Posted inଖେଳ

‘ୟୁନିଭର୍ସ ବସ’ଙ୍କୁ ଭେଟି ଟ୍ରୋଲ ହେଲେ ମାଲ୍ୟା

ନୂଆଦିଲ୍ଲୀ,୨୨।୬: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ତଥା ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା କ୍ରିସ ଗେଲ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ପୂର୍ବତନ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଟୁଇଟର୍‌ରେ ଗେଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହା ପରେ ଉଭୟ ମାଲ୍ୟା ଏବଂ ଗେଲ ଟ୍ରୋଲ ହୋଇଛନ୍ତି। ଏହି ପୋଷ୍ଟରେ ଗେଲ ତାଙ୍କର ଜଣେ ଭଲ ବନ୍ଧୁ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି ମାଲ୍ୟା।
ବହୁ ବର୍ଷ ଧରି ଗେଲ ଆରସିବିର ଏକ ଅଂଶ ଥିଲେ।
ଏହି ଟୁଇଟ୍‌ରେ ୩୨ ହଜାରରୁ ଅଧିକ ଲାଇକ ଏବଂ ଅନେକ କମେଣ୍ଟ ଆସିଛି। ଲୋକମାନେ ଗେଲଙ୍କ ସହ ମାଲ୍ୟାଙ୍କୁ ଟ୍ରୋଲ କରୁଛନ୍ତି। ଏହି ଟୁଇଟ୍‌କୁ ୧୩୦୦ରୁ ଅଧିକ ରିଟୁଇଟ୍‌ କରାଯାଇଛି। ସାମ ନାମକ ଜଣେ ୟୁଜର୍ସ ଲେଖିଛନ୍ତି – ଗେଲ୍‌ ଭାଇ କ’ଣ ତୁମ ଲୁଟ କରି ପଳାଇବାକୁ ବସିଛ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମାଲ୍ୟା ଜୀ ଆପଣ କେବେ ଭାରତ ଫେରିବେ।
ଗେଲଙ୍କୁ ୨୦୧୧ରେ ଆରସିବି କିଣିଥିଲା। ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଆରସିବି ସେହି ବର୍ଷ ଫାଇନାଲରେ ପ୍ରବେଶ କରିଥିଲା। ଗେଲ ୨୦୧୭ ପର୍ଯ୍ୟନ୍ତ ଆରସିବି ଦଳରେ ରହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri