ଏୟାରଲିଫ୍ଟ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ; କରୋନା ଆକ୍ରାନ୍ତ ପରେ ଅଛନ୍ତି ଗୁରୁତର

ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ୍‌ ଦେବାଶିଷ ପାଣିଗ୍ରାହୀ। ମଙ୍ଗଳବାର ତାଙ୍କୁ ଏୟାରଲିଫ୍ଟ ହୋଇ ଚିକିତ୍ସା ପାଇଁ କୋଲକାତା ପଠାଯାଇଛି। କଟକ ଅଶ୍ୱିନୀ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ବିମାନବନ୍ଦର ଅଣାଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଛି।

ସୂଚନାନୁଯାୟୀ, କରୋନାରେ ଆକ୍ରାନ୍ତ ହେବା ପରେ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦେବାଶିଷ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ହେଲେ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଇସିଏମ୍‌ଓ ଚିକିତ୍ସା ପାଇଁ ତାଙ୍କୁ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିନିମନ୍ତେ କଟକର ହସ୍ପିଟାଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଥିଲା। ଦିନ ୧ଟା ୧୦ ମିନିଟ୍‌ରେ ଆମ୍ବୁଲାନ୍ସ ବାହାରିଥିବା ବେଳେ ବିମାନବନ୍ଦରରେ ୧ଟା ୪୦ ମିନିଟ୍‌ରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ଜାତୀୟ ଟିବି ନିରାକାରଣ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ରାଜ୍ୟ ପୁରସ୍କୃତ ହୋଇଥିବା ସ୍ବାସ୍ଥ୍ୟ...

୪ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି।...

ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି।...

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ...

ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.) ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା...

ଓଡ଼ିଶା ପାଇଲା ପ୍ରଥମ ମହିଳା ବାଚସ୍ପତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୯: ଶୁକ୍ରବାର ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ପ୍ରଥମ...

ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ...

ନ୍ୟାୟ ହିନ୍ଦୁ ସମାଜ ସପକ୍ଷରେ ଯିବ ବୋଲି ଆଶା କରୁଛୁ: ଭୈୟାଜୀ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ଉଚିତ। ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି...

Advertisement
Archives

Model This Week