Posted inଖେଳ

ବିଜୟ ହଜାରେ ଟ୍ରଫି: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ନୂଆଦିଲ୍ଲୀ,୧୫।୩(ପି.ଟି.): ଅଧିନାୟକ ତଥା ଓପନର ପୃଥ୍ବୀ ଶ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ୟ ତାରେଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୫୧ଟି ବଲ ବାକିଥାଇ ୬ ଉଇକେଟରେ ଉତ୍ତର ପ୍ରଦେଶକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ହାସଲ କରିଛି। ଦେଶର ସର୍ବବୃହତ୍‌ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଭାବେ ଜଣାଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଟସ୍‌ ଜିତି ଉତ୍ତର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନର ଚ୍ୟାଲେଞ୍ଜିଂ ସ୍କୋର ହାସଲ କରିଥିଲା। ଜବାବରେ ମୁମ୍ବାଇ ୪୧.୩ ଓଭରରେ ୪ଉଇକେଟ ହରାଇ ୩୧୫ ରନକରି ବିଜୟୀ ହୋଇଥିଲା। ଏଥିସହିତ ମୁମ୍ବାଇ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ୧୦୭ ବଲରୁ ୧୮ ଚୌକା ସହ ଅପରାଜିତ ୧୧୮ ରନର ଶତକୀୟ ପାଳି ଖେଳିଥିତ୍ବା ତାରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୧୩ ରନ ଟାର୍ଗେଟର ପିଛା କରି ମୁମ୍ବାଇ ଭଲ ଆରମ୍ଭ କରିଥିଲା। ପୃଥ୍ବୀ ୩୯ ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୪ ଛକା ସହ ୭୩ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଟୁର୍ନାମେଣ୍ଟରେ ପୃଥ୍ବୀ ୮୨୭ ରନ ସଂଗ୍ରହ କରିଛନ୍ତି। ତେବେ ପ୍ରଥମେ ଯଶସ୍ବୀ ଜୟସ୍ବାଲ ୨୯ ରନକରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ସ ମୁଲାନି ୩୬, ଶିବମ୍‌ ଦୁବେ ୪୨ ରନକରି ଆଉଟ ହୋଇଥିବା ବେଳେ ସର୍ଫରାଜ ଖାଁ ୩ ରନକରି ଅପରାଜିତ ରହିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଅଭିଜ୍ଞ ତାରେ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଉତ୍ତରପ୍ରଦେଶ ତରଫରୁ ୟସ ଦୟାଲ, ଶିବମ୍‌ ମାଭି, ଶିବମ୍‌ ଶର୍ମା, ସମୀର ଚୌଧୁରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ତରଫରୁ ଓପନର ମାଧବ କୌଶିକ ୧୫୮ ରନ (୧୫୬ ବଲ, ୧୫ ଚୌକା, ୪ ଛକା)ର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମର୍ଥ ସିଂ ୫୫, ଆକାଶଦୀପ ନାଥ ୫୫, ପ୍ରିୟମ ଗର୍ଗ ୨୧ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ କର୍ନ ଶର୍ମା ଖାତା ଖୋଲିପାରି ନ ଥିଲେ। ମୁମ୍ବାଇ ତରଫରୁ ବୋଲିଂରେ ତନୁଶ କୋଟିଆନ ୨, ପ୍ରଶାନ୍ତ ସୋଲାଙ୍କି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଉତ୍ତରପ୍ରଦେଶ ୫୦ ଓଭରରେ ୩୧୨/୪
(କୌଶିକ- ୧୫୮*, ସମର୍ଥ- ୫୫, ଆକାଶଦୀପ- ୫୫, କୋଟିଆନ- ୨/୫୪, ସୋଲାଙ୍କି- ୧/ ୭୧)।
ମୁମ୍ବାଇ ୪୧.୩ ଓଭରରେ ୩୧୫/୪
(ତାରେ- ୧୧୮*, ପୃଥ୍ବୀ- ୭୩, ଜୟସ୍ବାଲ- ୨୯, ମୁଲାନି- ୩୬, ଶିବମ୍‌ ଦୁବେ- ୪୨, ସମୀର- ୧/ ୪୩, ଦୟାଲ- ୧/୭୧, ମାଭି- ୧/ ୬୩, ଶିବମ ଶର୍ମା- ୧/୭୧ । )


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri