Posted inଖେଳ

ଟି-୨୦ ମ୍ୟାଚ୍‌ରେ ଚମତ୍କାର: ୬ ବଲ୍‌ରେ ୬ ଉଇକେଟ୍‌! ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ନେପାଳର କ୍ଲବ କ୍ରିକେଟ (ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ)ରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥିଲା।
ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପରେ ମାଲେସିଆ କ୍ଲବ ଏକାଦଶ ଏବଂ ପୁଷ ସ୍ପୋର୍ଟସ ଦିଲ୍ଲୀ ମଧ୍ୟରେ ଏକ ଟି -୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ପୁଷ ସ୍ପୋର୍ଟସ ଦିଲ୍ଲୀ ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥିଲା। ଏହି ଐତିହାସିକ ଓଭରକୁ ମାଲେସିଆ କ୍ଲବ ଏକାଦଶ ପକ୍ଷରୁ ଭିରନଦୀପ ସିଂ ବୋଲିଂ କରିଥିଲେ।
ଏହି ମ୍ୟାଚରେ ପୁସ ସ୍ପୋର୍ଟସ ଦିଲ୍ଲୀର ସ୍କୋର ଏକ ସମୟରେ ତିନି ଉଇକେଟ ହରାଇ ୧୩୧ ରନ୍‌ ଥିଲା। କିନ୍ତୁ ଏହି ଦଳର ଇନିଂସର ଶେଷ ଓଭର ଏପରି ଥିଲା ଯାହା ସମଗ୍ର କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଥିଲା। ମାଲେସିଆ କ୍ଲବ ଏକାଦଶ ବୋଲର ଭିରନଦୀପ ସିଂ ଚମତ୍କାର ବୋଲିଂ କରିଥିଲେ। ମାଲେସିଆ କ୍ଲବ ଏକାଦଶ ବୋଲର ଭିରନଦୀପ ପ୍ରଥମ ବଲ ଓ୍ବାଇଡ୍‌ ବୋଲିଂ କରିଥିଲେ। ଏହା ପରେ, ପରବର୍ତ୍ତୀ ବଲରେ ପୁସ ସ୍ପୋର୍ଟସ ଦିଲ୍ଲୀ ବ୍ୟାଟ୍ସମ୍ୟାନ ମୃଗାଙ୍ଗ ପାଠକ ୩୯ ରନ ସ୍କୋର କରିପରେ ଅହମ୍ମଦ ଫୈଜ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ବଲରେ ୧୯ ରନ ସ୍କୋର କରିବା ପରେ ଇଶାନ ପାଣ୍ଡେ ରନ୍‌ଆଉଟ ହୋଇଥିଲେ।
ଏହା ପରେ ଭିରନଦୀପ ପରବର୍ତ୍ତୀ ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ସେ ଆଡିନୋ ନହରେଙ୍କୁ ଟର୍ନିଂ ବଲରେ ବୋଲ୍ଡ କରିଥିଲେ। ଏହା ପରେ, ବିଶେଷ ସରୋହା ମଧ୍ୟ ବଡ଼ ସଟ ଖେଳିବା ପ୍ରକ୍ରିୟାରେ ବୋଲ୍ଡ ହୋଇଥିଲେ। ଏହା ପରେ ଭିରନଦୀପ ଜତିନ ସିଙ୍ଗଲଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ ନେଇଥିଲେ। ଏହା ପରେ ସେ ଇନିଂସର ଶେଷ ବଲରେ ସ୍ପର୍ଶଙ୍କ ବୋଲ୍ଡ ଆଉଟ୍‌ କରିଥିଲେ। ଭିରନଦୀପ ଏହି ଓଭରରେ ୫ଟି ଉଇକେଟ୍‌ ନେଇଥିଲେ ଏବଂ ଜଣେ ବ୍ୟଟ୍ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲେ। ଅର୍ଥାତ୍‌ ଶେଷ ଓଭରରେ ମୋଟ ୬ଟି ଉଇକେଟ ପଡିଥିଲା। ଶେଷରେ, ପୁସ ସ୍ପୋର୍ଟସର ସ୍କୋର ୨୦ ଓଭରରେ ୯ ଉଇକେଟ ୧୩୧ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?