ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସ ଅଧିକାରୀ। କଥାଟି ଅଡୁଆ ଲାଗିଲେ ବି ସତ। ସମ୍ବଲପୁର ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଏକ ମାମଲା ବନ୍ଦ ଲାଗି ୧୦ ଲକ୍ଷ ଟଙ୍କା ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନାନୁଯାୟୀ, ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲାକୁ ବନ୍ଦ କରି ଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ ହାତରେ ଧରାପଡ଼ିଛନ୍ତି। ମାନସୀଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ ତାଙ୍କ ଅଫିସ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ନଁ।ରେ କରୋନା ଗୁଜବ, ୪ ଗିରଫ

କେନ୍ଦ୍ରାପଡା ଅଫିସ, ୧୮ା୩: କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାକୁ...

ଚାଲୁନି ପାସେଞ୍ଜର ଟ୍ରେନ୍‌, ବାଧୁଛି ବସ୍‌ ଭଡ଼ା

ପୁରୀ ଅଫିସ,୨୧।୨: କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ...

୨ରେ ନବଯୌବନ ଦର୍ଶନ : ଭିତରକାଠରୁ ସାହାଣମେଲା, ପରିମାଣିକ ଦର୍ଶନ

ପୁରୀ ଅଫିସ,୧ା୭ : ଆସନ୍ତା ୨ ତାରିଖରେ ନବଯୌବନ ଦର୍ଶନ। ଅଣସର ପରେ ପ୍ରଥମ କରି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ଜୁଲାଇ ୪...

ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ବର୍ତ୍ତମାନ ପ୍ରତ୍ୟେକ ସ୍କୁଲର ଗୋଟିଏ କ୍ଲାସ ପିଛା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ସଫଳ...

ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି।...

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀ ମୃତ

ବାରଙ୍ଗ,୨୦।୧(ଡି.ଏନ୍‌.ଏ.): ନନ୍ଦନକାନନରେ ଲଗାତାର ୪ ଦିନରେ ୪ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ ମଧ୍ୟରୁ ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲ ଅଛନ୍ତି।...

ସେଲଫି ହେଲା କାଳ: ନଦୀରେ ଭାସିଯାଇଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର...

୨ ମୋଟରସାଇକେଲ ଲୁଟ୍‌, ଥାନାରେ ଅଭିଯୋଗ

ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍‌ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି...

Advertisement
Archives

Model This Week