ଜରୁରୀ ଅବତରଣ ବେଳେ ୨ ଫାଳ ହୋଇଗଲା ବିମାନ

ସାନ ଜୋସ,୮।୪: କୋଷ୍ଟା ରିକାରେ ଗୁରୁବାର ଏକ ଜରୁରୀକାଳିନ ଅବତରଣ ବେଳେ ଏକ କାର୍ଗୋ ବିମାନ ଦୁଇ ଫାଳ ହୋଇଯାଇଛି। ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ଦୁର୍ଘଟଣା ଯୋଗୁ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା।

ଡିଏଚ୍‌ଏଲ ବୋଇଂ ୭୫୭ ହଳଦିଆ ବିମାନ ଅବତରଣ ବେଳେ ରନଓ୍ବେରୁ ସ୍ଲାଇଡ୍‌ କରି ବାହାରକୁ ଚାଲି ଯାଇଥିଲା। ତା’ ପରେ ବିମାନର ରେୟାର ହୁଇଲ ପାଖରୁ ପଛ ଭାଗ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ବେଳେ ବିମାନ ମଧ୍ୟରେ ଥିବା ଦୁଇ କ୍ରୁ ମେମ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୋଷ୍ଟା ରିକାର ଅଗ୍ନଶମ ବାହିନୀ ଅଧିକାରୀ ହେକ୍ଟର ଚାଭେସ କହିଛନ୍ତି।

ଦୁର୍ଘଟଣା ସକାଳ ୧୦ଟା ୩୦ରେ ଘଟିଥିଲା। ବୋଇଂ ୭୩୭ ବିମାନ ଜୁଆନ ସାଣ୍ଟାମାରିଆ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ୨୫ ମିନିଟ୍‌ ମଧ୍ୟରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍‌: ଏଥିରେ ମିଳିବ କେବଳ ୨ କେଜି ଆଳୁ

ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍‌। ତେଣୁ ଏଠାରେ ଏକ କପ୍‌...

ଭାରତୀୟ କଏଦିଙ୍କ ତାଲିକା ହସ୍ତାନ୍ତର କଲା ପାକିସ୍ତାନ

ଇସଲାମାବାଦ,୧।୭: ପାକିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୬୧ ଜଣ କଏଦିଙ୍କର ଏକ ତାଲିକା ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛି। ଏମାନଙ୍କ ମଧ୍ୟରୁ...

କଟକଣାକୁ ଖାତିର ନାହିଁ, କିମ୍‌ ଆଣବିକ ପରୀକ୍ଷଣ ପାଇଁ ପୁଣି ପ୍ରସ୍ତୁତ…

ପୋୟଙ୍ଗୟାଙ୍ଗ, ୬।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉତ୍ତେଜନାମୂଳକ କାର୍ଯ୍ୟ...

ମସଜିଦ୍‌ ନିକଟରେ ବଡ଼ ବିସ୍ଫୋରଣ

କରାଚି,୧୭।୫: କରାଚିର ଖରାଦର ଅଞ୍ଚଳରେ ଥିବା ନ୍ୟୁ ମେମୋନ ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ...

ପୁଟିନ୍‌ଙ୍କ ନିକଟତମ ଭିକ୍ଟରଙ୍କୁ ଗିରଫ, ବଦଳରେ ୟୁକ୍ରେନ୍‌ ନାଗରିକଙ୍କ ମୁକ୍ତି ଦାବି କଲେ ଜେଲେନସ୍କି…

କ୍ୱିଭ୍‌, ୧୩।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍‌ଙ୍କୁ ୟୁକ୍ରେନ୍‌ ସୈନ୍ୟ ଗିରଫ କରିଛନ୍ତି। ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ...

ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ବେରୁଟ, ୫।୮: ଲେବାନନ୍‌ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି।...

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି...

୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ...

Advertisement
Archives

Model This Week