ପରାଜୟ ମଧ୍ୟରେ ବିଜୟ

ଭୋଡାଫୋନ କେସ୍‌ ଜନମାନସରୁ ଲିଭିଯିବାକୁ ଚାହଁୁନି। ଏହାର ୧୩ ବର୍ଷ ଇତିହାସ ମଧ୍ୟରେ ଏବକାର ଘଟଣାରେ ହେଗସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଏହି ବ୍ରିଟିଶ ଟେଲିକମ୍‌ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି ।
ଏହାକୁ ଯଦି ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଚ୍ୟାଲେଞ୍ଜ ନ କରିବେ ତେବେ ଭୋଡାଫୋନ ଗ୍ରୁପକୁ କ୍ୟାପିଟାଲ ଗେନ୍‌ ଓ ଓ୍ବିଥହୋଲ୍‌ଡିଂ ଟ୍ୟାକ୍ସ ବାବଦକୁ ଆୟକର ବିଭାଗକୁ ଦେବାକୁ ଥିତ୍ତ୍ବା ୨୦,୦୦୦ କୋଟି (ସୁଧ ଓ ଜରିମାନା ସହ) ଟଙ୍କା ଟିକସରୁ ରକ୍ଷା ପାଇଯିବ। ରାୟରେ ଆର୍ବିଟ୍ରେଶନ କୋର୍ଟ ଦର୍ଶାଇଛନ୍ତି ଯେ, ପୂର୍ବ ଆଇନକୁ ଉପଯୋଗ କରି ଭାରତ ଓ ନେଦରଲାଣ୍ଡ ମଧ୍ୟରେ କରାଯାଇଥିତ୍ବା ଦ୍ୱିପାକ୍ଷିକ ନିବେଶ ଚୁକ୍ତିର ଧାରା ୪(୧)ରେ ପ୍ରଦାନ କରାଯାଇଥିତ୍ବା ଫେୟାର ଇକ୍ୱିପମେଣ୍ଟ ଟ୍ରିଟମେଣ୍ଟ ପ୍ରୋଟେକଶନର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଛି। ଏହି ରାୟ ଏକ କ୍ଷତିକାରକ ବିବାଦକୁ ଶେଷ କରିବା ଉଚିତ ବୋଲି ଆମେ ଆଶା କରୁ ।
କିନ୍ତୁ ସରକାର ତାଙ୍କ ଯୋଜନା ବଦଳାଇବାକୁ ଚାହଁୁ ନ ଥିବା ଜଣାପଡ଼ୁଛି। ହେଗ୍‌ କୋର୍ଟର ରାୟ ସହ ଏକମତ ହେବାକୁ ମନା କରିଦେଇଛନ୍ତି। ବରଂ ଏହି ରାୟକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ବିକଳ୍ପ ଖୋଜୁଛନ୍ତିି। ଭୋଡାଫୋନ୍‌ କେସ୍‌ ୨୦୦୭ର। ଭୋଡାଫୋନ ଇଣ୍ଟରନ୍ୟାଶନାଲ ହୋଲଡିଂ ବିଭି ହଚିସନ ଏସାର ଲିମିଟେଡର ୬୭ % ଅଂଶଧନ ୧୧ ବିଲିୟନ ଡଲାରରେ ଅଧିଗ୍ରହଣ କରିବାକୁ ଚୁକ୍ତି କରିବା ସମୟରେ ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଏହି ଦାବି ଉଠାଇଥିଲେ। ଭାରତରେ ହଚିସନର ମୋବାଇଲ ଟେଲିଫୋନି ବିଜନେସ ସହ ଅନ୍ୟ ଆସେଟ ବି ଏଥିରେ ସାମିଲ ଥିତ୍ତ୍ଲା। ସେହି ବର୍ଷ ସେପ୍ଟେମ୍ବରରେ ଭାରତ ସରକାର ପ୍ରଥମେ ୭,୯୯୦ କୋଟି ଟଙ୍କା ଭୋଡାଫୋନ୍‌ଠାରୁ ଟିକସ ଦାବି କରିଥିଲେ। ହଚିସନକୁ ଟଙ୍କା ଦେବା ପୂର୍ବରୁ ଭୋଡାଫୋନ ଟିକସ ଦେଇ ଦେବା ଉଚିତ ବୋଲି କହିଥିଲେ। ଅଂଶଧନ କ୍ରୟ କାରବାର ଚୁକ୍ତି ଭାରତ ବାହାରେ ହୋଇଥିବାରୁ ଭୋଡାଫୋନ ଟ୍ୟାକ୍ସ ଦେବାକୁ ମନା କରି ଦେଇଥିଲା।
ଆୟକର ବିଭାଗର ଏହି ନିର୍ଦ୍ଦେଶକୁ ଭୋଡାଫୋନ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆୟକର ବିଭାଗ ସପକ୍ଷରେ ରାୟ ଦେଇଥିଲେ। ଏହାପରେ ଭୋଡାଫୋନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ ରାୟ ଦେଇଥିତ୍ଲେ ଯେ, ୧୯୬୧ ଆୟକର ଆଇନ ଉପରେ ଭୋଡାଫୋନ ଗ୍ରୁପ୍‌ ଦେଇଥିବା ସ୍ପଷ୍ଟୀକରଣ ଯୁକ୍ତିଯୁକ୍ତ ଓ କମ୍ପାନୀ ଅଂଶଧନ କ୍ରୟ କରିବା ଯୋଗୁ ଟ୍ୟାକ୍ସ ଦେବନାହିଁ। ଦୁର୍ଭାଗ୍ୟବଶତଃ କାହାଣୀ ଏଇଠି ଶେଷ ହେଲା ନାହିଁ। ପୂର୍ବତନ ବିତ୍ତମନ୍ତ୍ରୀ ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଫାଇନାନ୍ସ ଆଇନରେ ସଂଶୋଧନ କରିବାର ପ୍ରସ୍ତାବ ଆଣିି ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରି ନ ଥିଲେ। ଏହି ଘଟଣାରେ ଉକ୍ତ ସଂଶୋଧନରେ ପୂର୍ବପରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ୟାକ୍ସ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଗଲା। ପାର୍ଲାମେଣ୍ଟରେ ସେହି ବର୍ଷ ବି ଏହାକୁ ପାସ୍‌ କରାଗଲା ଓ କମ୍ପାନୀକୁ ସୁଧ ସହ ଟ୍ୟାକ୍ଦ ଦେବାକୁ କୁହାଗଲା। ସେବେଠାରୁ ପୂର୍ବ ଟ୍ୟାକ୍ସେଶନ କେସ୍‌ ଠାରୁ ଏହା ଆହୁରି ଖରାପ ହୋଇଗଲା। ଏହା ଉପରେ ବହୁ ହୋ ହାଲ୍ଲା ହୋଇଛି। ପୂର୍ବ ଟ୍ୟାକ୍ସ ଦାବି କରିବା ଭଳି ପଦକ୍ଷେପକୁ ଦେଖି ବିଶ୍ୱସ୍ତରର ବହୁ କମ୍ପାନୀ ସରକାରଙ୍କ ଚିନ୍ତାର କାରଣ ପାଲଟିଲେ।
ସେମାନେ ସେବେଠାରୁ ଭାରତରେ ସେମାନଙ୍କ ନିବେଶ ଯୋଜନାକୁ ବନ୍ଦ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶ ବହୁ ବିଜନେସ ହରାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଅର୍ଥ ମନ୍ତ୍ରୀ ବିଦେଶୀ ନିବେଶକଙ୍କ ଆଶଙ୍କା ଦୂର କରିବା ଲାଗି ପ୍ରୟାସ କରିଆସିଛନ୍ତି। କିନ୍ତୁ ସବୁ ଭୋଡାଫୋନ କେସ୍‌ର ଦୃଷ୍ଟାନ୍ତ ଦେଇଆସୁଛନ୍ତି।
ସରକାର ହେଗ୍‌ କୋର୍ଟର ରାୟକୁ ଗ୍ରହଣ କରିବା ସହ ଏହି ଆଇନଗତ ଯୁଦ୍ଧକୁ ଶେଷ କରିବା ଉଚିତ। ଏହାକୁ ଆଉ ଆଗକୁ ବଢାଇବା ଉଚିତ ନୁହେଁ। ସରକାରଙ୍କ ବିରୋଧରେ ଏହା ବିଦେଶୀ ନିବେଶକଙ୍କ ମଧ୍ୟରେ ଢେର ଅସନ୍ତୋଷ ସୃଷ୍ଟି କରିଛି। ଆଇନଗତ ଯୁଦ୍ଧ ଶେଷ ହେଲେ ବିଦେଶୀ ନିବେଶକଙ୍କ ସମର୍ଥନ ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଏହା ଅଧିକ ସହଯୋଗ କରିବ। ଏଥିରେ ଅସଫଳ ହେଲେ ବିଦେଶ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ଚୁକ୍ତି ଲାଗି ଭାରତକୁ ଆଉ ବିଶ୍ୱାସକୁ ନେବେ ନାହିଁ। ହେଗ ରାୟକୁ ପରାଜୟ ମଧ୍ୟରେ ବିଜୟ ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri