ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେନି ବିଜୟଶଙ୍କର

କଟକ,୬।୧୨(କାର୍ତ୍ତିକ ସାହୁ):ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ପଞ୍ଜୀକରଣ ଆବେଦନକୁ ମଙ୍ଗଳବାର କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ ଖାରଜ କରିଛନ୍ତି। ଆବେଦନପତ୍ରରେ ଭୁଲ୍‌ ତଥ୍ୟ ଦେଇଥିବାରୁ ସହପାଠିନୀ ପ୍ରତ୍ୟୁଷା ନନ୍ଦଙ୍କୁ ବିଜୟ ଏବେ ବିବାହ କରିପାରିବେ ନାହିଁ ବୋଲି ଦର୍ଶାଇ ଆବେଦନ ଖାରଜ ହୋଇଯାଇଛି। ଆବେଦନରେ ପ୍ରତ୍ୟୁଷା ଅବିବାହିତା ବୋଲି ଦର୍ଶାଯାଇଥିଲା। ହେଲେ ସେ ବିବାହ କରି ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇସାରିଛନ୍ତି, ଯାହାକି ଆବେଦନପତ୍ରରେ ଉଲ୍ଲେଖ ନ ଥିଲା। ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଏଭଳି ନିର୍ଦ୍ଦେଶ ପରେ ବିଜୟଙ୍କ ବିବାହ ଅଡ଼ୁଆ ବଢ଼ିଯାଇଛି। ଅପରପକ୍ଷରେ ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଯିବା ପରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ ସାମୟିକ ଭାବେ ଆଶ୍ୱସ୍ତି ପାଇଛନ୍ତି।
ସୂଚନା ଅନୁସାରେ, ବିଧାୟକ ବିଜୟଶଙ୍କର ଦାସ କଟକ ଅରୁଣୋଦୟ ନଗର ଅଞ୍ଚଳର ମହିଳା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ(ସବରେଜିଷ୍ଟ୍ରାର)ଙ୍କ ନିକଟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ କରିଥିଲେ। ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହା ଜାଣିବା ପରେ ପଞ୍ଜୀକରଣ ଅଧିକାରୀଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନ ରଦ୍ଦ କରିବାକୁ ଦାବି କରିଥିଲେ। ବିଜୟଶଙ୍କର ତାଙ୍କ ଆବେଦନରେ ପ୍ରତ୍ୟୁଷା ନନ୍ଦଙ୍କୁ ଅବିବାହିତ ବୋଲି ଦର୍ଶାଇଥିଲେ। ମାତ୍ର ପ୍ରତ୍ୟୁଷା ଅବିବାହିତା ନୁହନ୍ତି, ବିବାହିତା ଓ ସେ ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି ବୋଲି ସୋମାଲିକା ଅଧିକାରୀଙ୍କୁ ଅବଗତ କରାଇ ବିଜୟଶଙ୍କର ଆବେଦନରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇଥିଲେ। ଏହାକୁ ନେଇ ପଞ୍ଜୀକରଣ ଅଧିକାରୀ ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ଦାଖଲ କରିବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରି ବିଜୟଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ। ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ସୋମାଲିକା ଦାଖଲ କରିଥିଲେ। ମାତ୍ର ବିଜୟଶଙ୍କର ହାଜର ହୋଇ ନ ଥିଲେ। ସେହିପରି ପ୍ରତ୍ୟୁଷା ନନ୍ଦଙ୍କ ପୂର୍ବତନ ସ୍ବାମୀ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇ ଛାଡ଼ପତ୍ର ଦଲିଲ ଦାଖଲ କରିଥିଲେ। ପୂର୍ବରୁ ପ୍ରତ୍ୟୁଷାଙ୍କ ସହ ତାଙ୍କର ବିବାହ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିବା ସେ ପଞ୍ଜୀକରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କ ପ୍ରଦତ୍ତ ପ୍ରମାଣ ଆଧାରରେ କଟକ ବିବାହ ପଞ୍ଜୀକରଣ ଅଧିକାରୀ ମଙ୍ଗଳବାର ପ୍ରତ୍ୟୁଷାଙ୍କୁ ବିଜୟଶଙ୍କର ଏବେ ବିବାହ କରିପାରିବେ ନାହିଁ ବୋଲି ରାୟ ଶୁଣାଇ ଦେଇଛନ୍ତି। ଏନେଇ ବିଧାୟକ ବିଜୟଶଙ୍କରଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ସୋମଲିକାଙ୍କ କହିବା ହେଲା, ବିଜୟଶଙ୍କର ଏବଂ ପ୍ରତ୍ୟୁଷାଙ୍କ ବିବାହ ସ୍ଥଗିତ ହୋଇଛି। ଆଡ୍‌ଭୋକେଟଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତ୍‌ସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଜୁନ୍‌ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ। ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ସୋମାଲିକା ଜଗତ୍‌ସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତତ୍ପରତା ନ ଦେଖାଇବାରୁ ସୋମାଲିକା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏହାକୁ ନେଇ ରାଜନୈତିକ ହଟଚମଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri