୭୩ ବର୍ଷରେ ୟୁଏଇ ରାଷ୍ଟ୍ରପତିଙ୍କ ପରଲୋକ

ଦୁବାଇ,୧୩।୫: ପରଲୋକରେ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହାନ। ଶୁକ୍ରବାର ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତଦନୁଯାୟୀ ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।

୨୦୦୪ର ନଭେମ୍ବରରୁ ଖଲିଫା ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ପଦରେ ରହିଥିଲେ। ହେଲେ ଦୀର୍ଘ ବର୍ଷ ଧରି ଅସୁସ୍ଥତା କାରଣରୁ ସେ ଜନମାନସରୁ ଦୂରେଇ ରହିଥିଲେ। ଏବେ ତାଙ୍କ ଦେହାନ୍ତ ପରେ ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଖଲିଫା ଅସୁସ୍ଥ ଥିବାରୁ ସେ ହିଁ ଦୀର୍ଘ ବର୍ଷ ହେଲାଣି ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ତାଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ...

ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ...

ବାଣିଜ୍ୟ ବିବାଦର ସମାଧାନ ପାଇଁ ସହମତି

ଓସାକା,୨୯ା୬: ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରନେତାମାନଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ...

କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍‌ଏଏସ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ...

ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ...

ପାକିସ୍ତାନରେ ବଢି ଚାଲିଛି ଦରଦାମ

ଇସଲାମାବାଦ,୨୦।୫: ପାକିସ୍ତାନରେ ଦରଦାମ ଦିନକୁ ଦିନ ଆକାଶ ଛୁଆଁ ହୋଇଛି। ଇମ୍ରାନ ଖାଁଙ୍କ ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଛନ୍ତି। ବିଶେଷ...

୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି।...

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼: ହୋଇପାରେ ବହୁ ପରିମାଣରେ କ୍ଷୟକ୍ଷତି

ଓ୍ବାଶିଂଟନ,୨୬।୭: ଆମେରିକା ଉପକୂଳରେ ଆସିଥିବା ସାମୁଦ୍ରିକ ଝଡ଼ ‘ହନ୍ନା’ ଭୟଙ୍କର ରୂପ ଧାରଣ କରି ସାରିଛି। ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୬ ସକାଳ ସମୟରେ...

Advertisement
Archives

Model This Week