ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ: ୮ଟି ସ୍ଥାନରେ ଚାଲିଛି ରେଡ

ଡେଙ୍କାନାଳ,୨୨।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଢେଙ୍କାନାଳ ସମେତ କଟକ ଓ ଭୁବନେଶ୍ୱରର ୮ଟି ଯାଗାରେ ଏହି ଚଢ଼ାଉ ହୋଇଛି ।
ସୂଚନାଯୋଗ୍ୟ, ବିଭୁଦାନନ୍ଦଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏହି ଚଡାଉ କରୁଛି। ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ କଟକ ସ୍ବତନ୍ତ୍ର ଜଜ ଭିଜିଲାନ୍ସ ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ହୋଇଛି।
ଢେଙ୍କାନାଳ ସହର ରତନ ବଜାର ଠାରେ ପ୍ଲଟ ନମ୍ବର ୩୧୬ / ୬୦୩୪ ରେ ଥିବା ୩ ମହଲା ଘର ଓ ଫ୍ଲଟ ନମ୍ବର ୩୧୬ / ୬୫୪୦/ ୧୦୬୩୮ ରେ ଥିବା ୨ ମହଲା ଘର, କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାହାଁଗୋଳ ଠାରେ ଥିବା ଫାର୍ମ ହାଉସ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବ୍ରିନ୍ଦା ବାସେରା ଜିଜିପି କଲୋନି ଠାରେ ଥିବା ୨୦୧ ନମ୍ବର ଫ୍ଲାଟ, ଆଠଗଡ ବୀରକିଶୋରପୁରଠାରେ ଥିବା ପୈତୃକ ଘର, ଢେଙ୍କାନାଳ ସହରରେ ଥିବା ସମ୍ପର୍କୀୟଙ୍କ ଘର, ତେଙ୍କାନାଳ ଠାରେ ଥିବା ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri