲୀ,୧୨।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ...

ସୋମବାର ମୋଦିଙ୍କ ବାସଭବନରେ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସୋମବାର କ୍ୟାବିନେଟ୍‌ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ...

ମ୍ୟୁଚୁଆଲ ଫଣ୍ଡ୍‌ରେ ସୁଧାର ଉଦ୍ୟମ: ଆର୍‌ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା

ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ୫୦...

ଫସିଗଲେ ଚୋକ୍‌ସି: ଫିଟିଲା ପ୍ରତ୍ୟର୍ପଣ ବାଟ

ନୂଆଦିଲ୍ଲୀ, ୨୭।୫: ପିଏନ୍‌ବି ବ୍ୟାଙ୍କରୁ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ କୂଟନୀତି ମାଧ୍ୟମରେ ଡୋମିନିକାରୁ ସିଧାସଳଖ ଭାରତ ନେଇପାରେ ବୋଲି ଗୁରୁବାର...

ଏହି ରାଜ୍ୟରେ ଅନ୍‌ଲକ୍‌ ପାଇଁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୬।୫: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଏବେ କିଛି ଦିନ ହେଲା ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ...

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ...

Advertisement
Archives

Model This Week