ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ଅଫିସ ସହ ବାସଭବନରେ ରେଡ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୧୧ ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସାମିଲ ହୋଇଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର ବାଲେଶ୍ୱର, କେନ୍ଦୁଝର ଏବଂ ଫୁଲବାଣୀ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

୧. ବ୍ରହ୍ମପୁରର ଭାବିନିପୁରରେ ପ୍ଲଟ୍‌ ନମ୍ବର ୪୫୯୨ ଉପରେ ଦୁଇ ମହଲା କୋଠା।

୨. ଭୁବନେଶ୍ୱରର ପାତ୍ରପଡ଼ାଠାରେ ପ୍ଲଟ୍‌ ନମ୍ବର ୨୮୪ ଉପରେ ଏକ ମହଲା ବିଶିଷ୍ଟ କୋଠା।

୩. ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟ ଫ୍ଲାଟ୍‌ ନମ୍ବର ୨୦୫। ପ୍ରଥମ ମହଲା, ବୈଦନାଥପୁର କାମାପଲ୍ଲୀ, ବ୍ରହ୍ମପୁରରେ ଅବସ୍ଥିତ ୩ ବିଏଚ୍‌କେ ଫ୍ଲାଟ୍‌।

୪. ଫୁଲବାଣୀର ଓଲେନବାଚ୍‌ ନଗରରେ ଅବସ୍ଥିତ ଯନ୍ତ୍ରୀଙ୍କ ପୈତୃକ ଘର।

୫. ବାଲେଶ୍ୱର ଆର୍‌ଡବ୍ଲ୍ୟୁ ସର୍କଲରେ ଅବସ୍ଥିତ ହରିହରଙ୍କ ଅଫିସ ଚାମ୍ବର ଏବଂ ସରକାରୀ କ୍ୱାର୍ଟର।

୬. କେନ୍ଦୁଝରସ୍ଥିତ ତାଙ୍କ ଅଫିସ ଚାମ୍ବର।

୭. କେନ୍ଦୁଝର ଆର୍‌ଡବ୍ଲ୍ୟୁ କ୍ୟାମ୍ପସରେ ଅବସ୍ଥିତ ଆବାସ।

୮. ବ୍ରହ୍ମପୁରର ତୁଳସୀନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

୯. ବ୍ରହ୍ମପୁରର ଶାନ୍ତିନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

୧୦. କେନ୍ଦୁଝରର ବଳଦେବଜୀଉ କଲୋନୀରେ ତାଙ୍କ ସହଯୋଗୀଙ୍କ ଘରେ ଏହି ରେଡ୍‌ ଚାଲିଛି। ରେଡ୍‌ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ପରେ ସବିଶେଷ ତଥ୍ୟ ମିଳିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?