Posted inUncategorized

ବ୍ୟବହାରକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଆଜିକାଲି କେବଳ ଛୋଟପିଲା ନୁହନ୍ତି ଯୁବପିଢ଼ି ଭିଡିଓ ଗେମ୍‌ ଖେଳୁଛନ୍ତି। କେତେକେ ଏହାକୁ ଏକ ଅଭ୍ୟାସରେ ପରିଣତ କରିସାରିଛନ୍ତି। ଭିଡିଓଗେମ୍‌ ଖେଳିବାରୁ ମୁକୁଳିବା ପ୍ରାୟ କଷ୍ଟକର। ତେବେ ଏହାଦ୍ୱାରା ସେମାନଙ୍କର ବ୍ୟବହାର ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପ୍ରାୟ ନିୟମିତ ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିବା କିଛି ପିଲାଙ୍କର ଜୀବନଶୈଳୀକୁ ସର୍ଭେ ସମୟରେ ତର୍ଜମା କରାଯାଇଥିଲା। ଏହି ସମୟରେ ସେମାନଙ୍କର କଥାବାର୍ତ୍ତା ଶୈଳୀ, ବ୍ୟବହାର କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ସର୍ଭେ ପରିସରଭୁକ୍ତ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ବ୍ୟବହାରରେ ପରିବର୍ତ୍ତନ ସେମାନେ ଦେଖିବାକୁ ପାଇଥିଲେ। ଏହାପଛରେ ଆବଶ୍ୟକତାଠାରୁ ଅଧିକ ସମୟ ଭିଡିଓଗେମ ଖେଳିବା ଦାୟୀ ବୋଲି ଏହି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri