ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନରାୟଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଛି। ଭୁବନେଶ୍ୱର ନୀଳାଦ୍ରିବିହାରରେ ଥିବା ତାଙ୍କ ବାସଗୃହ, କଟକସ୍ଥିତ ଶ୍ୱଶୁରଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ଦ୍ୱୈତନଗରୀର ମୋଟ ୬ ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରି ପୁଳା ପୁଳା ଟଙ୍କା ଓ ବିପୁଳ ସମ୍ପତ୍ତି ଠାବ କରିଛି। ତେବେ ନୀଳାଦ୍ରିବିହାରସ୍ଥିତ ୨ ମହଲା ଘରୁ ନଗଦ ୧୨ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର (୬୦ଲକ୍ଷ ଟଙ୍କା) ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ସେହିପରି ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ମିଳିଛି। ଏଥିସହିତ ବିରଞ୍ଚତ୍ ଓ ପରିବାର ସଦସ୍ୟଙ୍କ ନାମରେ ଭକ୍ତି ବିହାରରେ ୨ଟି ଘର, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ୍‌, ୫୬ଲକ୍ଷ ଟଙ୍କାର ବୀମା ରାଶି, କାର୍‌, ୨ ବାଇକ ଓ ଅନ୍ୟାନ୍ୟ ସମ୍ପତ୍ତି ରହିଥିବା ଯାଞ୍ଚରୁ ଜଣାପଡିଛି। ତେବେ ଠାବ ସମ୍ପତ୍ତିର ମୂଲ୍ୟ ୩.୭୯ କୋଟି ଟଙ୍କା ହେବ। ଯାଞ୍ଚ ଓ ହିସାବ ଜାରି ରହିଥିବାରୁ ବିରଞ୍ଚତ୍ଙ୍କ ସମ୍ପତ୍ତିର ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବିରଞ୍ଚତ୍ ବ୍ୟବହାର କରିଥିବା ଅନେକ ବ୍ୟାଙ୍କ ରସିଦ୍‌ ଜବତ କରାଯାଇଛି। ଏଥିରୁ ତାଙ୍କର ଟଙ୍କା ଦେଣନେଣ ସମ୍ପର୍କରେ ତଥ୍ୟ ପାଇବାକୁ ଭିଜିଲାନ୍ସ ଆଶା ରଖିଛି। ସେହିଭଳି ନିଯୁକ୍ତି ସମ୍ପର୍କିତ ଚିଠି, କେତେଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ, ବିଦେଶୀ ମୁଦ୍ରା ଓ ବିଦେଶ ଗସ୍ତର କିଛି କାଗଜପତ୍ର ମଧ୍ୟ ତାଙ୍କ ଘରୁ ମିଳିଛି। ଛାତ୍ରୀଛାତ୍ରଙ୍କ ଟଙ୍କାରୁ ସେ ଓ ତାଙ୍କ ପରିବାର ବିଦେଶ ବୁଲିଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ଏସ୍‌ପି ଆର୍‌ ପ୍ରକାଶଙ୍କ କହିବାନୁଯାୟୀ, ଜବତ ଜମି, ଘର ଆଦି ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଛି। ବିରଞ୍ଚତ୍ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇ ମଧ୍ୟ ତାଙ୍କ ନିକଟରେ ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା, କାହା ସହାୟତାରେ ସେ ଏସବୁ ଠୁଳ କରିଛନ୍ତି, ତାହାର ସ୍ବତନ୍ତ୍ର ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।
ସୂଚନା ଅନୁଯାୟୀ, ବିରଞ୍ଚତ୍ ସରକାରୀ ଚାକିରି କରାଇଦେବାକୁ କହି ଛାତ୍ରୀଛାତ୍ରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେବା ସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପୂର୍ବରୁ ସୂଚନା ପାଇଥିଲା। ଯୋଜନା ମୁତାବକ, ଶୁକ୍ରବାର ଭୋର୍‌ ସମୟରେ ଭିଜିଲାନ୍ସର ତିନୋଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏସ୍‌ପିଙ୍କ ନେତୃତ୍ୱରେ ଏସବୁ ଟିମ୍‌ରେ ୪ଜଣ ଡିଏସପି, ୧୩ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ବିରଞ୍ଚତ୍ଙ୍କ ଘରେ ପହଞ୍ଚତ୍ବା ପରେ ଭିଜିଲାନ୍ସ ଟିମ୍‌ ସର୍ଚ୍ଚ ଆରମ୍ଭ କରିଥିଲା। ପୁଳାପୁଳା ଟଙ୍କା, ସୁନା, ବ୍ୟାଙ୍କ ଓ ବୀମା କାଗଜ ପତ୍ର ଦେଖି ଭିଜିଲାନ୍ସ ଅଧିକାରୀମାନେ ଚକିତ ହୋଇଯାଇଥିଲେ। ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଘରେ ବ୍ୟାଙ୍କ ଭଳି ଟଙ୍କା ରହିବା ଘଟଣାକୁ ଭିଜିଲାନ୍ସ ଗୁରୁତ୍ୱର ସହ ନେଇ ଅଧିକ ତଦନ୍ତ ଓ ଯାଞ୍ଚ ଚଳାଇଛି। ତେବେ ଏ ସମସ୍ତ ସମ୍ପତ୍ତି ସମ୍ପର୍କରେ କୋର୍ଟରେ ଜବାବ ରଖିବେ ବୋଲି ବିରଞ୍ଚତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ବିଭାଗୀୟ ତଦନ୍ତ କରାଯିବା ସହ ଦୃଢ ପଦକ୍ଷେପ ନିଆଯିବ ବୋଲି ଓଏସ୍‌ଏସ୍‌ସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି। ତେବେ ଓଏସ୍‌ଏସ୍‌ସିର ସମସ୍ତ ପରୀକ୍ଷାଠାରୁ ବିରଞ୍ଚତ୍ ଦୂରରେ ରୁହନ୍ତି। ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri