ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଜର ବୈଧ ବା କ୍ଷମତା ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ମଙ୍ଗଳବାର ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇଙ୍କ ସମେତ ବହୁ ସଂଖ୍ୟକ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରି ଜିଲରେ ଥିବା ଇଂ. ନାୟକଙ୍କ ବିଭିନ୍ନ ଠିକଣାରେ ଖାନତଲାସ କରୁଛି।
ଏହି କ୍ରମରେ ସମ୍ବଲପୁରର ଧନୁପାଲିସ୍ଥିତ ତାଙ୍କ ଭଡ଼ା ଘର ଏବଂ ସେହି ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଯାଞ୍ଚ ଚାଲିଛି। ଏହା ସହିତ କଟକ ବିଦ୍ୟାଧରପୁରରେ ଥିବା ତାଙ୍କର ଏକ ତିନି ମହଲା ଆବାସିକ ଗୃହ ଏବଂ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମୁଖାଲିସ ଗ୍ରାମରେ ଥିବା ଦୁଇ ମହଲା କୋଠା ଉପରେ ମଧ୍ୟ ଚଢାଉ କରାଯାଇଛି। କେବଳ ସେତିକି ନୁହେଁ, ଇଂ. ନାୟକଙ୍କ ସହଯୋଗୀମାନଙ୍କୁ ମଧ୍ୟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ ସହରରେ ଥିବା ତାଙ୍କର ଦୁଇଜଣ ସହଯୋଗୀଙ୍କ ବାସଭବନ ଏବଂ ମାଲକାନଗିରି ଜିଲାର କାଲିମେଳାସ୍ଥିତ ଆଉ ଜଣେ ସହଯୋଗୀଙ୍କ ବାସଭବନରେ ମଧ୍ୟ ଏକକାଳୀନ ସର୍ଚ୍ଚ ଅପରେଶନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଉ ପ୍ରକ୍ରିୟା ଜାରି ରହିଥିବା ବେଳେ ଏନେଇ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?