Posted inଖେଳ

ରୋହିତଙ୍କ ଭବିଷ୍ୟବାଣୀ: ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି କ୍ରିକେଟର…

ମୁମ୍ବାଇ,୧୩।୫: ଆଇପିଏଲ୍‌ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ଖୁବ୍‌ଶୀଘ୍ର ଜାତୀୟ ଦଳରେ ସାମିଲ ହୋଇ ସମସ୍ତ ଫର୍ମାଟରେ ଖେଳିବେ ବୋଲି ଭବିଷ୍ୟବାଣୀ କରିଛନ୍ତି।

ବାମହାତୀ ବ୍ୟାଟ୍ସମ୍ୟାନ ତିଳକ ଦଳର ଅନ୍ୟ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଥାଇ ମଧ୍ୟ ଚଳିତ ସିଜନରେ ମୁମ୍ବାଇର ସବୁଠାରୁ ସଫଳ ବ୍ୟାଟର୍‌। ସେ ଚଳିତ ସଂସ୍କରଣରୁ ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଏଯାବତ ଖେଳାଯାଇଥିବା ୧୨ ମ୍ୟାଚ୍‌ର ୧୨ ପାଳିରେ ସେ ୧୩୨.୮୫ଷ୍ଟ୍ରାଇକ୍‌ ରେଟ୍‌ରେ ୩୬୮ ରନ୍‌ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ରହିଛି। ତେବେ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଚାପରେ ଥାଇ ମଧ୍ୟ ୩୨ ବଲ୍‌ରେ ସେ ୩୪ ରନ୍‌ର ଅପରାଜିତ ଇନିଂସ ଖେଳି ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମ୍ୟାଚ୍‌ ଶେଷ ହେବା ପରେ ରୋହିତ ତିଳକଙ୍କ ପ୍ରଶଂସା କରି ସେ ଜଣେ ପ୍ରଭାବଶାଳୀ ଖେଳାଳି। ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳୁଛନ୍ତି। ପ୍ରଥମରୁ ହିଁ ତାଙ୍କର ଶାନ୍ତ ସ୍ବଭାବ ଚକିତ କରୁଛି। ସେ ଖୁବ୍‌ଶୀଘ୍ର ଜାତୀୟ ଦଳରୁ ସମସ୍ତ ଫର୍ମାଟରେ ଖେଳୁଥିବାର ନଜର ଆସିବେ। ତାଙ୍କର ଖେଳିବାର ଷ୍ଟାଇଲ ଭଲ। ସେ ଠିକ୍‌ ବାଟରେ ଚାଲୁଛନ୍ତି। କେବଳ ଜଣେ ଖେଳାଳି ଏବଂ ବ୍ୟକ୍ତି ଭାବେ କିଭଳି ନିଜ ଖେଳରେ ସୁଧାର ଆଣିପାରିବେ ସେନେଇ ପ୍ରଚେଷ୍ଟା କରିବା ଉଚିତ ବୋଲି  କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri