Posted inଖେଳ

ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି। କରୋନା ସଂକ୍ରମିତ ଖେଳାଳି ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଅନ୍ୟ ଖେଳାଳିଙ୍କଠାରୁ ପୃଥକ୍‌ ଆଇସୋଲେଶନରେ ରଖାଯାଇଛି। ବିଜୟ ହଜାରେ ଟ୍ରଫି ପାଇଁ ବିହାରର ଏକ ୨୨ ଜଣିଆ ଟିମ୍‌ ଆସିଛି। ବିହାର ଟିମ୍‌ ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ଦଳ ଏହାର ସମସ୍ତ ମ୍ୟାଚ ବେଙ୍ଗାଲୁରୁରେ ଖେଳିବ। ବିହାର ବୁଧବାର ଉତ୍ତର ପ୍ରଦେଶ ବିପକ୍ଷରେ ଏକ ଲିଗ୍‌ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶର ଜଣେ ଲେଖାଏ ଖେଳାଳି କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ଉଭୟ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟରେ ନେଗେଟିଭ ଆସିବା ପରେ ସେମାନେ ସେମାନଙ୍କ ଲିଗ୍‌ ଗେମ୍‌ ଖେଳୁଛନ୍ତି। ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶ ଏଲିଟ୍‌ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛନ୍ତି। ସେମାନେ ଜୟପୁରରେ ଅବସ୍ଥାନ କରି ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୮ ରନ…

ମେଲବୋର୍ନ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚ ଖେଳାଯାଉଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରିହେବା ପରେ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ୮୩

ମେଲବୋର୍ନ,୨୦।୧୨(ପି.ଟି.)- ଆଇପିଏଲ-୧୩ ଲାଗି ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫ କୋଟି ଟଙ୍କା କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଛି। ଏହାର ଗୋଟିଏ...

ପଡିଆରେ ଧୋନୀଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ଖେଳାଳି

ଦୁବାଇ,୧୫।୯: ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ ଜିତିବାର କୌଶଳ ଶିଖିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର। ଚାପର ସମ୍ମୁଖୀନ ହୋଇଥିଲେ ମଧ୍ୟ ଧୋନୀ ଶାନ୍ତ...

ଭାଇରସକୁ ନ ଡରି ଟ୍ରେନିଂ କରୁଛନ୍ତି ରୁଟ୍‌

ଲଣ୍ଡନ,୨୫।୩(ଏଏଫ୍‌ପି)- ମାରାତ୍ମକ କରୋନା ଭାଇରସ ବିଶ୍ୱରେ ଏଯାବତ ୧୭ ହଜାର ଜୀବନ ନେଇସାରିଲାଣି। ଏହାସତ୍ତ୍ୱେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଏବେ ମଧ୍ୟ...

ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍‌ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି...

ପଡିଆରେ ବାନ୍ତି କଲେ, ହ୍ବିଲ୍‌ଚେୟାର୍‌ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ...

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି।...

ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ

ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍‌ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ...

Advertisement
Archives

Model This Week