Posted inଜାତୀୟ

ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ଜଣେ ଛାତ୍ରୀଙ୍କୁ ହାର୍ଟ ଆଟାକ୍‌…

ମୋହାଲି, ୧୮।୯ : ପଞ୍ଜାବର ମୋହାଲିରେ ଜଣାଶୁଣା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଉଥିବା ସମୟର ଭିଡ଼ିଓ ତିଆରି କରି ଏହାକୁ ଶିମଲାରେଥିବା ଜଣେ ବନ୍ଧୁଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଛାତ୍ରୀମାନେ ଏହା ଜାଣିବା ମାତ୍ରେ ବିଶ୍ୱବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତ୍ରରେ ଉତ୍ତେଜନା ଦେଖାଦେଇଥିଲା।

ଛାତ୍ରୀମାନେ ଏହାକୁ ବିରୋଧ ବିରୋଧ କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କର ହାର୍ଟ ଆଟାକ୍‌ ହେବା ସହିତ କିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ଛାତ୍ରୀଙ୍କୁ ଗିରଫ କରିଥିଲେ।

ଏସଏସପି ବିବେକ ସୋନି କହିଛନ୍ତି ଯେ ଏହି ମାମଲା ତାଙ୍କ ନଜରକୁ ଆସିଛି। ଜଣେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହଷ୍ଟେଲର ଜଣେ ଛାତ୍ରୀ ପ୍ରତିଦିନ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ଭିଡିଓ ତିଆରି କରୁଥିଲେ। ସେ କେବଳ ପୋଷାକ ବଦଳାଇବା କିମ୍ବା ଗାଧୋଇବା ସମୟରେ ଏହି ଭିଡିଓ ତିଆରି କରୁଥିଲେ। ଯାହା ପରେ ସେ ନିଜ ସାଙ୍ଗଙ୍କ ପାଖକୁ ପଠାଉଥିଲେ। ଛାତ୍ରୀମାନେ ତାଙ୍କୁ କିଛି ଦିନ ହେବ ନୋଟିସ କରୁଥିଲେ। କିନ୍ତୁ ଶନିବାର ଛାତ୍ରୀମାନେ ତାଙ୍କୁ ପ୍ରମାଣ ସହିତ ଧରିଥିଲେ।

ଏହା ପରେ ଅନୁଷ୍ଠାନର ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଛାତ୍ରୀ ଜଣଙ୍କ ସ୍ବୀକାର କରିଥିଲେ ଯେ ସେ ନିଜ ସାଙ୍ଗଙ୍କ ପାଖକୁ ଭିଡିଓ ପଠାଉଥିଲେ। ସେ କେବଳ ନିଜ ବନ୍ଧୁଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ କରୁଥିଲେ।
ଛାତ୍ରୀମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ ସେମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ସେତେବେଳେ ସେମାନଙ୍କର ହୋସ୍‌ ଉଡ଼ିଗଲା। ଏହି ସମୟରେ ଜଣେ ଛାତ୍ରୀଙ୍କର ଭାଇରାଲ ଭିଡିଓ ଦେଖିବା ପରେ ହାର୍ଟ ଆଟାକ ହୋଇଥିଲା। ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଧ୍ୟତାମୂଳକ ଭାବେ ବିଶ୍ୱବିଦ୍ୟାଳୟର ଫାଟକ ମଧ୍ୟ ବନ୍ଦ କରିବାକୁ ପଡିଲା। ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।

ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ପଢ଼ିବାକୁ ଆସିଥାନ୍ତି। ଅଭିଯୁକ୍ତ ା ଛାତ୍ର ୀପ୍ରଥମ ବର୍ଷ ଏମବିଏରେ ପଢୂଛନ୍ତି। ଏହି ମାମଲାରେ କେତେକ ଛାତ୍ରୀଙ୍କର ଡିହାଇଡ୍ରେଶନ ହେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏସଏସପି ସୋନି କହିଛନ୍ତି ଯେ ଫୋରେନସିକ ପ୍ରମାଣ ସଂଗ୍ରହ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ଉଦ୍ୟମ ହୋଇନାହିଁ। ଛାତ୍ରୀଙ୍କ ଡାକ୍ତରୀ ରେକର୍ଡ ରେକର୍ଡରେ ନିଆଯାଇଛି। କୌଣସି ଗୁଜବ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

ପଞ୍ଜାବ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି କହିଛନ୍ତି ଯେ ଏହା ଏକ ଗୁରୁତର ବିଷୟ, ଏହାର ତଦନ୍ତ କରାଯାଉଛି। ମୁଁ ସମସ୍ତ ଛାତ୍ରୀଙ୍କ ମାତାପିତାଙ୍କୁ ଆଶ୍ୱାସନା ଦିଆଯାଉଛି ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଞ୍ଜାବ ସ୍କୁଲ ଶିକ୍ଷା ମନ୍ତ୍ରୀ ଏଚ.ଏସ ବାଇନ୍ସ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ଏବଂ ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରାଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ...

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ...

ଚନ୍ଦ୍ରଶେଖର ଆଜାଦ ଗଢିଲେ ନୂଆ ଦଳ

ଲକ୍ଷ୍ନୌ,୧୫।୩: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରବିବାର କାଶୀରାମଙ୍କ ଜୟନ୍ତୀ ଅବସରରେ ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ନୂଆ ଦଳର...

ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର

ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍‌ ଅବଦୁଲ୍‌ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍‌ନାଡୁର ଥୁଥୁକୁଡ଼ିଠାରୁ...

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି...

ରେଲଓ୍ବେକୁ ଅମ୍ଫନ୍‌ ବିପଦ: ଲୁହା ଚେନ୍‌ରେ ବନ୍ଧା ଗଲା କୋଚ୍‌

କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପଶ୍ଚିମବଙ୍ଗ ରେଲଓ୍ବେ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବାତ୍ୟା ସମୟରେ ତୀବ୍ର ବେଗରେ ପବନ ବହିବାର ଆଶଙ୍କା...

‘ଅର୍ଥବଳ ପ୍ରୟୋଗ କରୁଛି ଭାଜପା’

ଅହମଦାବାଦ,୧୩ା୭: କର୍ନାଟକରେ ସରକାର ଭାଙ୍ଗିବାକୁ ଭାଜପା ଅର୍ଥବଳ ପ୍ରୟୋଗ କରିବା ସହ ଭୟଭୀତ କରାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଶାସକ ମେଣ୍ଟର...

ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍‌ !

ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ...

Advertisement
Archives

Model This Week