Posted inଖେଳ

ବିଜୟ ହଜାରେ ଟ୍ରଫି: ଉଥାପ୍ପାଙ୍କ ଶତକ: ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର,୨୧।୨(ସ୍ପୋର୍ଟ୍ସ ବ୍ୟୁରୋ): ଦେଶର ସର୍ବବୃହତ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଟ୍ରଫି ରୂପେ ଜଣାଶୁଣା ଥିବା ବିଜୟ ହଜାରେ ଟ୍ରଫି ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ତା’ର ଅଭିଯାନ ପରାଜୟରୁ ଆରମ୍ଭ କରିଛି। ଶନିବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ କେରଳଠାରୁ ଭିଜେଡି ମେଥଡ୍‌ରେ ୩୪ ରନରେ ପରାସ୍ତ ହୋଇଛି। ବାଙ୍ଗାଲୋରର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି କେରଳ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷାଜନିତ ଓଦା ଆଉଟ୍‌ ଫିଲ୍ଡ ଯୋଗୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୪୫ ଓଭରରେ ୮ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲା। ଜବାବରେ କେରଳ ୩୮.୨ ଓଭରରେ ୪ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା। ଫଳରେ ଭିଜେଡି ନିୟମରେ କେରଳକୁ ୩୪ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମ ଭଳି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ଗୁଡିକରେ ଫଳାଫଳ ହାସଲ ପାଇଁ ଭିଜେଡି ମେଥଡର ବ୍ୟବହାର ହୋଇଥାଏ। ଓଡ଼ିଶା ଏବେ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୨ ତାରିଖ ସୋମବାର ତା’ର ଦ୍ୱିତୀୟ ମ୍ୟାଚ୍‌ ରେଲଓ୍ବେ ବିପକ୍ଷରେ ଖେଳିବ।
କେରଳ ତରଫରୁ ରବିନ ଉଥାପ୍ପା ସର୍ବାଧିକ ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ଅଧିନାୟକ ସଚିନ ବେବି ୪୦, ବିଷ୍ଣୁ ବିନୋଦ ୨୮, ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୪ ରନକରି ଆଉଟ ହୋଇଥିବା ବେଳେ ଭଥସାଲ ଗୋବିନ୍ଦ ୨୯ ଓ ମହମ୍ମଦ ଆଝାରୁଦ୍ଦିନ ୨୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୌରଭ କାନୋଜ ସର୍ବାଧିକ ୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ତରଫରୁ ଓପନର ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଗୌରବ ଚୌଧୁରୀ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨୭, ରେଜେଶ ଧୂପର ୨୦, ଅଭିଷେକ ଯାଦବ ୧୩, ଶୁଭ୍ରାଂଶୁ ସେନାପତି ୪, ଅଧିନାୟକ ଶାନ୍ତନ୍ୟୁ ମିଶ୍ର ୭ ଓ ସୂର୍ଯ୍ୟକାନ୍ତ ବିନା ସ୍କୋରରେ ଆଉଟ ହୋଇଥିଲେ। କାର୍ତ୍ତିକ ବିଶ୍ୱାଳ ୪୫ ଓ ସୌରଭ କାନୋଜ ୯ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଦୁଇ ଓପନର ସନ୍ଦୀପ ଓ ଗୌରବ ୧୩୪ଟି ବଲ୍‌ ଖେଳି ୧୧୯ ରନକରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ବୋଲିଂରେ କେରଳ ତରଫରୁ ଶ୍ରୀସନ୍ଥ, ଏମ୍‌.ଡି. ନିଦ୍ଧେଶ ଓ ଜଲାଜ ସାକସେନା ୨ଟି ଲେଖାଏ, ସଚିନ ବେବି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓଡ଼ିଶା ୪୫ ଓଭରରେ ୨୫୮/୮
(ସନ୍ଦୀପ- ୬୬, ଗୌରବ- ୫୭, କାର୍ତ୍ତିକ- ୪୫*, ଦେବବ୍ରତ- ୨୭, ଶ୍ରୀସନ୍ଥ- ୨/୪୧, ନିଦ୍ଧେଶ- ୨/୪୩, ସାକସେନା- ୨/ ୪୩)।
କେରଳ ୩୮.୨ ଓଭରରେ ୨୩୩/୪
(ଉଥାପ୍ପା- ୧୦୭, ସଚିନ- ୪୦, ଆଝାରୁଦ୍ଦିନ- ୨୩*, ବିଷ୍ଣୁ- ୨୮, ଗୋବିନ୍ଦ- ୨୯*, ସୌରଭ- ୩/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ୍‌ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ

ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ସିଡ୍‌ର ମାନ୍ୟତା ପାଇଥିବା...

ଆଇପିଏଲ୍‌ ପରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍‌

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଶେଷ ହେବାର ତୁରନ୍ତ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ ଖେଳିବ।...

ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍‌

ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍‌ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏବେ...

ଆଇପିଏଲ୍‌-୨୦୨୧ ହେବ ଧୋନୀଙ୍କ ଶେଷ ଟୁର୍ନାମେଣ୍ଟ ? ସିଏସ୍‌କେର ସିଇଓ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୯।୪: ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ପରେ ସେ ଆଇପିଏଲ୍‌ ଖେଳିବେ କି ନାହିଁ ନେଇ...

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ...

ପଞ୍ଚାବ ଆଗରେ ୧୫୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନର ଶେଷ ଲିଗ୍‌ ତଥା ୭୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ୱର...

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର...

ଜୋକୋଭିଚ୍‌ ବିଜୟୀ, ଓସାକା ପରାସ୍ତ

ପ୍ୟାରିସ,୨ା୬ (ଏଏଫ୍‌ପି)-ନୋଭାକ୍‌ ଜୋକୋଭିଚ୍‌, ଷ୍ଟିଫାନସ ତିସିତ୍‌ସିପାସ୍‌ ଏବଂ ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ...

Advertisement
Archives

Model This Week